ଆର୍ୟନଙ୍କୁ ଭେଟିଲେ ଶାହାରୁଖ୍

ମୁମ୍ବାଇ: ପୁଅକୁ ଭେଟିଲେ ଶାହାରୁଖ୍ । ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ପୁଅ ଆର୍ୟନ ଖାନଙ୍କୁ ଭେଟିବା ପାଇଁ ଅଭିନେତା ଶାହରୁଖ ଖାନ ଆର୍ଥର ରୋଡ ଜେଲରେ ପହଞ୍ଚିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଶାହାରୁଖ ଖାନ ଜେଲରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। କିଛି ଦିନ ତଳେ ଶାହରୁଖ ଏବଂ ଗୌରୀ, ଆର୍ୟନଙ୍କ ସହ ଭିଡିଓ କଲରେ କଥାବାର୍ତ୍ତା ହୋଇଥିଲେ।

ଉଲ୍ଲେଖଥାଉ କି, ଆଜି ଆର୍ୟନ ଏବଂ ଅନ୍ୟ ଅଭିଯୁକ୍ତଙ୍କ ୧୪ ଦିନିଆ ନ୍ୟାୟିକ ହେପାଜତ ଅବଧି ଶେଷ ହେଉଛି। ତାଙ୍କୁ ଆଜି କୋର୍ଟରେ ପୁଣି ହାଜର କରାଯିବ । କରୋନା ସଂକ୍ରମଣ ଦୃଷ୍ଟିରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆର୍ୟନ କୋର୍ଟ ସମ୍ମୁଖରେ ହାଜର ହେବେ ।

କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗତକାଲି ସ୍ବତନ୍ତ୍ର ଏନଡିପିଏସ୍ କୋର୍ଟ ଆର୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଏହାପରେ ଆର୍ୟନ ଖାନଙ୍କ ତରଫରୁ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରାଯାଇଛି। ଆଜି ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇପାରେ ।

Share

Leave a Reply

Your email address will not be published. Required fields are marked *

four − 3 =