ନୂଆ ଲୁକରେ ସାଂସଦ ନୁସରତ

ନୂଆଦିଲ୍ଲୀ()  ରାଜନୀତି ମଇଦାନକୁ ଓହ୍ଲାଇ ସଫଳତା ହାସଲ କରିଛନ୍ତି ସାଂସଦ ନୁସରତ ଜହାଁ ।ବିବାହିତା ଅଭିନେତ୍ରୀ ସାଂସଦ ନୁସରତ ଜହାଁ ଶପଥ ନେବା ପାଇଁ ଭିନ୍ନ ଅନ୍ଦାଜରେ ପହଞ୍ଚିଥିଲେ ଲୋକସଭାରେ।

ନବବିବାହିତା ନୁସରତ ହାତରେ ମେହେନ୍ଦି, ଚୁଡା ଓ ମଥାରେ ସିନ୍ଦୂର ପିନ୍ଧି ବେଶ ସୁନ୍ଦର ଲାଗୁଥିଲେ। ନୁସରତ ଗତ ୧୯ ତାରିଖରେ ପଶ୍ଚିମବଙ୍ଗର ବିଜନେସ ମ୍ୟାନ ନିଖିଳ ଜୈନଙ୍କ ସହ ତୁର୍କୀରେ ବିବାହ କରିଥିଲେ।

ରିଅଲ ଲାଇଫରେ ପ୍ରଥମ ଥର ପାଇଁ ତାଙ୍କୁ ଏହି ବେଙ୍ଗଲି ଅବତାରରେ ସ୍ପଟ୍ କରାଯାଇଛି। ମଥାରେ ସିନ୍ଦୁର ଲଗାଇ, ମେହେନ୍ଦି ଲାଗିଥିବା ହାତରେ ଚୁଡି ପିନ୍ଧି ଯାଇଥିବା ନୁସରତ ସେଠାରେ ସମସ୍ତଙ୍କ ଆଶୀର୍ବାଦ ମଧ୍ୟ ନେଇଥିଲେ। ନୁସରତ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରୁ ପଶ୍ଚିମବଙ୍ଗ ବଶିରହାଟ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

11 + six =