ବିଗବସରେ ରାକ୍ଷୀ-ଦୀପକଙ୍କ ଯୋଡ଼ି

ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିଗ୍ବସ । ସବୁ ଥର ପରି ଏଥର ମଧ୍ୟ ବିଗ୍ ବସ୍ ଘରେ କିଏ କିଏ ସୁଯୋଗ ପାଇବେ ତାକୁ ନେଇ ଆରମ୍ଭ ହୋଇଗଲାଣି ଆଲୋଚନା। କାରଣ ବିଗବସରେ ସରିବା ପରେ ଜିତିଥିବା ସେଲିବ୍ରିଟିଙ୍କ ଭାଗ୍ୟ ପୂରା ପୂରି ବଦଳି ଯାଇଥାଏ ।

ଚଳିତ ଥର ବିଗ୍ବସ୍ରେରାକ୍ଷୀ ସାୱନ୍ତ, ଦୀପକ୍ କଲାଲଙ୍କ ପରି ଚର୍ଚ୍ଚିତ ଯୋଡ଼ି, ମିଥୁନ୍ ରକ୍ରବର୍ତ୍ତିଙ୍କ ପୁଅ ମହାଅକ୍ଷୟ, ନେହା କକ୍କରଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ନାମ ଶୁଣିବାକୁ ମିଳୁଛି। ସେମାନଙ୍କ ମଧ୍ୟରୁ ରାକ୍ଷୀ ଓ ଦୀପକ ବିଗବସରେ ଯିବା ନିଶ୍ଚିନ୍ତ ହୋଇଯାଇଥିବା ଜଣାଯାଇଛି।

ରାକ୍ଷୀ ସାୱନ୍ତ ନିଜ ଜୀବନଶୈଳୀକୁ ନେଇ ସୋଶାଲ୍ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋଶାଲ୍ ମିଡିଆରେ ସବୁବଳେ କିଛି ନା କିଛି ଶେଆର୍ କରି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟନ୍ତି। ଏବେ ସେ ତାଙ୍କ ଇନଷ୍ଟାଗ୍ରାମ୍ରେ ଏକ ଫଟୋ ଶେଆର୍ କରିଛନ୍ତି। ଯେଉଁଥିରେ ସେ ଦୀପକ କଲାଲ୍ଙ୍କ ସହ ପୋଜ୍ ଦେଇ ଫଟୋ ଛାଡ଼ିଛନ୍ତି।ଏହି ଫଟୋ ଶେଆର୍ କରି ସେ ସଲ୍ମାନ୍ ଏବଂ କଲର୍ସ ଟିଭିକୁ ଧନ୍ୟବାଦ ଦେଇଛନ୍ତି। ଏହି ଦୁଇ ଜଣଙ୍କ ଫଟୋକୁ କିନ୍ତୁ ସୋଶାଲ୍ ମିଡିଆରେ ମଜାର ବିଷୟ ଭାବେ ନିଆଯାଇଛି।

Share

Leave a Reply

Your email address will not be published. Required fields are marked *

sixteen − fifteen =