କାରଭିତରେ ରୋମାନ୍ସ ବେଳେ ପୋଲିସ ହାତରେ ଧରା ପଡିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ() ପ୍ରଥମ ବିବାହ ବିଚ୍ଛେଦ ହେବା ପରେ ରିଲେସନସିପ ଉପରୁ ଅଭିନେତ୍ରୀ ଅର୍ଚନା ପୂରଣ ସିଂହଙ୍କ ବିଶ୍ବାସ ଉଠିଯାଇଥିଲା। ଦ୍ବିତୀୟ ଥର କାହାକୁ ସୁଯୋଗ ଦେବାକୁ ଚାହୁଁନଥିଲେ। ସେହି ସମୟରେ ପରମିତ ସେଚ୍ଚୀଙ୍କ ସହ ଅର୍ଚ୍ଚନାଙ୍କ ଦେଖା ହୋଇଥିଲା। ଉଭୟ ଧୀରେ ଧୀରେ ପରସ୍ପରଙ୍କୁ ପସନ୍ଦ କରିବାକୁ ଲାଗିଲେ।

ଲିଭଇନ୍କୁ ସିଫ୍ଟ ହେବା ପୂର୍ବରୁ ଥରେ ରାତିରେ ଦୁହେଁ ପରସ୍ପରଙ୍କୁ ଭେଟିବାକୁ ଯାଇଥିଲେ। କାର ଭିତରେ ରୋମାନ୍ସ କରିବା ସମୟରେ ହଠାତ୍ ପୋଲିସ ପହଞ୍ଚିଥିଲା। ପୋଲିସ ଆସି କାରର ଗ୍ଲାସ ଯେମିତି ଠକ୍ ଠକ୍ କରିଛି ଅର୍ଚ୍ଚନା ବି ଥରିବାକୁ ଲାଗିଥିଲେ । ତେବେ ସାହସର ସହ ସେମାନେ ପୋଲିସର ସମ୍ମୁଖୀନ ହେବା ସହ ବିବାହିତ ବୋଲି ପୋଲିସକୁ କହିଥିଲେ ।

ତା’ପର ଦିନ ଏହି ଖବର ସବୁଆଡେ ଚର୍ଚ୍ଚାରେ ଥିଲା। ତଥାପି ସମାଜ ବିଷୟରେ ନଭାବି ଓ ଲୋକଙ୍କ ସମାଲୋଚନାକୁ ପଛରେ ରଖି ପ୍ରଥମେ ଦୁହେଁ ଲିଭ-ଇନ୍ରେ ରହିଲେ। କିଛି ଦିନ ପରେ ୧୯୯୨ ମସିହା ଜୁନ ମାସ ୩୦ ତାରିଖରେ ଅର୍ଚ୍ଚନା ଓ ପରମିତ ବିବାହ କରିଥିଲେ।

Share

Leave a Reply

Your email address will not be published. Required fields are marked *

ten + six =