ମନୋରଞ୍ଜନ

ମେଡିକାଲ ବେଡ଼ରୁମରେ ଗୀତ ଗାଇଲେ ସୋନୁ, ଭାଇରାଲ ହେଲା ଭିଡିଓ

ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ । ଯାହାଙ୍କ ସୁମଧୁର କଣ୍ଠର ଦିୱାନା ସାରା ଦେଶ । ତେବେ ନିକଟରେ ସୋନୁ ନିଗମ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଚିନ୍ତିତ ହୋଇପଡ଼ିଛନ୍ତି । ଇନଷ୍ଟାଗ୍ରାମରେ ସୋନୁ ନିଗମ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ହସ୍ପିଟାଲର ସର୍ଜରୀ ଟେବୁଲ ଉପରେ ଶୋଇଥିବା ଦେଖାଯାଉଛି । ସେହି ସମୟରେ ଡାକ୍ତରମାନେ ତାଙ୍କର ସର୍ଜରୀ କରୁଛନ୍ତି । ଏହି ସମୟରେ ସୋନୁ ୭୦ ବର୍ଷ ପୁରୁଣା ଗୀତ ‘ସୁହାନୀ ରାତ ଢଲ ଚୁକୀ’ ଗାଉଥିବା ନଜର ଆସୁଛନ୍ତି । ଏହି ଗୀତ ୧୯୪୯ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦୁଲାରୀ’ର, ଯେଉଁଥିରେ ମଧୁବାଲା ମୁଖ୍ୟ ଭୂମିକାରେ ଥିଲେ । ଏହି ଗୀତରେ ମହମ୍ମଦ ରଫି କଣ୍ଠଦାନ କରିଥିଲେ ।

ଭିଡିଓ ସହ ସୋନୁ ନିଗମ କ୍ୟାପ୍ସନରେ ଲେଖିଛନ୍ତି, ମୋର ସର୍ଜରୀ ସମୟରେ ପ୍ରିୟ ଡାକ୍ତର ନିଲେଶ ସତଭାଇ ଏବଂ ତାଙ୍କ ପ୍ରିୟ ଟିମ୍ ପାଇଁ ଏହା ଥିଲା ଏକ ଅଚାନକ ପରଫର୍ମାନ୍ସ । ଯନ୍ତ୍ରଣା ମଧ୍ୟରେ ଗୀତ… ସଙ୍ଗୀତର ଆନନ୍ଦ ! ଏହି ଭିଡିଓରେ ଫ୍ୟାନ୍ସ ହାର୍ଟ ଇମୋଜି ସେୟାର କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଅପରେସନ ମଝିରେ ସୁରିଲା କଣ୍ଠ ରହିବା ବହୁତ ଜରୁରୀ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଡାକ୍ତରମାନେ ଭାଗ୍ୟଶାଳୀ । ତୃତୀୟ ଜଣେ ଲେଖିଛନ୍ତି, ଡାକ୍ତରମାନେ ସତରେ ଭାଗ୍ୟବାନ, ଲାଇଭ୍ ଗୀତ ଶୁଣିବାର ସୁଯୋଗ ମିଳିଲା । ସେହିପରି ଫ୍ୟାନ୍ସ ଗାୟକଙ୍କ ଅସୁସ୍ଥତା ବିଷୟରେ ମଧ୍ୟ ପଚାରିଛନ୍ତି ଏବଂ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା କରିଛନ୍ତି।

ଏପଟେ ସୋନୁ ନିଗମଙ୍କ ନୂଆ ଗୀତ ‘ଚୁନ୍ନୀ’ ମଧ୍ୟ ଚର୍ଚ୍ଚାରେ ରହିଛି । ହିନ୍ଦୀ-ହରିୟାଣବୀ ମିଶ୍ରିତ ଏହି ଗୀତକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି । ୯୦ ଦଶକରୁ ନିଜର ସୁମଧୁର କଣ୍ଠରେ ଦର୍ଶକଙ୍କ ହୃଦୟରେ ରାଜ୍ କରିଆସୁଥିବା ସୋନୁ ନିଗମଙ୍କ ଏହି ଭିଡିଓ ପୁଣିଥରେ ପ୍ରମାଣ କରିଛି—ସଙ୍ଗୀତ ତାଙ୍କ ପାଇଁ କେବଳ ପେସା ନୁହେଁ, ଏହା ତାଙ୍କ ଜୀବନର ଏକ ଅଂଶ ।

Share

Leave a Reply

Your email address will not be published. Required fields are marked *

1 × 2 =