ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ “ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳିତ

 ଷ୍ଟିଲ୍ ମେଲ୍‌ଟିଂ ସପ୍‌ର ଚୁକ୍ତିଭିତିକ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର
 ଥାଇରଏଡ୍ , ଡାଇବେଟିସ୍ ଓ ଅନ୍ୟାନ୍ୟ ଏଣ୍ଡୋକ୍ରାଇନ୍ ରୋଗ ନେଇ ସଚେତନତା ଅଧିବେଶନ
 ଭୁବନରେ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍ ପକ୍ଷରୁ ୱାକାଥନ୍ ଓ ସ୍ୱାସ୍ଥ୍ୟ ଶିବିର
କଳିଙ୍ଗନଗର: ଓଡ଼ିଶାର ଯାଜପୁର ଜିଲ୍ଲା ଡୁବୁରି ସ୍ଥିତ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ) କାରଖାନା ପରିସରରେ ଥିବା ଷ୍ଟିଲ୍ ମେଲ୍‌ଟିଂ ସପ୍ (ଏସ୍‌ଏମ୍‌ଏସ୍‌)ର ସମ୍ମିଳନୀ କକ୍ଷରେ ଚୁକ୍ତି ଭିତିକ କର୍ମଚାରୀଙ୍କ ପାଇଁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ସହିତ “ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଇଛି ।
ଟିଏସ୍‌କେର ସୁରକ୍ଷା ପରିଚାଳନା ବିଭାଗର ଚିଫ୍ ରବି ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଟିଏସ୍‌କେର ପରିଚାଳନା ବିଭାଗର ମହାପ୍ରବନ୍ଧକ କରମବୀର ସିଂ ଏହି ଶିବିରକୁ ଉଦ୍‌ଘାଟନ କରିଥିିଲେ । ଟିଏସ୍‌କେର ଷ୍ଟିଲ୍ ମେଲ୍‌ଟିଂ ସପ୍‌, ମେସର୍ସ ଆରତୀ ଏଟଂରପ୍ରାଇଜେସ୍ ଓ ଟିଏସ୍‌କେର ଭେଣ୍ଡର ପାର୍ଟନର ମେସର୍ସ ସିୟାନ୍ ଟେକ୍ନୋଲୋଜି ସହଯୋଗରେ ଟିଏସ୍‌କେର ଅକ୍ୟୁପେସନାଲ୍ ହେଲଥ୍ ସରଭିସେସ୍ (ଓଏଚ୍‌ଏସ୍‌) ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଥିଲା । ଟିଏସ୍‌କେ ଓଏଚ୍‌ଏସ୍‌ର ବରିଷ୍ଟ ରେଜିଷ୍ଟ୍ରାର ଡକ୍ଟର ଆଲୋକ କୁମାର ମିଶ୍ର ଓ ଟିଏସ୍‌କେ ଓଏଚ୍‌ଏସ୍‌ର ବରିଷ୍ଠ ରେଜିଷ୍ଟ୍ରାର ଡକ୍ଟର ବିକାଶ କୁମାର ସିଂ ୨୦୦ରୁ ଅଧିକ ଚୁକ୍ତି ଭିତିକ କର୍ମଚାରୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରିଥିିଲେ ।
ଏହାର ପୂର୍ବଦିନ ଥାଇରଏଡ୍ ଜନିତ ରୋଗ, ଡାଇବେଟିସ୍ ମେଲିଟସ୍ ଓ ଏଣ୍ଡୋକ୍ରାଇନ୍ ରୋଗ ସମ୍ପର୍କରେ କର୍ମଚାରୀମାନଙ୍କ ଲାଗି ଏକ ଅନଲାଇନ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଥାଇରଏଡ୍‌, ଡାଇବେଟିସ୍ ଓ ଏଣ୍ଡୋକ୍ରାଇନ୍ ରୋଗର ବିଭିନ୍ନ ଦିଗ ସହିତ ସେହି ରୋଗଗୁଡ଼ିକର ଚିକିତ୍ସା ଓ ପରିଚାଳନା ସମ୍ପର୍କରେ ଉତ୍କଳ ହସ୍ପିଟାଲ୍‌, ଭୁବନେଶ୍ୱରର ବରିଷ୍ଠ କନସଲଟାଂଟ୍ ଡକ୍ଟର ମଧୁସ୍ମିତା ସାହୁ ଅଂଶଗ୍ରହଣକାରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଟାଟା ଷ୍ଟିଲ୍ କଳିଙ୍ଗନଗରର ବିଭିନ୍ନ ବିଭାଗର ୧୨୦ରୁ ଅଧିକ କର୍ମଚାରୀ ଏହି ଅଧିବେଶନରେ ଯୋଗ ଦେଇଥିଲେ ।
ଏହି ଅବସରରେ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍ ପକ୍ଷରୁ ଭୁବନ ବ୍ଲକ୍‌ରେ ଏକ ୱାକାଥନ୍ ଆୟୋଜନ କରାଯାଇଥିଲା ଯେଉଁଥିରେ ସ୍ଥାନୀୟ ଗୋଷ୍ଠୀର ୧୦୦ରୁ ଅଧିକ ଲୋକ ଭାଗ ନେଇଥିଲେ । ଭୁବନ ବ୍ଲକ୍ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଭୁବନର ସତ୍ୟ ସାଇ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ଏହି ୱାକାଥନକୁ ଭୁବନ ୧ ନମ୍ବର ୱାର୍ଡର କାଉନ୍‌ସିଲର ଗିରିଧର ସାହୁ ଉଦ୍‌ଘାଟନ କରିଥିଲେ । ଏହା ପରେ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ଡକ୍ଟର ଏସ୍ ଏସ୍ ସୁତାର ଓ ରେଡିଓଲୋଜି ବିଭାଗର କନସଲଟାଂଟ୍ ଡକ୍ଟର ସଂଜିତ ମିଶ୍ର ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ଉପରେ ଏକ ସଚେତନତା ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ମନ୍ଦିର ପରିସରରେ ଏକ ସାଧାରଣ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ ସମାଜର ୫୫ ଜଣ ଲୋକ ଉପକୃତ ହୋଇଥିଲେ । ଉତମ ସ୍ୱାସ୍ଥ୍ୟ ବଜାୟ ରଖିବା ଓ ସୁସ୍ଥକର ଅଭ୍ୟାସର ପ୍ରସାର କରିବା ଗୁରୁତ୍ୱ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏକ ସୁରକ୍ଷିତ ଓ ସୁସ୍ଥକର କର୍ମ ପରିବେଶ ପ୍ରଦାନ କରିବା ଏବଂ ଆଘାତ ଓ ଅସୁସ୍ଥତା ମୁକ୍ତ କର୍ମକ୍ଷେତ୍ର ହାସଲ କରିବା ଲାଗି ଟାଟା ଷ୍ଟିଲ୍ କଳିଙ୍ଗନଗର ପ୍ରତିବଦ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

five × three =