ଟାଟା ପାୱାର ପକ୍ଷରୁ ଓଡ଼ିଶାର ପ୍ରମୁଖ ବିଶ୍ୱବିଦ୍ୟାଳୟ ସହ ସହଯୋଗିତା ସ୍ଥାନୀୟ ଯୁବବର୍ଗଙ୍କୁ ବିଦ୍ୟୁତ କ୍ଷେତ୍ରରେ କ୍ୟାରିୟର ପାଇଁ ସଶକ୍ତ କରିବ

ଓଡ଼ିଶାର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ
ଟାଟା ପାୱାରର ‘ଟ୍ରେନ୍ ଟୁ ହାୟାର’ କାର୍ଯ୍ୟକ୍ରମର ଲକ୍ଷ୍ୟ ଓଡ଼ିଶାର ଯୁବବର୍ଗଙ୍କୁ ସମୃଦ୍ଧ ଓ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ କରିବା
ଭୁବନେଶ୍ୱର: ଟାଟା ପାୱାର ଏହାର ‘ଟ୍ରେନ୍ ଟୁ ହାୟାର’ କାର୍ଯ୍ୟକ୍ରମ ଅଧୀନରେ ସାରା ଓଡ଼ିଶାର ସମ୍ମାନଜନକ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିଥିବା ବେଳେ ଶିଳ୍ପ କ୍ଷେତ୍ରରେ ଭବିଷ୍ୟତ ଗଠନ ପାଇଁ ଯୁବ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରାର ଶୁଭାରମ୍ଭ ହୋଇଛି । ଏହି କର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଉନ୍ନତ ତାଲିମ କାର୍ଯ୍ୟକ୍ରମ ଜରିଆରେ ବଂଟନ କ୍ଷେତ୍ରର ଉତ୍ସାହୀମାନଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବା, ଯାହା ଫଳରେ ସେମାନେ ଶିଳ୍ପ କ୍ଷେତ୍ରର ଚାହିଦା ଅନୁସାରେ ନିଜକୁ ଭଲ ଭାବେ ପ୍ରସ୍ତୁତ କରିପାରିବେ ।
୨୦୨୩ ଅଗଷ୍ଟ ୯ରେ ଟାଟା ପାୱାର ପକ୍ଷରୁ ୱାର୍ଲଡ୍ ସ୍କିଲ୍ ସେଂଟର (ଡବ୍ଲୁଏସ୍‌ସି) ସହିତ ସହଯୋଗିତା ସ୍ଥାପନ କରିଥିଲା । ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ (ଓଏସ୍‌ଡିଏ)ଙ୍କ ପକ୍ଷରୁ ଏକ ପ୍ରମୁଖ ଉନ୍ନତ ଦକ୍ଷତା ତାଲିମ ପ୍ରତିଷ୍ଠାନ ଭାବେ ସ୍ଥାପନ କରାଯାଇଥିବା ଡବ୍ଲୁଏସ୍‌ସି, ଦକ୍ଷ ପ୍ରଫେସନାଲମାନଙ୍କୁ ସମୃଦ୍ଧ କରି ଶିଳ୍ପ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବାର ପ୍ରତିଶ୍ରୁତି ପ୍ରଦାନ କରୁଛି । ଟାଟା ପାୱାରର କ୍ଲଷ୍ଟର ମୁଖ୍ୟ-ବିଜନେସ୍ ଏଚ୍‌ଆର୍ (ଟିଆଣ୍ଡ୍‌ଡି) ଶ୍ରୀ ସୁବିର କୁମାର ବର୍ମା ଓ ଡବ୍ଲୁଏସ୍‌ସିର ସିଓଓ ତଥା ଏସ୍‌ଡିଟିଇ ବିଭାଗର ଅତିରିକ୍ତ ସଚିବ ଶ୍ରୀ ପିନାକି ପଟ୍ଟନାୟକ ଏମ୍‌ଓୟୁରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଓଡ଼ିଶା ଡିସକମ୍‌ର ମୁଖ୍ୟ-ଏଲ୍‌ଆଣ୍ଡ୍‌ଡି ଶ୍ରୀ ବୁଦ୍ଧିଶ କୁମାର ବେହେରା ଓ ଡବ୍ଲୁଏସ୍‌ସିରେ ନିୟୋଜିତ ହୋଇଥିବା ଆଇଟିଇଏସ୍ ସିଙ୍ଗାପୁରର ସ୍କୁଲ ଅଫ ଇଞ୍ଜିନିୟରିଂର ନିର୍ଦ୍ଦେଶକ ଶ୍ରୀ ଏଙ୍ଗଚୋନ୍ ଚେଓକ୍ ଉପସ୍ଥିତ ଥିଲେ ।
ସହଯୋଗିତା, ଅବଦାନ ଓ ଏହି କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବ ଟାଟା ପାୱାର ଓଡ଼ିଶା ଡିସକମ୍‌ର ଟିମ୍ ଏଲ୍‌ଆଣ୍ଡ୍‌ଡି ଶ୍ରୀ ମିର୍ଜା ଏସ୍ ବୈଗ୍ ଓ ଡବ୍ଲୁଏସ୍‌ସିର ଶ୍ରୀ ରଞ୍ଜନ ପ୍ରଧାନ ଏହି ଅଭିଯାନର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।
୨୦୨୩ ଅଗଷ୍ଟ ୮ ତାରିଖରେ ଟାଟା ପାୱାର ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ୍ ରିସର୍ଚ୍ଚ (ଆଇଟିଇଆର୍‌) ସହ ସହଯୋଗିତା ସ୍ଥାପନ କରାଯାଇଥିଲା । ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ସମାରୋହରେ ଟାଟା ପାୱାରର କ୍ଲଷ୍ଟର ମୁଖ୍ୟ-ବିଜନେସ୍ ଏଚ୍‌ଆର୍ (ଟିଆଣ୍ଡ୍‌ଡି) ଶ୍ରୀ ସୁବୀର କୁମାର ବର୍ମା ଓ ଆଇଟିଇଆର୍‌ର ପ୍ରୋ ଭାଇସ୍ ଚାନ୍‌ସେଲର ପ୍ରଫେସର ଶୀତିକଣ୍ଠ ମିଶ୍ରଙ୍କ ସହିତ ଓଡ଼ିଶା ଡିସ୍‌କମ୍‌ର ମୁଖ୍ୟ-ଲର୍ଣ୍ଣିଂ ଆଣ୍ଡ୍ ଡେଭେଲପ୍‌ମେଂଟ୍ (ଏଲ୍‌ଆଣ୍ଡ୍‌ଡି) ଶ୍ରୀ ବୁଦ୍ଧିଶ କୁମାର ବେହେରା ମଧ୍ୟ ଉପସ୍ଥିତ ଥିଲେ ।
ଯୁବବର୍ଗଙ୍କୁ ସଶକ୍ତ କରିବାରେ ଟାଟା ପାୱାରର ପ୍ରତିବଦ୍ଧତା ଓଡ଼ିଶାର ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ସହଯୋଗିତାରେ ପ୍ରତିଫଳିତ ହୋଇଛି । ବିଦ୍ୟୁତ କ୍ଷେତ୍ରର ଉଦୀୟମାନ ଧାରା ଓ ପ୍ରଯୁକ୍ତି ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବା ପାଇଁ ୨୦୨୩ ଜୁଲାଇ ୨୨ରେ ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ଓ ସିଲିକନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏସ୍‌ଆଇଟି) ସହିତ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ।
୨୦୨୩ ଜୁଲାଇ ୧୪ରେ ଇନ୍ଦୀରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ସରାଙ୍ଗ ସହିତ ଟାଟା ପାୱାର ହାତ ମିଳାଇଥିଲା । ବିଦ୍ୟୁତ କ୍ଷେତ୍ର ପାଇଁ ପ୍ରତିିଭାବାନ ଛାତ୍ରଛାତ୍ରୀ ପ୍ରସ୍ତୁତ କରିବା ପାଇଁ ଟାଟା ପାୱାର ଓ ପ୍ରତିଷ୍ଠାନ ଭିତରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଏକ ୬-ମାସିଆ ତାଲିମ କାର୍ଯ୍ୟକ୍ରମ ଜରିଆରେ ଇଞ୍ଜିନିୟରିଂ ଓ ଡିପ୍ଲୋମା ଛାତ୍ରଛାତ୍ରୀମାନେ ସେମାନଙ୍କ ଦକ୍ଷତା ବଢ଼ାଇପାରିବେ ଏବଂ ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଟାଟା ପାୱାରର ପ୍ରତିବଦ୍ଧତାକୁ ଏହି ସହଯୋଗିତା ଦର୍ଶାଉଛି ।
ଟାଟା ପାୱାର ଏହାର ‘ଟ୍ରେନ୍ ଟୁ ହାୟାର’ କାର୍ଯ୍ୟକ୍ରମ ଆଗକୁ ବଢ଼ାଉଥିବା ବେଳେ ଅଭିଳାଷୀ ଇଞ୍ଜିନିୟରମାନଙ୍କ ଭବିଷ୍ୟତ ଗଠନ ଲାଗି ପ୍ରତିବଦ୍ଧ ରହିଛି । ଓଡ଼ିଶାର ସମ୍ମାନଜନକ ପ୍ରତିଷ୍ଠାନଗୁଡ଼ିକ ସହ ସହଯୋଗିତା ଜରିଆରେ ଟାଟା ପାୱାର ଯୁବବର୍ଗଙ୍କୁ ବିଦ୍ୟୁତ କ୍ଷେତ୍ରର ବ୍ୟାପକ ସମ୍ଭାବନାକୁ ବ୍ୟବହାର କରିବାରେ ସେମାନଙ୍କୁ ସଶକ୍ତ କରୁଛି ।
ଏହି ସହଯୋଗିତାଗୁଡ଼ିକ ବିଷୟରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ଯୁବବର୍ଗଙ୍କୁ ଭବିଷ୍ୟତ ଲାଗି ପ୍ରସ୍ତୁତ କରି ବିଦ୍ୟୁତ କ୍ଷେତ୍ରରେ ପ୍ରତିଭା ଦୃଶ୍ୟପଟ୍ଟକୁ ଆକାର ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ । ଏହି ସହଯୋଗିତାଗୁଡ଼ିକ ଜରିଆରେ ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଆମେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଶିଳ୍ପ ଲାଗି ତାଲିମପ୍ରାପ୍ତ ଶ୍ରମ ଶକ୍ତିରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛୁ ।’’
ଟାଟା ପାୱାରର କ୍ଲଷ୍ଟର ମୁଖ୍ୟ-ବିଜନେସ୍ ଏଚ୍‌ଆର୍ (ଟିଆଣ୍ଡ୍‌ଡି) ଶ୍ରୀ ସୁବୀର ବର୍ମା କହିଛନ୍ତି ଯେ, “ସ୍ୱତନ୍ତ୍ର ମଡ୍ୟୁଲ୍‌, ବାସ୍ତବ ସମୟ ଲାଇଭ୍ ପ୍ରୋଜେକ୍ଟ, ଫାକଲ୍‌ଟି ଭାବେ ବରିଷ୍ଠ ପ୍ରବନ୍ଧକ ଓ ମେଂଟର ଆଦି ପ୍ରଦାନ କରି ଓଡ଼ିଶାର ସ୍ଥାନୀୟ ଶିଖିତ ଯୁବବର୍ଗଙ୍କୁ ୬ ମାସରେ ଶିଳ୍ପ ପାଇଁ ପ୍ରସ୍ତୁତ କରିବାରେ ଆମ ବିଶେଷତାକୁ ଆମେ ବ୍ୟବହାର କରିବାକୁ ଚାହୁଛୁ । ଏହି ଅନୁଷ୍ଠାନଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରି ଆମେ ବେଶ ଆନନ୍ଦିତ ଓ ଭାରତରେ ବିଦ୍ୟୁତ ବଂଟନ କ୍ଷେତ୍ର ପାଇଁ ପ୍ରତିଭା ସୃଷ୍ଟି କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆମେ ଚାହିରହିଛୁ ।

Share

Leave a Reply

Your email address will not be published. Required fields are marked *

14 − 12 =