ଟିପିଏସ୍‌ଓଡିଏଲ୍‌ର ପ୍ରତିକ୍ରିୟା

ବ୍ରହ୍ମପୁର: ଆମର ସମର୍ପିତ ବିଜନେସ୍ ଆସୋସିଏଟ୍ (ବିଏ) ମିଟର ରିଡର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ସହ ଘଟିଥିବା ଦୁଃଖଦ ଘଟଣାକୁ ନେଇ ଆମେ ତାଙ୍କ ପରିବାର ଓ ପ୍ରିୟଜନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛୁ ।
ଏହି ଘଟଣାର ଗଭୀର ପ୍ରଭାବକୁ ଭଲ ଭାବେ ବୁଝିପାରି ଏହି କଠିନ ସମୟରେ ଶ୍ରୀ ତ୍ରିପାଠୀଙ୍କ ପରିବାର ସହିତ ଠିଆ ହେବା ପାଇଁ ଟିପିଏସ୍‌ଓଡିଏଲ୍ ପ୍ରତିବଦ୍ଧ ରହିଛି । ଗଭୀର ଚିନ୍ତା ଏବଂ ତାଙ୍କ ଅମୂଲ୍ୟ ଅବଦାନ ପ୍ରତି ସ୍ୱୀକୃତି ଭାବେ ତାଙ୍କ ପରିବାରକୁ ୧୬ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଆମେ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛୁ । ପରଲୋକଗତଙ୍କ ଆଇନଗତ ଉତରାଧିକାରୀଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିବା ଲାଗି ମଧ୍ୟ ଆମେ ସହଯୋଗୀ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛୁ ।
ଏହି ଦୁଃଖଦ ଘଟଣା ପାଇଁ ଦେଖାଦେବାକୁଥିବା ସମ୍ଭାବ୍ୟ ଆର୍ଥିକ ଓ ଆବେଗିକ ଆହ୍ୱାନକୁ ସାମ୍ନା କରିବାରେ ଏହି କ୍ଷତିପୂରଣ ରାଶି ତାଙ୍କ ପରିବାର ପାଇଁ ସହାୟକ ହୋଇପାରିବ । ତାଙ୍କ ପରିବାର ଏକ କଠିନ ସମୟ ଦେଇ ଗତି କରୁଥିବା ବେଳେ ଏହି ସହାୟତା ସେମାନଙ୍କୁ କିଛିଟା ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆମେ ଆଶା କରୁଛୁ ।
ଆମ କର୍ମଚାରୀ ଓ ବିଜନେସ୍ ଆସୋସିଏଟ୍‌ଙ୍କ ସୁରକ୍ଷା ପ୍ରତି ଆମେ ଦୃଢ଼ ଭାବେ ପ୍ରତିବଦ୍ଧ ରହିଛୁ । ସେମାନଙ୍କ କଲ୍ୟାଣକୁ ଟିପିଏସ୍‌ଓଡିଏଲ୍ ପ୍ରାଥମିକତା ପ୍ରଦାନ କରୁଛି ଏବଂ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶ ବଜାୟ ରଖିବା ପାଇଁ ସ୍ଥାନୀୟ ସମାଜ ଓ କର୍ତୃପକ୍ଷଙ୍କ ସହ ସହଯୋଗିତା ସ୍ଥାପନ କରଯିବ ।
ଏହି ଶୋକର ବାତାବରଣରେ ଶ୍ରୀ ତ୍ରିପାଠୀଙ୍କ ପରିବାରର ଗୋପନୀୟତା ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଆମେ ଦୟାକରୀ ଅନୁରୋଧ କରୁଛୁ । ସେମାନଙ୍କ ପ୍ରତି ଆମର ଭାବନା ଓ ସମବେଦନା ରହିଛି ଏବଂ ଉପଯୋଗୀ ସୂଚନା ଉପଲବ୍ଧ ହେବା ପରେ ଆମେ ତାହା ସୂଚିତ କରିବୁ ।

Share

Leave a Reply

Your email address will not be published. Required fields are marked *

one × 2 =