Business

ଲୁମିନସ୍ ପାୱାର ଟେକ୍ନୋଲୋଜି ପକ୍ଷରୁ ଓଡ଼ିଶାର ସୋଲାର ଓ ଶକ୍ତି ସଂରକ୍ଷଣ ବିନିର୍ମାଣ କ୍ଷେତ୍ରରେ ପୁଞ୍ଜିନିବେଶ

– ଖୋର୍ଦ୍ଧାରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅତ୍ୟାଧୁନିକ ଶକ୍ତି ସମାଧାନ ପ୍ରଦର୍ଶିତ

ଭୁବନେଶ୍ୱର/ଅନୁଗୋଳ/ଗୋପାଳପୁର: ଭାରତର ଅଗ୍ରଣୀ ଗ୍ରାହକ ଫୁଲଫିଲମେଂଟ୍ କମ୍ପାନି ଲୁମିନସ୍ ପାୱାର ଟେକ୍ନୋଲୋଜିସ୍ ପକ୍ଷରୁ ଖୋର୍ଦ୍ଧାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରତି ଏହାର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି। କମ୍ପାନି ଏହାର ଅତ୍ୟାଧୁନିକ ଶକ୍ତି ସମାଧାନ ପ୍ରଦର୍ଶନ କରିଥିବା ବେଳେ ପୂର୍ବ ଭାରତରେ ଏହାର ବଢ଼ୁଥିବା ବିନିର୍ମାଣ ଉପସ୍ଥିତି ଏବଂ ସ୍ୱଚ୍ଛ ଶକ୍ତି ଆଡ଼କୁ ଦେଶରେ ହେଉଥିବା ପରିବର୍ତ୍ତନ ପ୍ରତି ଏହାର ଯୋଗଦାନ ଉପରେ ଆଲୋକପାତ କରିଛି।
ଏହି କାର୍ଯ୍ୟକ୍ରମରେ ଲୁମିନସ୍‌ର ଯୋଗଦାନ ଓଡ଼ିଶାକୁ ଏହା ସୋଲାର ବିନିର୍ମାଣ, ଅକ୍ଷୟ ଶକ୍ତି ନବସୃଜନ ଓ ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ସମ୍ଭାବ୍ୟ ହବ୍ ଭାବେ ଦେଖୁଥିବାର ଗୁରୁତ୍ୱକୁ ଦର୍ଶାଯାଉଛି। ପ୍ରଗତିଶୀଳ ରାଜ୍ୟ ନୀତି, ଦୃଢ଼ ଭିତ୍ତିଭୂମି ଓ ସ୍ୱଚ୍ଛ ଶକ୍ତି ଗ୍ରହଣୀୟତାକୁ ବଢ଼ାଇବା ପାଇଁ ବର୍ଦ୍ଧିତ ଗୁରୁତ୍ୱ ସହ ଲୁମିନସ୍‌ର ଦୀର୍ଘକାଳୀନ ଅଭିବୃଦ୍ଧି ଓ ବିନିର୍ମାଣ ରଣନୀତିରେ ଓଡ଼ିଶା ଅଗ୍ରଣୀ ଭୂମିକା ନିର୍ବାହ କରୁଛି।
ଏହି ଅବସରରେ ଲୁମିନସ୍ ପାୱାର ଟେକ୍ନୋଲୋଜିସ୍‌ର ସିଇଓ ଓ ଏମ୍‌ଡି ବିବେକ ଅବରୋଲ କହିଛନ୍ତି ଯେ, “ଓଡ଼ିଶା ଲୁମିନସ ପାଇଁ କେବଳ ଏକ ବିନିର୍ମାଣ ସ୍ଥଳ ଭାବେ ନୁହେଁ, ବରଂ ଭାରତର ସଂପ୍ରସାରିତ ହେଉଥିବା ସ୍ୱଚ୍ଛ ଶକ୍ତି ପରିସଂସ୍ଥାର ଏକ ପ୍ରବେଶ ପଥ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଦୃଢ଼ ନୀତି ସହାୟତା ଓ ବଢ଼ୁଥିବା ପୁଞ୍ଜିନିବେଶ ସହିତ ଭାରତର ଶିଳ୍ପ ଓ ଶକ୍ତି ଦୃଶ୍ୟପଟ୍ଟରେ ବର୍ଦ୍ଧିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏଠାରେ ଆମର ନିରନ୍ତର ପୁଞ୍ଜିନିବେଶ ଦେଶର ସ୍ୱଚ୍ଛ ଶକ୍ତି ଅଭିଳାଷକୁ ସମର୍ଥନ କରିବା ପ୍ରତି ଆମ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଥିବା ବେଳେ ସ୍ଥାନୀୟ ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ଥାୟୀ ଶକ୍ତି ଭିତ୍ତିଭୂମି ପାଇଁ ଯୋଗଦାନ ପ୍ରଦାନ କରୁଛି।”
ବିଗତ କିଛି ବର୍ଷ ମଧ୍ୟରେ ଲୁମିନସ ପକ୍ଷରୁ ଓଡ଼ିଶାରେ ଉଲ୍ଳେଖନୀୟ ପୁଞ୍ଜିନିବେଶ କରାଯାଇଛି ଏବଂ ରାଜ୍ୟରେ ଏହାର ଦୁଇଟି ପ୍ରମୁଖ ବିନିର୍ମାଣ କାରଖାନା ନିର୍ମାଣ କରାଯାଉଛି। ଅନୁଗୁଳରେ ଲୁମିନସ ପକ୍ଷରୁ ସ୍ଥାପନ କରାଯାଉଛି ଏକ ନୂଆ, ଅତ୍ୟାଧୁନିକ ଶକ୍ତି ସଂରକ୍ଷଣ ଓ ମାନୁଫାକ୍‌ଚରିଂ କାରଖାନା ଯାହା ପରବର୍ତ୍ତୀ ପିଢ଼ିର ଶକ୍ତି ସଂରକ୍ଷଣ ସମାଧାନ ଓ ଆଧୁନିକ ବିନିର୍ମାଣ ଉପରେ ଗୁରୁତ୍ୱାରୋପ କରିବ। ଲୁମିନସ ପକ୍ଷରୁ ଗୋପାଳପୁରରେ ଏକ ସୋଲାର ସେଲ ଉତ୍ପାଦନ କାରଖାନା ସ୍ଥାପନ କରାଯାଉଛି ଯାହା ଭାରତର ଘରୋଇ ସୋଲାର ଉତ୍ପାଦନ ଶୃଙ୍ଖଳାକୁ ସୁଦୃଢ଼ କରିବ ଓ ଭାରତର ଅକ୍ଷୟ ଶକ୍ତି ଅଭିଳାଷକୁ ଭରଣା କରିବା ଦିଗରେ କାର୍ଯ୍ୟ କରିବ। ଉଭୟ କାରଖାନାର ନିର୍ମାଣ କାର୍ଯ୍ୟରେ ବେଶ୍ ଅଗ୍ରଗତି ଘଟିଛି ଏବଂ ଖୁବ୍‌ଶୀଘ୍ର ତାହା କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି ଯାହା ଭାରତରେ ଲୁମିନସର ଉତ୍ପାଦନ କାରଖାନା ସମ୍ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହେବ।
ଖୋର୍ଦ୍ଧାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୁମିନସ ପକ୍ଷରୁ ଆବାସିକ, ବାଣିଜ୍ୟିକ ଓ ଶିଳ୍ପ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ କରାଯାଇଥିବା ଅତ୍ୟାଧୁନିକ ସୋଲାର ପ୍ରଯୁକ୍ତି ସମେତ ଏଣ୍ଡ୍‌-ଟୁ- ଏଣ୍ଡ୍ ସୋଲାର ସମାଧାନ ପ୍ରଦର୍ଶନ କରାଯାଇଛି। କମ୍ପାନିର ବ୍ୟାପକ ସମାଧାନ ମଧ୍ୟରେ ରହିଛି ଅନ୍‌-ଗ୍ରିଡ୍‌, ଅଫ୍‌-ଗ୍ରିଡ୍ ଓ ହାଇବ୍ରିଡ୍ ଯାହାକୁ ବିଭିନ୍ନ କ୍ଷେତ୍ରର ବିବିଧ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହି ଭବିଷ୍ୟତଧର୍ମୀ ଉତ୍ପାଦଗୁଡ଼ିକ ମଧ୍ୟରେ ରହିଛି ଟପକନ ବାଇଫେସିଆଲ ସୋଲାର ପ୍ୟାନେଲ, ଉଚ୍ଚ ପ୍ରଦର୍ଶନକାରୀ ଇନଭର୍ଟର, ଦୀର୍ଘସ୍ଥାୟୀ ବ୍ୟାଟେରି ଓ ସ୍ମାର୍ଟ କନେକ୍ଟ ଏକ୍ସ ନିରୀକ୍ଷଣ ଆପ୍‌। ଏହି ପ୍ରଦର୍ଶନୀ ନବସୃଜନ, ଭରସାଯୋଗ୍ୟତା ଓ ସ୍ଥାୟିତ୍ୱ ଉପରେ କମ୍ପାନିର ଗୁରୁତ୍ୱକୁ ଦର୍ଶାଉଛି।
ଅନୁଗୁଳ ଓ ଗୋପାଳପୁରରେ ସ୍ଥାପନ କରାଯାଉଥିବା କାରଖାନା ସହିତ ସ୍ଥାନୀୟ ନିଯୁକ୍ତି, ଦକ୍ଷତା ବିକାଶ ଓ ଶିଳ୍ପ ଅଭିବୃଦ୍ଧିକୁ ସମର୍ଥନ କରିବାକୁ ଲୁମିନସ ଲକ୍ଷ୍ୟ ରଖିଛି ଏବଂ ଭାରତର ଅକ୍ଷୟ ଶକ୍ତି ପରିସଂସ୍ଥା ଓ ବୃହତର ଶକ୍ତି ପରିବର୍ତ୍ତନ ଲକ୍ଷ୍ୟ ପ୍ରତି ଅର୍ଥପୂର୍ଣ୍ଣ ଯୋଗଦାନ ପ୍ରଦାନ କରୁଛି। ଭାରତ ଏକ ଲୋ-କାର୍ବନ ଅର୍ଥନୀତି ଆଡ଼କୁ ପରିବର୍ତ୍ତନ ହେଉଥିବା ବେଳେ ପୂର୍ବ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ଲୁମିନସ ଏହାର ଅଭିବୃଦ୍ଧି ରଣନୀତିକୁ ଜାତୀୟ ପ୍ରାଥମିକତା ଅନୁସାରେ ସମନ୍ୱିତ କରି ବ୍ୟାପକତା ଓ ଭବିଷ୍ୟତଧର୍ମୀ ଶକ୍ତି ସମାଧାନ ପ୍ରସ୍ତୁତ କରୁଛି ଯାହା ଶିଳ୍ପ ପ୍ରଗତି, ଶକ୍ତି ସୁରକ୍ଷା ଓ ଦୀର୍ଘକାଳୀନ ସ୍ଥାୟିତ୍ୱ ପ୍ରତି ସମର୍ଥନ ପ୍ରଦାନ କରିବ।

Share

Leave a Reply

Your email address will not be published. Required fields are marked *

six − three =