ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ୮୨୩ତମ ଶାଖା ଉଦ୍ଘାଟିତ
ଭୁବନେଶ୍ୱର/ବ୍ରହ୍ମପୁର: ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ୮୨୩ତମ ଶାଖା ଉଦ୍ଘାଟନ କରାଯାଇଛି ଯାହା ଫଳରେ ରାଜ୍ୟରେ ଏହାର ଉପସ୍ଥିତି ସୁଦୃଢ଼ ହୋଇଛି ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି।
ଏହା ସହିତ ଓଡ଼ିଶାରେ ବ୍ୟାଙ୍କର ଶାଖା ସଂଖ୍ୟା ୮୯ରେ ପହଂଚିଛି। ସେଥିରୁ ୬୩ ଟି ହେଉଛି ଅଣ ବ୍ୟାଙ୍କ ଗ୍ରାମୀଣ ବ୍ୟାଙ୍କ (ୟୁଆର୍ବି)। ବ୍ୟାଙ୍କ ପହଂଚିନଥିବା କିମ୍ବା ପର୍ଯ୍ୟାପ୍ତ ବ୍ୟାଙ୍କ ସେବା ମିଳୁନଥିବା ଅଂଚଳରେ ସଂଗଠିତ ବ୍ୟାଙ୍କିଙ୍ଗ ସେବା ପହଂଚାଇବା ପାଇଁ ଆମର ଜାରି ରହିଥିବା ଗୁରୁତ୍ୱକୁ ଏହା ପ୍ରତିଫଳିତ କରୁଛି।
ବ୍ରହ୍ମପୁର ଶାଖାକୁ ଖଲିଖୋଟ କଲେଜ ପଡ଼ିଆ ନିକଟରେ ଖୋଲାଯାଇଛି ଯାହା ସ୍ଥାନୀୟ ସମୁଦାୟର ବିବିଧ ଆବଶ୍ୟକତାକୁ ପୂରଣ କରିବ। ଏହା ସଞ୍ଚୟ ଏବଂ ଚଳନ୍ତି ଜମା ଖାତା, ସ୍ୱଳ୍ପମୂଲ୍ୟର ଗୃହ ଋଣ, ସୁନା ଋଣ ଏବଂ ଅସୁରକ୍ଷିତ ଋଣ ଭଳି ବିଭିନ୍ନ ପ୍ରକାରର ରିଟେଲ୍ ଆର୍ôଥକ ସମାଧାନ ସମେତ ଏକ ବ୍ୟାପକ ଉତ୍ପାଦ ଏବଂ ସେବା ପ୍ରଦାନ କରିବ।
ଏହି ଶାଖାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀମତୀ ଗୀତାଞ୍ଜଳି ଦାଶ ଉଦଘାଟନ କରିଥିଲେ ଓ ଏହି ଅବସରରେ ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କର ଅନ୍ୟ ବରିଷ୍ଠ ଅଧିକାରୀ ଓ ସମ୍ମାନିତ ଅତିଥିମାନେ ଉପସ୍ଥିତ ଥିଲେ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀମତୀ ଗୀତାଞ୍ଜଳି ଦାଶ କହିଛନ୍ତି ଯେ, “ବ୍ରହ୍ମପୁରରେ ଜନା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ଏହି ସମ୍ପ୍ରସାରଣ, ଅଞ୍ଚଳରେ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍ ସେବାର ସୁଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହିଭଳି ପ୍ରୟାସଗୁଡ଼ିକ ସ୍ଥାନୀୟ ସମ୍ପ୍ରଦାୟକୁ ସମର୍ଥନ କରିବା ଏବଂ ଅନ୍ତର୍ଭୁକ୍ତ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।’’
ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କର ବ୍ରାଞ୍ଚ ବ୍ୟାଙ୍କିଙ୍ଗ୍ ଏବଂ ମାର୍କେଟିଂ ମୁଖ୍ୟ ତଥା ସଭାପତି ଶ୍ରୀ ଶ୍ରୀନିବାସ ମୂର୍ତି କହିଛନ୍ତି ଯେ, “ଓଡ଼ିଶା ଆମ ପାଇଁ ଏକ ପ୍ରମୁଖ ରାଜ୍ୟ ହୋଇ ରହିଛି ଏବଂ ବ୍ରହ୍ମପୁର ଶାଖାର ଶୁଭାରମ୍ଭ ଏହି ରାଜ୍ୟରେ ଆମର ଉପସ୍ଥିତିକୁ ଆହୁରି ଗଭୀର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଜନା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରେ ଆମର ପ୍ରୟାସ ହେଉଛି ବ୍ୟାଙ୍କିଙ୍ଗ୍ ସେବାକୁ ସରଳ, ସୁଲଭ ଏବଂ ପ୍ରାସଙ୍ଗିକ କରିବା—ବିଶେଷ କରି ଉଦୀୟମାନ ଏବଂ ବ୍ୟାଙ୍କିଙ୍ଗ୍ ସେବାରୁ ବଞ୍ଚିତ ବଜାରର ଗ୍ରାହକମାନଙ୍କ ପାଇଁ। ଏହି ଶାଖା ମାଧ୍ୟମରେ, ଆମେ ଗ୍ରାହକ-କୈନ୍ଦ୍ରିକ ଏବଂ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ଆର୍ôଥକ ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ, ଯାହା ବ୍ୟକ୍ତିବିଶେଷ, ପରିବାର ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ଆକାଂକ୍ଷାକୁ ସମର୍ଥନ କରିବା ସହିତ ସ୍ଥାନୀୟ ଅର୍ଥନୈତିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ।’’
ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏହାର ଦୃଢ଼ ରିଟେଲ୍ ଡିପୋଜିଟ୍ ଫ୍ରାଂଚାଇଜି ଓ ବିବିଧ ଋଣ ପୋର୍ଟଫୋଲିଓ ଜରିଆରେ ୧୨ ନିୟୁତରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛିୁି। ଏହାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଏକ ବ୍ୟାପକ ନେଟୱର୍କ ରହିଛି ଏବଂ ବ୍ୟାଙ୍କ ସେବା ପହଂଚିନଥିବା ଗ୍ରାମୀଣ କେନ୍ଦ୍ରରେ ଏହାର ଉଲ୍ଲେଖନୀୟ ଉପସ୍ଥିତି ରହିଛି ଯାହା ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ପ୍ରତି ଏହାର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ଦର୍ଶାଉଛି।

