ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଏସ୍‌ପି୧୨୫ ସ୍ପୋର୍ଟସ୍ ଏଡିସନ୍ ଉନ୍ମୋଚିତ

ଭୁବନେଶ୍ୱର: ଉତ୍ସବ ଋତୁ ପାଇଁ ପ୍ରସ୍ତୁତ ହେବା ସହ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଏସ୍‌ପି ୧୨୫ ସ୍ପୋର୍ଟସ୍ ଏଡିସନ୍‌କୁ ଉନ୍ମୋଚନ କରାଯାଇଛି । ଏହାର ମୂଲ୍ୟ ଆକର୍ଷଣୀୟ (ଦିଲ୍ଲୀ, ଏକ୍ସ ସୋ’ରୁମ୍‌) ୯୦,୫୬୭ ଟଙ୍କା ରହିଛି । ଏସ୍‌ପି ୧୨୫ ସ୍ପୋର୍ଟସ୍ ଏଡିସନ୍ ହେଉଛି ସ୍ପୋର୍ଟି, ଯୁବ ସୁଲଭ ଓ ଆରାମଦାୟକ ଗାଡ଼ି ଚାଳନାର ସମାହାର । ଏହାର ବୁକିଂ ଏବେ ଆରମ୍ଭ ହୋଇଛି ଏବଂ ସୀମିତ ସମୟ ପାଇଁ ସାରା ଦେଶରେ ଥିବା ହୋଣ୍ଡା ରେଡ୍ ୱିଙ୍ଗ୍ ଡିଲର୍‌ସିପ୍‌ରେ ତାହା ଉପଲବ୍ଧ ହେବ ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସ୍ତୁମି ଓଟାନି କହିଛନ୍ତି ଯେ, “ଶୁଭାରମ୍ଭ ହେବା ପରଠାରୁ ହୋଣ୍ଡା ଏସ୍‌ପି ୧୨୫ ଏହାର ଉନ୍ନତ ସୁବିଧା, ଷ୍ଟାଇଲିସ୍ ଡିଜାଇନ୍ ଓ ରୋମଂଚକର ପ୍ରଦର୍ଶନକୁ ନେଇ ୧୨୫ ସିସି ପ୍ରିମିୟମ କମ୍ୟୁଟର ମୋଟରସାଇକଲ୍ ବର୍ଗରେ ଗ୍ରାହକମାନଙ୍କୁ ଉତ୍ସାହିତ କରିଛି । ଆମର ବିଶ୍ୱାସ ରହିଛି ଯେ ନୂଆ ଏସ୍‌ପି୧୨୫ ସ୍ପୋର୍ଟସ୍ ଏଡିସନ୍‌ର ଉନ୍ମୋଚନ ଗ୍ରାହକମାନଙ୍କର, ବିଶେଷ କରି ଯୁବପିଢ଼ିଙ୍କୁ ଆହୁରି ଉଲ୍ଲସିତ କରିବ ।’’
ହୋଣ୍ଡା ଏସ୍‌ପି୧୨୫ ସ୍ପୋର୍ଟସ୍ ଏଡିସନ୍‌ର ଶୁଭାରମ୍ଭ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସେଲ୍‌ସ ଓ ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ନୂଆ ହୋଣ୍ଡା ଏସ୍‌ପି୧୨୫ ସ୍ପୋର୍ଟସ୍ ଏଡିସନ୍‌ର ଶୁଭାରମ୍ଭ କରି ଆମେ ବହୁତ ଖୁସି । ଏହା ଆକର୍ଷଣୀୟ ଗଠନ ଶୈଳୀ ଓ ଆଧୁନିକ ଉପକରଣ ସହ ଏହା ଉନ୍ନତ ଠାରୁ ଅଧିକ ଅନୁଭବ ପ୍ରଦାନ କରିବାକୁ ଆସିଛି । ଆମର ବିଶ୍ୱାସ ରହିଛି ଯେ, ଏସ୍‌ପି୧୨୫ ସ୍ପୋର୍ଟସ୍ ଏଡିସନ୍ ଗ୍ରାହକଙ୍କ ଲୋକପ୍ରିୟ ପସନ୍ଦ ହୋଇ ରହିବ ଏବଂ ଏହି କ୍ଷେତ୍ରରେ ମାନଦଣ୍ଡ ନିର୍ଧାରଣ କରିବ ।’’
ନୂଆ ଏସ୍‌ପି୧୨୫ ସ୍ପୋର୍ଟସ୍ ଏଡିସନ୍ ଏହାର ଆକର୍ଷଣୀୟ ଟାଙ୍କି ଡିଜାଇନ, ମ୍ୟାଟ୍ ମଫଲର କଭର ଓ ଉନ୍ନତ ଗ୍ରାଫିକ୍ସ ସହିତ ନୂଆ ଜୀବନ୍ତ ଷ୍ଟ୍ରାଇପ୍ ସହ ଯୁବବର୍ଗଙ୍କ ପାଇଁ ଷ୍ଟାଇଲ୍‌ର ଭାବକୁ ବଢ଼ାଇଛି । ଡିସେଂଟ୍ ବ୍ଲୁ ମେଟାଲିକ୍ ଓ ହେଭି ଗ୍ରେ ମେଟାଲିକ୍ ଭଳି ଆକର୍ଷଣୀୟ ରଙ୍ଗରେ ଏହା ଉପଲବ୍ଧ ହେବ ।
ଏସ୍‌ପି୧୨୫ ସ୍ପୋର୍ଟସ୍ ଏଡିସନ୍ ଏହାର ଅଗ୍ରଣୀ ସୁବିଧାସୁଯୋଗ ସହିତ ଆପଣଙ୍କୁ ଆଗରେ ରଖି ଆପଣଙ୍କ ଅର୍ଥର ଉଚିତ ମୂଲ୍ୟ ପ୍ରଦାନ କରିବ । ଏଥିରେ ଉଜ୍ଜ୍ୱଳ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌, ସମ୍ପୂର୍ଣ୍ଣ ଡିଜିଟାଲ୍ ଇନଷ୍ଟ୍ରୁମେଂଟ୍ କନ୍‌ସୋଲ, ୧୨୩.୯୪ ସିସି ବିଏସ୍‌-୬ ଓବିଡି୨ ନିୟମ ପାଳନ କରୁଥିବା ସିଙ୍ଗିଲ ସିଲିଣ୍ଡର ଇଞ୍ଜିନ ରହିଛି ଯାହା ୮ କିଲୋୱାଟ୍ ଶକ୍ତି ଓ ୧୦.୯ ଏନ୍‌ଏମ୍ ଟର୍କ ଉତ୍ପନ୍ନ କରୁଛି ।
ଏହା ଉପରେ କଂପାନି ୧୦ ବର୍ଷର ସ୍ୱତନ୍ତ୍ର ୱାରେଂଟି ପ୍ୟାକେଜ୍ (୩ ବର୍ଷ ସାଧାରଣ ସହିତ ୭ ବର୍ଷର ବିକଳ୍ପ) ପ୍ରଦାନ କରୁଛି ।

Share

Leave a Reply

Your email address will not be published. Required fields are marked *

18 − 13 =