Business

ବନ୍ଧନ ବ୍ୟାଙ୍କର ଭ୍ରାମ୍ୟମାଣ ମେଡିକାଲ୍ ୟୁନିଟ୍ ଦ୍ୱାରା ସାରା ଦେଶରେ ପ୍ରମୁଖ ପାର୍ବଣ ସମୟରେ ୫୦୦୦ରୁ ଅଧିକ ବ୍ୟକ୍ତି ଉପକୃତ

ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ଏହାର ସିଏସ୍‌ଆର୍ ଅଭିଯାନ ଅଧୀନରେ ଓ ଜୁବିଲାଂଟ୍ ଭର୍ତିଆ ଫାଉଣ୍ଡେସନ ସହଯୋଗରେ ଭାରତର ପ୍ରମୁଖ ପାର୍ବଣ ସମୟରେ ଭ୍ରାମ୍ୟମାଣ ମେଡିକାଲ୍ ୟୁନିଟ୍ (ଏମ୍‌ଏମ୍‌ୟୁ) ମୂତୟନ କରାଯାଇଥିଲା। ସମ୍ପ୍ରତି ଉତ୍ସବ ଋତୁରେ ୧୨ଟି ରାଜ୍ୟ ଓ ୧ଟି କେନ୍ଦ୍ରଶାସିତ ଅଞ୍ଚଳର ୨୦ଟି ସ୍ଥାନରେ ଆୟୋଜିତ ୧୧୪ଟି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ୫,୦୦୦ରୁ ଅଧିକ ଲୋକ ଉପକୃତ ହୋଇଥିଲେ।
ଏହି ଅଭିଯାନରେ ପଶ୍ଚିମବଙ୍ଗ, ବିହାର, ଆସାମ, ଦିଲ୍ଲୀ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରେ ଗଣେଶ ପୂଜା, ଦୁର୍ଗା ପୂଜା, କାଳି ପୂଜା/ଦୀପାବଳି, ଛଟ ପୂଜା ଓ ଜଗଧାତ୍ରୀ ପୂଜା ସମୟରେ ପ୍ରବଳ ଜନଗହଳିପୂର୍ଣ୍ଣ ସ୍ଥାନରେ ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରାଯାଇଥିଲା। ମହାରାଷ୍ଟ୍ରର ଗଣେଶ ପୂଜାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ପଶ୍ଚିମବଙ୍ଗର ଜଗଧାତ୍ରୀ ପୂଜାରେ ଶେଷ ହୋଇଥିଳା। ଏହି ଅଭିଯାନରେ ଶ୍ରଦ୍ଧାଳୁ, ପରିଦର୍ଶନ ଓ ସ୍ଥାନୀୟ ଲୋକମାନଙ୍କୁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା। ଏହି ଜାତୀୟ ଅଭିଯାନ ମାଧ୍ୟମରେ ବ୍ୟାଙ୍କ ସାର୍ବଜନୀନ ଉତ୍ସବ ପାଳନ ବେଳେ ଜନ କଲ୍ୟାଣକୁ ପ୍ରତ୍ସାହିତ କରିବା ସହିତ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବାର ପ୍ରତିବଦ୍ଧତାକୁ ଦୋହରାଇଛି।
ଏହି ଅଭିଯାନକୁ ମହାରାଷ୍ଟ୍ରସ୍ଥିତ ପୁଣେର ଶ୍ରୀମନ୍ତ ଦଗଦୁସେଠ ହାଲୱାଇ ସାର୍ଜଜନୀକ ଗଣପତି ଟ୍ରଷ୍ଟ, ପଶ୍ଚିମବଙ୍ଗର କୋଲକାତାରେ ଥିବା ସଲ୍‌ଟ ଲେକ୍ ଏଫ୍‌ଡି ବ୍ଲକ୍ ଦୁର୍ଗା ପୂଜା, ତଳ ପ୍ରତୟ ଦୁର୍ଗାପୂଜା, ଫାଟକେଷ୍ଟୋ କାଳିପୂଜା, କେଏନ୍‌ସି ରେଜିମେଂଟ୍ କାଳିପୂଜା, ସିଲିଗୁଡ଼ିର ତରୁଣ ଆଥଲେଟିକ୍ କ୍ଲବ୍ କାଳିପୂଜା ଓ କ୍ରିଷ୍ଣନଗରର ବାରୋଓ୍‌ବରି ବୁରିମା ଜଗଧାତ୍ରୀ ପୂଜାରେ କାର୍ଯ୍ୟକାରୀ କରାଯାଇଥିଲା।
ଏହି ଅବସରରେ ଆୟୋଜିତ ଶିବିରଗୁଡ଼ିକରେ ପ୍ରତିଷେଧମୁଳକ ପରାମର୍ଶ, ମୌଳିକ ମେଡିକାଲ୍ ସହାୟତା ଓ ନିଦାନ ସେବା ପ୍ରଦାନ କରାଯାଇଥିଲା। ପ୍ରତି ଏମ୍‌ଏମ୍‌ୟୁରେ ଜଣେ ଡାକ୍ତର, ଫାର୍ମାସିଷ୍ଟ ଓ ଡ୍ରାଇଭର୍ ଥିଲେ ଯାହା ପ୍ରାଥମିକ ସ୍ୱାସ୍ଥ୍ୟ ପରାମର୍ଶ ଏବଂ ରକ୍ତ ଶର୍କରା, ହିମୋଗ୍ଲୋବିନ, ରକ୍ତଚାପ, ଏସପିଓ୨ ଓ ବିଏମଆଇ ପରୀକ୍ଷା ସହ ସ୍ପାଇରେମେଟ୍ରି, ଅଡିଓମେଟ୍ରି ଓ ପୋର୍ଟେବଲ୍ ଇସିଜି ପରୀକ୍ଷା ଭଳି ନିଦାନ ସୁବିଧା ପ୍ରଦାନ କରିଥିଲା।
ବନ୍ଧନ ବ୍ୟାଙ୍କର ପ୍ରବକ୍ତା କହିଛନ୍ତି, “ଭାରତର ସାମାଜିକ ଚଳନୀରେ ଉତ୍ସବଗୁଡ଼ିକ ହେଉଛି ଅବିଚ୍ଛେଦ୍ୟ ଅଙ୍ଗ ଯାହା ଉତ୍ସବ ପାଳନ କରିବାକୁ ଜନସାଧାରଣଙ୍କୁ ଏକତ୍ରୀତ କରିଥାଏ। ଆମର ଭ୍ରାମ୍ୟମାଣ ମେଡିକାଲ୍ ୟୁନିଟ୍ ଜରିଆରେ ଏହି ଜନଗହଳି ସମୟରେ ଶ୍ରଦ୍ଧାଳୁ ଓ ପରିଦର୍ଶକଙ୍କ ପାଖରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ପହଂଚାଇ ଥିବାରୁ ଆମେ ଆନନ୍ଦିତ। ଏହି ଅଭିଯାନ ଗୋଷ୍ଠୀ କଲ୍ୟାଣ ପ୍ରତି ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା ବେଳେ ସାରା ଦେଶରେ ସ୍ୱାସ୍ଥ୍ୟସେବାକୁ ଲୋକମାନଙ୍କ ନିକଟତର କରିବାକୁ ସୁଦୃଢ଼ କରିପାରିଛି।”
ବନ୍ଧନ ବ୍ୟାଙ୍କର ସିଏସ୍‌ଆର୍ କାର୍ଯ୍ୟକ୍ରମ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ୮୪ଟି ଜିଲ୍ଲାର ୩୦ ଲକ୍ଷରୁ ଅଧିକ ପରିବାରକୁ ସକାରାତ୍ମକ ଭାବେ ପ୍ରଭାବିତ କରିପାରିଛି। ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବନଜୀବିକା ସୃଷ୍ଟି ଓ ସ୍ଥାୟୀ ଜଳବାୟୁ ପଦକ୍ଷେପ ଜରିଆରେ ମହିଳା ଓ ଗ୍ରାମୀଣ ଗୋଷ୍ଠୀ ଉପରେ ଏଥିରେ ବିଶେଷ ଗୁରୁତ୍ୱାରୋପ କରାଯାଉଛି।

Share

Leave a Reply

Your email address will not be published. Required fields are marked *

twenty + nine =