Business

ଡିଜିଟାଲ୍ ଠକେଇ ବିରୋଧରେ ସଚେତନତା ଓ ସତର୍କତା ଅବଲମ୍ବନ କରିବାକୁ ବାଲେଶ୍ୱର ପୋଲିସ୍‌ଙ୍କ ଆହ୍ୱାନ

ଭୁବନେଶ୍ୱର, ନଭେମ୍ବର ୨୬, ୨୦୨୬: ଦେଶବ୍ୟାପୀ ବଢ଼ୁଥିବା ସାଇବର ଠକେଇ ଏବଂ ଡିଜିଟାଲ ଆର୍ଥିକ ଜାଲିଆତିକୁ ଦୃଷ୍ଟିରେ ରଖି, ଭାରତର ସର୍ବବୃହତ ଘରୋଇ କ୍ଷେତ୍ରର ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ତଥା ବଜାଜ ଫିନସର୍ଭର ଏକ ଅଂଶ, ବଜାଜ ଫାଇନାନ୍ସ ଲିମିଟେଡ ପକ୍ଷରୁ ଓଡ଼ିଶାର ବାଲେଶ୍ୱର ସ୍ଥିତ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି। ଜନସାଧାରଣଙ୍କ ମଧ୍ୟରେ ଆର୍ଥିକ ଏବଂ ଡିଜିଟାଲ ସୁରକ୍ଷା ସଚେତନତା ବୃଦ୍ଧି କରିବା ପାଇଁ ଏହାର ନିରନ୍ତର ପ୍ରୟାସର ଅଂଶବିଶେଷ ଭାବେ “ନକ୍ଆଉଟ ଆଉଟ ଡିଜିଟାଲ ଫ୍ରଡ” ଅଭିଯାନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଗତ ଆର୍ଥିକ ବର୍ଷରେ ବଜାଜ ଫାଇନାନ୍ସ ଲିମିଟେଡ ଦେଶର ବିଭିନ୍ନ ପ୍ରାନ୍ତରେ ୧୦୦ ରୁ ଅଧିକ କର୍ମଶାଳା ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାହକମାନଙ୍କୁ ଠକିବା ପାଇଁ ଆର୍ଥିକ ଅନୁଷ୍ଠାନ ଏବଂ ସେମାନଙ୍କର କର୍ମଚାରୀଙ୍କ ଛଦ୍ମବେଶ ଧାରଣ କରୁଥିବା ନକଲି ସୋସିଆଲ ମିଡିଆ ଆକାଉଣ୍ଟ, ହ୍ୱାଟ୍ସଆପ୍ ଗ୍ରୁପ୍ ଏବଂ ଜାଲ ୱେବସାଇଟ୍ ସମ୍ବନ୍ଧୀୟ ସାଧାରଣ ଠକେଇ ଉପରେ ଆଲୋକପାତ କରାଯାଇଥିଲା।
ଏହି ଅବସରରେ ଉଦବୋଧନ ଦେଇ ବାଲେଶ୍ୱରର ଅତିରିକ୍ତ ଏସପି ଶ୍ରୀ ପରେଶ ରାଉତ କହିଛନ୍ତି, “ଆଜିର ଡିଜିଟାଲ ଦୁନିଆରେ ସାଇବର ଠକେଇ ଏକ ପ୍ରମୁଖ ଆହ୍ୱାନ ଭାବେ ଉଭା ହୋଇଛି। ଠକମାନେ ନକଲି ଲିଙ୍କ୍, ଜାଲ କଲ୍, ଋଣ ଠକେଇ, ନିବେଶ ଯୋଜନା ଏବଂ ଛଦ୍ମବେଶ ମାଧ୍ୟମରେ ନିରୀହ ଲୋକଙ୍କୁ ଠକିବା ପାଇଁ ନିରନ୍ତର ନୂଆ ନୂଆ ଉପାୟ ବାହାର କରୁଛନ୍ତି। ନାଗରିକମାନେ ବିଶ୍ୱାସ କରିବା ପୂର୍ବରୁ ଯାଞ୍ଚ କରିବା ଉଚିତ ଏବଂ କ୍ଲିକ୍ କରିବା ପୂର୍ବରୁ ଭାବିବା ଉଚିତ। ଠିକ୍ ସମୟରେ ରିପୋର୍ଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ପୀଡ଼ିତମାନେ ଘଟଣା ଘଟିବାର ତୁରନ୍ତ ପରେ ‘ଗୋଲ୍ଡେନ ଆୱାର’ ମଧ୍ୟରେ ଜାତୀୟ ସାଇବର ହେଲ୍ପଲାଇନ ୧୯୩୦ ମାଧ୍ୟମରେ ସାଇବର ଠକେଇର ରିପୋର୍ଟ କରନ୍ତି, ତେବେ ଠକେଇ କାରବାରକୁ ବନ୍ଦ କରିବା ଏବଂ ଟଙ୍କା ଫେରିପାଇବାର ସମ୍ଭାବନା ଯଥେଷ୍ଟ ବଢ଼ିଯାଏ। ସାଇବର ଅପରାଧର ମୁକାବିଲା ପାଇଁ ସଚେତନତା, ସତର୍କତା ଏବଂ ତୁରନ୍ତ ପଦକ୍ଷେପ ଆମର ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର ହୋଇ ରହିଛି।”
ଏହି ଅବସରରେ ବଜାଜ୍ ଫାଇନାନ୍ସ ଲିମିଟେଡ୍‌ର ମୁଖପାତ୍ର କହିଥିଲେ, “ବଜାଜ୍ ଫାଇନାନ୍ସରେ ଆମ ଗ୍ରାହକମାନଙ୍କୁ ଆର୍ଥିକ ଠକେଇରୁ ସୁରକ୍ଷିତ ରଖିବା ଆମର ପ୍ରମୁଖ ପ୍ରାଥମିକତା। ଡିଜିଟାଲ୍ ପ୍ଲାଟଫର୍ମ, ସାମାଜିକ ଗଣମାଧ୍ୟମ ଚ୍ୟାନେଲ୍ ଏବଂ ସମୁଦାୟଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନିୟମିତ ସଚେତନତା ବାର୍ତ୍ତା ପ୍ରସାର କରି ଆମେ ସାଇବର ବିପଦ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏବଂ ସତର୍କ ରହି ସାଇବର ସୁରକ୍ଷିତ ରହିବା ପାଇଁ ସେମାନଙ୍କୁ ସକ୍ଷମ କରିବା ଦିଗରେ ପ୍ରୟାସ କରୁଛୁ।”
ଏହି ପଦକ୍ଷେପ ଭାରତୀୟ ରିଜର୍ଭ ବ୍ୟାଙ୍କର ଠକେଇ ବିପଦ ପରିଚାଳନା ସମ୍ପର୍କିତ ନିର୍ଦ୍ଦେଶାବଳୀ ସହ ସମନ୍ୱିତ। ଏହାର ଉଦ୍ଦେଶ୍ୟ ଫିସିଂ, ଟ୍ରେଡିଂ ଆପ୍ଲିକେସନ୍, ଏପିକେ ଫାଇଲ୍, ଚାକିରି ଓ ଭିସା ଠକେଇ, ପାର୍ଟ-ଟାଇମ୍ ଚାକିରି ନାମରେ ଠକେଇ, ଓଟିପି ଠକେଇ, ନକଲି ଋଣ ପ୍ରସ୍ତାବ, ନିବେଶ ଠକେଇ, ଡିଜିଟାଲ୍ ଗିରଫ ଠକେଇ ଏବଂ ସାମାଜିକ ଗଣମାଧ୍ୟମ ଓ ମେସେଜିଂ ପ୍ଲାଟଫର୍ମ ମାଧ୍ୟମରେ ପଠାଯାଉଥିବା ଠକେଇପୂର୍ଣ୍ଣ ଲିଙ୍କ୍ ଭଳି ସାଧାରଣ ସାଇବର ବିପଦ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା। ବିଶେଷଜ୍ଞମାନେ ବ୍ୟକ୍ତିଗତ ଓ ବ୍ୟାଙ୍କିଂ ସୂଚନାର ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ଅନଲାଇନ୍ ଟଙ୍କା କାରବାର ସମୟରେ ସର୍ବଦା ସତର୍କ ରହିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଇବର ସେଲ୍‌ର ଉପନିରୀକ୍ଷକ ଶ୍ରୀ ଓମ୍ ପ୍ରକାଶ ମିଶ୍ର, ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଉମେଶ ପଣ୍ଡା, ଅବସରପ୍ରାପ୍ତ ଉପଆରକ୍ଷୀ ଅଧୀକ୍ଷକ ଶ୍ରୀ ସ୍ୱପ୍ନ ରଞ୍ଜନ ମହାପାତ୍ର, ସ୍କୁଲ୍‌ର ପ୍ରଧାନଶିକ୍ଷକ ଶ୍ରୀ ସୁଧାଂଶୁ ପଣ୍ଡା ଏବଂ ବଜାଜ୍ ଫାଇନାନ୍ସ ଲିମିଟେଡ୍‌ର ଶ୍ରୀ ପ୍ରଦୀପ୍ତ ବିଶ୍ୱାଳ, ଶ୍ରୀ ତପସ୍ ଦତ୍ତ, ଶ୍ରୀ ଆସିଫ୍ ଖାନ୍ ଓ ଶ୍ରୀ ସନ୍ଦୀପ ଦତ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସ୍କୁଲ୍‌ର ପ୍ରଧାନଶିକ୍ଷକ ଶ୍ରୀ ସୁଧାଂଶୁ ପଣ୍ଡା, ଶ୍ରୀମତୀ ଶୈଳବାଳା ରାଉତ (ଶିକ୍ଷାବିତ୍), ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସିଦ୍ଧି ବିନାୟକ ପବ୍ଲିକ୍ ସ୍କୁଲ୍‌, ବାଲେଶ୍ୱରର ଛାତ୍ରଛାତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଭାଗ ନେଇ ଏହାର ସଫଳତାରେ ଅବଦାନ ରଖିଥିଲେ।
ନାଗରିକମାନଙ୍କୁ ସତର୍କ ରହିବା, କାହା ସହିତ ଓଟିପି କିମ୍ବା ବ୍ୟାଙ୍କିଂ ସମ୍ବନ୍ଧୀୟ ଗୁପ୍ତ ସୂଚନା ଆଦାନପ୍ରଦାନ ନ କରିବା ଏବଂ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ଜାତୀୟ ସାଇବର ଅପରାଧ ହେଲ୍ପଲାଇନ୍ ୧୯୩୦ କିମ୍ବା ଜାତୀୟ ସାଇବର ଅପରାଧ ଅଭିଯୋଗ ପୋର୍ଟାଲ୍‌ ରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଯଥାଶୀଘ୍ର ଅଭିଯୋଗ କରିବା ଦ୍ୱାରା ଠକେଇ ଟଙ୍କାକୁ ଅଟକାଇବା ଏବଂ ଫେରସ୍ତ ପାଇବାର ସମ୍ଭାବନା ଅଧିକ ହୋଇଥାଏ।

Share

Leave a Reply

Your email address will not be published. Required fields are marked *

fifteen + two =