ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ୫୫୫-ଦିନିଆ ‘ବିଓବି ଗୋଲ୍ଡେନ୍ ଗୋଲ୍’ ଜମା ଯୋଜନା ଉପରେ ସୁଧ ହାର ବୃଦ୍ଧି
ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍, ବ୍ୟାଙ୍କ୍ ଅଫ୍ ବରୋଦା ଏହାର ସ୍ୱତନ୍ତ୍ର ୫୫୫-ଦିନିଆ ମିଆଦୀ ରିଟେଲ୍ ଟର୍ମ ଡିପୋଜିଟ୍ ଯୋଜନା ‘ବିଓବି ଗୋଲ୍ଡେନ୍୍ ଗୋଲ୍ ଡିପୋଜିଟ୍ ସ୍କିମ୍’ ଅଧୀନରେ ସମସ୍ତ ଗ୍ରାହକ ବର୍ଗ ଏବଂ ଉଭୟ କଲେବୁଲ୍ ଓ ନନ୍-କଲେବୁଲ୍ ବିକଳ୍ପ ପାଇଁ ସୁଧ ହାରରେ ୧୦ ବେସିସ୍ ପଏଣ୍ଟ ବୃଦ୍ଧି ଘୋଷଣା କରିଛି। ‘ବିଓବି ଗୋଲ୍ଡେନ୍ ଗୋଲ୍ ଡିପୋଜିଟ୍ ସ୍କିମ୍’ ଏବେ ବାର୍ଷିକ ୭.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ପ୍ରଦାନ କରୁଛି। ଏହି ଯୋଜନା ୩ କୋଟି ଟଙ୍କାରୁ କମ୍ ରିଟେଲ୍ ଟର୍ମ ଡିପୋଜିଟ୍ ଉପରେ ଲାଗୁ ହେବ ଏବଂ ନୂତନ ସୁଧ ହାର ନଭେମ୍ବର ୧୨, ୨୦୨୬ ରୁ କାର୍ଯ୍ୟକାରୀ ହୋଇଛି। ଅନ୍ୟ ସମସ୍ତ ଅବଧିର ଟର୍ମ ଡିପୋଜିଟ୍ ସୁଧ ହାର ଅପରିବର୍ତ୍ତିତ ରହିଛି।
ବର୍ଦ୍ଧିତ ସୁଧ ହାର ପରିବେଶରେ ଜମାକାରୀମାନଙ୍କୁ ଅଧିକ ଲାଭ ପ୍ରଦାନ କରିବା ପାଇଁ ବ୍ୟାଙ୍କ୍ ଅଫ୍ ବରୋଦା ଏହାର ୫୫୫-ଦିନିଆ ‘ବିଓବି ଗୋଲ୍ଡେନ୍ ଗୋଲ୍ ଡିପୋଜିଟ୍ ସ୍କିମ୍’ ଉପରେ ରିଟର୍ଣ୍ଣ ବୃଦ୍ଧି କରିଛି। ଏହି ଲକ୍ଷ୍ୟଭିତ୍ତିକ ସଂଶୋଧନ ବ୍ୟାଙ୍କ୍ ର ସୁଚିନ୍ତିତ ସମ୍ପତ୍ତି-ଦାୟିତ୍ୱ ପରିଚାଳନା (ଏଏଲ୍ଏମ୍) ରଣନୀତି ସହିତ ସମନ୍ୱିତ, ଯାହା ସାମଗ୍ରିକ ମାର୍ଜିନ୍ ସ୍ଥିରତା ବଜାୟ ରଖିବା ସହିତ ଏହାର ଜମା ଆଧାରକୁ ସୁଦୃଢ଼ କରିବାରେ ସହାୟକ ହେବ।
ବ୍ୟାଙ୍କ୍ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ବିନା ୱାହିଦ୍ କହିଛନ୍ତି, “ଏକ ବିକାଶଶୀଳ ଅର୍ଥନୀତିର ଋଣ ଆବଶ୍ୟକତାକୁ ସମର୍ଥନ କରିବା ସହିତ ଜମାକାରୀମାନଙ୍କୁ ପ୍ରତିଯୋଗିତାମୂଳକ ରିଟର୍ଣ୍ଣ ପ୍ରଦାନ କରିବା ଉପରେ ବ୍ୟାଙ୍କ୍ ଅଫ୍ ବରୋଦା ନିରନ୍ତର ଧ୍ୟାନ ଦେଉଛି। ‘ବିଓବି ଗୋଲ୍ଡେନ୍ ଗୋଲ୍ ଡିପୋଜିଟ୍ ସ୍କିମ୍’ ଅଧୀନରେ ସୁଧ ହାର ବୃଦ୍ଧି ମଧ୍ୟମ ଅବଧିରେ ସ୍ଥିର ଏବଂ ସୁନିଶ୍ଚିତ ରିଟର୍ଣ୍ଣ ଚାହୁଁଥିବା ଗ୍ରାହକମାନଙ୍କୁ ଅଧିକ ମୂଲ୍ୟ ପ୍ରଦାନ କରିବ ଏବଂ ବ୍ୟାଙ୍କ୍ ର ଜମା ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରିବ।”
ବିଓବି ଗୋଲ୍ଡେନ୍ ଗୋଲ୍ ଡିପୋଜିଟ୍ ସ୍କିମ୍ – ନଭେମ୍ବର ୧୨, ୨୦୨୬ ରୁ ଲାଗୁ ହୋଇଥିବା ସଂଶୋଧିତ ସୁଧ ହାର (୫୫୫ ଦିନ ଅବଧି ପାଇଁ):
କଲେବୁଲ୍ ବିକଳ୍ପ ଅଧୀନରେ, ସାଧାରଣ, ଏନ୍ଆରଓ ଏବଂ ଏନ୍ଆରଇ ଗ୍ରାହକମାନଙ୍କ ପାଇଁ ବାର୍ଷିକ ୬.୮୫ ପ୍ରତିଶତ ସୁଧ ହାର ନିର୍ଦ୍ଧାରିତ ହୋଇଛି। ସେହିପରି ଆବାସିକ ବରିଷ୍ଠ ନାଗରିକମାନେ ଅତିରିକ୍ତ ୦.୫୦ ପ୍ରତିଶତ ସହିତ ବାର୍ଷିକ ୭.୩୫ ପ୍ରତିଶତ ଏବଂ ଆବାସିକ ଅତି ବରିଷ୍ଠ ନାଗରିକମାନେ (୮୦ ବର୍ଷ ଓ ତଦୁର୍ଦ୍ଧ୍ୱ) ଅତିରିକ୍ତ ୦.୬୦ ପ୍ରତିଶତ ସହିତ ବାର୍ଷିକ ୭.୪୫ ପ୍ରତିଶତ ସୁଧ ପାଇବେ।
ନନ୍-କଲେବୁଲ୍ ବିକଳ୍ପ ଅଧୀନରେ, ସାଧାରଣ, ଏନ୍ଆରଓ ଏବଂ ଏନ୍ଆରଇ ଗ୍ରାହକମାନଙ୍କ ପାଇଁ ଅତିରିକ୍ତ ୦.୦୫ ପ୍ରତିଶତ ସହିତ ବାର୍ଷିକ ୬.୯୦ ପ୍ରତିଶତ ସୁଧ ହାର ପ୍ରଦାନ କରାଯାଉଛି। ଆବାସିକ ବରିଷ୍ଠ ନାଗରିକମାନଙ୍କ ପାଇଁ ବାର୍ଷିକ ୭.୪୦ ପ୍ରତିଶତ (୬.୮୫ + ୦.୫୦ + ୦.୦୫) ଏବଂ ଆବାସିକ ଅତି ବରିଷ୍ଠ ନାଗରିକମାନଙ୍କ (୮୦ ବର୍ଷ ଓ ତଦୁର୍ଦ୍ଧ୍ୱ) ପାଇଁ ସର୍ବାଧିକ ବାର୍ଷିକ ୭.୫୦ ପ୍ରତିଶତ (୬.୮୫ + ୦.୬୦ + ୦.୦୫) ସୁଧ ହାର ଲାଗୁ କରାଯାଇଛି।
ବ୍ୟାଙ୍କ୍ ର ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍ (ବିଓବି ୱାର୍ଲ୍ଡ), ନେଟ୍ ବ୍ୟାଙ୍କିଙ୍ଗ୍ (ବିଓବି ୱାର୍ଲ୍ଡ ଇଣ୍ଟେରନେଟ୍) ମାଧ୍ୟମରେ କିମ୍ବା ସମଗ୍ର ଭାରତରେ ଥିବା ଯେକୌଣସି ବ୍ୟାଙ୍କ୍ ଅଫ୍ ବରୋଦା ଶାଖା ପରିଦର୍ଶନ କରି ସହଜରେ ଏକ ନୂତନ ଏଫ୍ଡି ଖୋଲାଯାଇପାରିବ। ଏହା ବ୍ୟତୀତ, ନୂତନ ଗ୍ରାହକମାନେ କୌଣସି ସଞ୍ଚୟ ଖାତା ନ ଖୋଲି ମଧ୍ୟ ବ୍ୟାଙ୍କ୍ ଅଫ୍ ବରୋଦା ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଫିକ୍ସଡ୍ ଡିପୋଜିଟ୍ ଖୋଲିପାରିବେ।
