କ୍ରୀଡା

ଆଇପିଏଲ୍ ୨୦୨୭ର ରିଟେନସନ୍ ପୂର୍ବରୁ ଧୋନିଙ୍କ ଅବସର

ଆଇପିଏଲ୍ ୨୦୨୭ର ରିଟେନସନ୍ ତାଲିକା ଆସିବା ପୂର୍ବରୁ କ୍ରିକେଟ ଫ୍ୟାନ୍ସଙ୍କୁ ବଡ଼ ଝଟକା । ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ଫଳରେ ଆସନ୍ତା ବର୍ଷ ଆଇପିଏଲରେ ଖେଳାଳି ଭାବେ ଧୋନିଙ୍କୁ ଆଉ ପଡ଼ିଆରେ ଦେଖିବାକୁ ମିଳିବନି । ହେଲେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ଦଳର ନୂଆ ମେଣ୍ଟର ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ।

ପ୍ରଥମ ଆଇପିଏଲ୍ ସିଜିନ୍ ୨୦୦୮ରୁ ହିଁ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ ସହ ଜଡ଼ିତ ରହିଛନ୍ତି । ମଝିରେ ଦୁଇ ବର୍ଷ ପାଇଁ CSK ଉପରେ ନିଲମ୍ବନ ଲାଗିଥିବାରୁ ସେ ଅନ୍ୟ ଦଳ ପକ୍ଷରୁ ଖେଳିଥିଲେ । ତେବେ ଚେନ୍ନାଇ ଦଳ ଆଇପିଏଲକୁ ଫେରିବା ପରେ ଧୋନି ପୁଣି ଏହି ଦଳରେ ସାମିଲ ହୋଇଥିଲେ ।

ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ୫ ଥର ଆଇପିଏଲ୍ ଟାଇଟଲ୍ ହାସଲ କରିଛି । ବର୍ତ୍ତମାନ ଋତୁରାଜ ଗାଏକୱାଡ୍ CSKର ଅଧିନାୟକ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × four =