କ୍ରୀଡା

ଆଜି ବିରାଟଙ୍କ ଜନ୍ମଦିନ

ଟିମ୍ ଇଣ୍ଡିଆର କିଙ୍ଗ୍ ବିରାଟ କୋହଲି ଆଜି ୩୮ ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ କ୍ରିକେଟ ଜଗତର ବହୁ ପୂର୍ବତନ ଖେଳାଳି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଖେଳ ଓ ବ୍ୟକ୍ତିତ୍ୱର ପ୍ରଶଂସା କରିଛନ୍ତି । ବର୍ତ୍ତମାନ ବିରାଟ ଟିମ୍ ଇଣ୍ଡିଆ ସହ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ରହିଛନ୍ତି । ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସେଠାରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ଜନ୍ମଦିନ ପୂର୍ବରୁ ମଇଦାନରେ ଏମିତି ପ୍ରଦର୍ଶନ କରିଛନ୍ତି, ଯାହା ଜନ୍ମଦିନକୁ ସ୍ମରଣୀୟ କରିଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ବିରାଟ କୋହଲି ୫୧ ବଲରେ ୭୪ ରନ୍ କରିଛନ୍ତି । ଏହି ଇନିଂସରେ ୧୩ଟି ଚଉକା ଏବଂ ୧ ଛକା ରହିଥିଲା । ଏହା ବିରାଟଙ୍କ ୮୦ ତମ ଅର୍ଦ୍ଧଶତକ ମାରିଥିଲେ । ତାଙ୍କ ଜନ୍ମଦିନରେ ଭଉଣୀ ଶୁଭେଚ୍ଛା ଜଣାଇଛନ୍ତି । ଏକ ଭାବୁକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ବିରାଟଙ୍କ ଆରମ୍ଭ ଦିନରୁ ଗ୍ଲୋବାଲ ଆଇକନ ହେବା ଯାଏଁ ସମସ୍ତ କାହାଣୀ ରହିଛି ।

ବିରାଟ କୋହଲି ବିଶ୍ୱର ଅନ୍ୟତମ ଫିଟ୍ ଆଥଲେଟ୍ ଭାବେ ପରିଚିତ । ତାଙ୍କ ଫିଟନେସ୍ ଓ ଖେଳ ପ୍ରତି ନିଷ୍ଠାକୁ ନେଇ ଅନେକ ସମୟରେ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସହ ତୁଳନା କରାଯାଏ । ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍ ତାଙ୍କୁ କ୍ରିକେଟର କ୍ରିଷ୍ଟିଆନୋ ରୋନାଲ୍ଡୋ ବୋଲି କହିଛନ୍ତି ।

ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ, ଦିନେଶ କାର୍ତ୍ତିକ, ମୁରଲୀ କାର୍ତ୍ତିକ, ବୀରେନ୍ଦ୍ର ସେହୱାଗ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven − seven =