ୟେସ୍ ବ୍ୟାଙ୍କ୍ ପକ୍ଷରୁ ନୂତନ ପିଢ଼ି ପାଇଁ ସ୍ୱତନ୍ତ୍ର ସେବା ‘ୟେସ୍ ଭାଇବ୍ଜ୍’ର ଶୁଭାରମ୍ଭ
- ଶୂନ୍ୟ ସର୍ଭିସ୍ ଚାର୍ଜ, ୟୁପିଆଇରେ ପୁରସ୍କାର ଏବଂ ଜେନ୍-ଜି ଙ୍କ ପସନ୍ଦ ଗ୍ରହଣୀୟ ସ୍ମାର୍ଟ ବ୍ୟାଙ୍କିଙ୍ଗ୍ ସହ ଏକ ବିଶେଷ ସଞ୍ଚୟ ଖାତା
ଭୁବନେଶ୍ୱର : କିଛି ଜଣ ନିଜର ଆକାଂକ୍ଷାକୁ ପ୍ରଥମ ବ୍ୟବସାୟ ଭାବେ ଆରମ୍ଭ କରନ୍ତି, କିଛି ଚିନ୍ତାଧାରା କେବଳ ରାତି ୨ଟାରେ ହିଁ ମୁଣ୍ଡକୁ ଆସିଥାଏ, କିଛି ଜଣ ନିଜର କର୍ମମୟ ଜୀବନର ଅଧା ବାଟରୁ ରାସ୍ତା ବଦଳାନ୍ତି, ପୁଣି କିଛି ଜଣ ପାଞ୍ଚଟି ଭିନ୍ନ ଜିନିଷ ଚେଷ୍ଟା କରି ଦୁଇଟିକୁ ଛାଡ଼ିଦିଅନ୍ତି। ଆଜିର ପିଢ଼ି ଅର୍ଥାତ୍ ଭାରତର ପ୍ରାୟ ୪୦୭ ନିୟୁତ ଜେନ୍-ଜି ଏହିପରି ଭାବେ ନିଜ ଜୀବନ ଜିଉଁଛନ୍ତି। ସେମାନେ ସୃଜନଶୀଳ, ଭ୍ରମଣପ୍ରିୟ, ନୂତନ ଗଠନକାରୀ ଏବଂ ନିଜର ନିୟମିତ ଚାକିରି ସହ ପସନ୍ଦର ପ୍ରକଳ୍ପଗୁଡ଼ିକୁ ସାମୁହିକ ପରିଚାଳନା କରୁଛନ୍ତି। ଏହି ନୂତନ ପିଢ଼ି ନିରନ୍ତର ଚେଷ୍ଟା କରୁଛନ୍ତି, ଶିଖୁଛନ୍ତି, ଆଗକୁ ବଢ଼ିବା ସହ ନିଜର ରାସ୍ତା ବଦଳାଉଛନ୍ତି ଏବଂ ନିଜର ନୂଆ କାର୍ଯ୍ୟଶୈଳୀ ନିଜେ ଲେଖୁଛନ୍ତି।
ଏହି ନୂତନ ପିଢ଼ିର ଜୀବନଶୈଳୀକୁ ଆଧାର କରି ୟେସ୍ ବ୍ୟାଙ୍କ୍ ଏକ ସ୍ୱତନ୍ତ୍ର ସଞ୍ଚୟ ଖାତା – ‘ୟେସ୍ ଭାଇବ୍ଜ୍’ର ଶୁଭାରମ୍ଭ କରିଛି। ଏହି ଭିନ୍ନ ସ୍ୱାଦର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଆଜିର ଚଳଚଞ୍ଚଳ ପିଢ଼ିର କ୍ରମବର୍ଦ୍ଧିଷ୍ଣୁ ଆର୍ôଥକ ବ୍ୟବହାର, ଜୀବନଶୈଳୀର ପସନ୍ଦ ଏବଂ ଡିଜିଟାଲ୍-ଫ୍ରଷ୍ଟ ଆଶାକୁ ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ଆକାଉଣ୍ଟରେ ଶୂନ୍ୟ ସର୍ଭିସ୍ ଚାର୍ଜ, ୨୨,୦୦୦ ଟଙ୍କା ପର୍ଯ୍ୟନ୍ତ ଅନ୍ବୋର୍ଡିଂ ଲାଭ, ୟେସ୍ ସିକ୍ୟୁରିଟିଜ୍ ସହିତ ୧ ବର୍ଷ ପାଇଁ ଶୂନ୍ୟ ବ୍ରୋକରେଜ୍ରେ ମାଗଣା ଡିମାଟ୍ ଏବଂ ଟ୍ରେଡିଂ ଆକାଉଣ୍ଟ ସହିତ ଅନେକ ସୁବିଧା ମିଳୁଛି। ଡେବିଟ୍ କାର୍ଡ ଖର୍ଚ୍ଚରେ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍ବ୍ୟାକ୍ରୁ ଆରମ୍ଭ କରି ୟୁପିଆଇ ମରଚାଣ୍ଟ କାରବାରରେ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର, ସିନେମା ଏବଂ ରେଷ୍ଟୋରାଣ୍ଟରେ ଖାଇବା ଉପରେ ମନୋରଞ୍ଜନ ରିହାତି ଆଦି ସୁବିଧା ସହ ‘ୟେସ୍ ଭାଇବ୍ଜ୍’ ଦୈନନ୍ଦିନ ବ୍ୟାଙ୍କିଙ୍ଗ୍କୁ ସ୍ମାର୍ଟ ଏବଂ ଲାଭଦାୟକ କରିଥାଏ।
ଏହି ଆକାଉଣ୍ଟ ସହିତ ସାଧାରଣରୁ ଆରମ୍ଭ କରି ଧନୀ ବର୍ଗ ପର୍ଯ୍ୟନ୍ତ ପ୍ରୋଗ୍ରାମ୍ ଟାୟାର୍ ଅନୁସାରେ ବିଭିନ୍ନ ଶକ୍ତିଶାଳୀ ଡେବିଟ୍ କାର୍ଡ ସୁବିଧା ରହିଛି। ‘ୟେସ୍ ବ୍ୟାଙ୍କ୍ ରିଫ୍ଲେକ୍ସନ୍ ଡେବିଟ୍ ଗ୍ରାହକଙ୍କୁ ନିଜର ପ୍ରୋଫାଇଲ୍ ଛବି (ଡିପି) ବାଛିବାର ସୁଯୋଗ ଦେଇଥାଏ। ‘ୟେସ୍ ବ୍ୟାଙ୍କ୍ ହେଲ୍ଥଫିଟ୍ ଡେବିଟ୍ କାର୍ଡ’ ଜିମ୍ ସୁବିଧା, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଫାର୍ମାସୀ ଲାଭ ସହିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପରେ ଧ୍ୟାନ ଦେଇଥାଏ। ଏହାସହିତ, ୟେସ୍ ଭାଇବ୍ଜ୍ ଗ୍ରାହକମାନେ ଆତ୍ମବିଶ୍ୱାସ ଏବଂ ଦାୟିତ୍ୱର ସହ ନିଜର କ୍ରେଡିଟ୍ ସ୍କୋର ଗଠନ କରିବା ପାଇଁ ପ୍ରଥମ ବର୍ଷ ବିନା ଶୁଳ୍କରେ ଏଫ୍ଡି-ଆଧାରିତ କ୍ରେଡିଟ୍ କାର୍ଡ ମଧ୍ୟ ପାଇପାରିବେ।
ୟେସ୍ ବ୍ୟାଙ୍କ୍ର କଣ୍ଟ୍ରି ହେଡ୍ – ରିଟେଲ୍ ଲାଏବିଲିଟିଜ୍, ଫି’ ଆଣ୍ଡ ବିଜନେସ୍ ବ୍ୟାଙ୍କିଙ୍ଗ୍, ଶ୍ରୀ ଧୀରଜ ସାଂଘୀ କହିଛନ୍ତି, ‘ଡିଜିଟାଲ୍ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ନବସୃଜନ ଦ୍ୱାରା ପରିଚାଳିତ ଗ୍ରାହକ-କେନ୍ଦ୍ରିକତା ସଦାସର୍ବଦା ୟେସ୍ ବ୍ୟାଙ୍କ୍ର କାର୍ଯ୍ୟନୀତିର ମୂଳପିଣ୍ଡ ହୋଇ ରହିଛି। ଆଜିର ନୂତନ ପିଢ଼ି ପାଇଁ ‘ୟେସ୍ ଭାଇବ୍ଜ୍’ ନାମକ ଏକ ସ୍ୱତନ୍ତ୍ର ସେବା ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ। ସେମାନେ ଦ୍ରୁତ ପରିବର୍ତ୍ତନଶୀଳ ଡିଜିଟାଲ୍-ଫ୍ରଷ୍ଟ ବର୍ଗର ଅଟନ୍ତି, ଯେଉଁମାନେ ବାସ୍ତବ ଅନୁଭୂତି ଏବଂ ସାଙ୍ଗେ ସାଙ୍ଗେ ସ୍ୱୀକୃତିକୁ ଗୁରୁତ୍ୱ ଦିଅନ୍ତି। ନିଜ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରୁ ଦାୟିତ୍ୱବାନ୍ ଆର୍ôଥକ ଅଭ୍ୟାସ ଗଢ଼ିବାରେ ସାହାଯ୍ୟ କରିବା ସହ ସେମାନଙ୍କ ଜୀବନକୁ ଆହୁରି ସହଜ, ସୁଗମ ଏବଂ ସମୃଦ୍ଧ କରିବା ପାଇଁ ଏହି ପ୍ରଡକ୍ଟକୁ ବିଶେଷ ଭାବେ ଡିଜାଇନ୍ କରାଯାଇଛି। ଆମେ ଏହି ନୂତନ ପିଢ଼ି ସହିତ ସୁଦୃଢ଼ ଓ ଦୀର୍ଘସ୍ଥାୟୀ ସମ୍ପର୍କ ଗଢ଼ିବା ପାଇଁ ପ୍ରତିବଦ୍ଧ, ଯେଉଁମାନେ ଆଗାମୀ ଦଶନ୍ଧିଗୁଡ଼ିକରେ ଭାରତର ଆର୍ôଥକ ଭବିଷ୍ୟତ ନିର୍ଦ୍ଧାରଣ କରିବେ।”
‘ୟେସ୍ ଭାଇବ୍ଜ୍’ର ଶୁଭାରମ୍ଭ ନୂତନ ପିଢ଼ିର ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟାଙ୍କ୍ର ପ୍ରତିବଦ୍ଧତାକୁ ଦର୍ଶାଉଛି। ୟେସ୍ ଭାଇବ୍ଜ୍ ହେଉଛି ଆଜିର ସେହି ପିଢ଼ି ପାଇଁ ବ୍ୟାଙ୍କିଙ୍ଗ୍, ଯେଉଁମାନେ କୌଣସି ନିର୍ଦ୍ଦିଷ୍ଟ ଢାଞ୍ଚାରେ ବାନ୍ଧିହୋଇ ରହିବାକୁ ପସନ୍ଦ କରନ୍ତି ନାହିଁ। ପ୍ରଥମ ଦରମାରୁ ଆରମ୍ଭ କରି ପ୍ରଥମ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ, କିମ୍ବା ନିଜର ପସନ୍ଦର ପ୍ରକଳ୍ପରୁ ସମ୍ପୂର୍ଣ୍ଣ ସ୍ୱପ୍ନ ପୂରଣ ପର୍ଯ୍ୟନ୍ତ – ଯଦି ଏହା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ତେବେ ଏହା ୟେସ୍ ବ୍ୟାଙ୍କ୍ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

