ୟୁଟିଆଇ ଭାଲ୍ୟୁ ଫଣ୍ଡ୍-ଏକ ଫଣ୍ଡ୍ ଯାହା ସବୁ ପ୍ରକାର ବଜାର ପୁଞ୍ଜିରେ ସୁଯୋଗର ସନ୍ଧାନ କରୁଛି
ଭୁବନେଶ୍ୱର: ଆର୍ଥିକ ବିଶେଷଜ୍ଞମାନେ ପ୍ରାୟତଃ ନିବେଶକମାନଙ୍କୁ ଏଭଳି ଫଣ୍ଡଗୁଡ଼ିକରେ ନିବେଶ କରିବାକୁ ପରାମର୍ଶ ଦେଇଥାନ୍ତି ଯାହା ବଜାରର ସମ୍ପୂର୍ଣ୍ଣ କ୍ଷେତ୍ରକୁ ସାମିଲ କରିଥାଏ । ଅର୍ଥାତ୍ ଏକ ବିବିଧ ଫଣ୍ଡ । ଲୋକମାନେ ସାଧାରଣତଃ \”ଲାର୍ଜ କ୍ୟାପ୍\’ ଫଣ୍ଡ ଆଡ଼କୁ ଅଧିକ ଆକର୍ଷିତ ହୋଇଥାନ୍ତି । କାରଣ ଏଗୁଡ଼ିକ ବଜାରର ମୋଟ ପୁଞ୍ଜିର ପ୍ରାୟ ୮୦-୮୫% । ଯଦିଓ ଲାର୍ଜ କ୍ୟାପ୍ ଫଣ୍ଡଗୁଡ଼ିକ ବୃହତ ବଜାର ତଥା ସୂଚକାଙ୍କର ପ୍ରତିନିଧିତ୍ୱ କରନ୍ତି ତଥାପି ନିବେଶକମାନେ ମନେ ରଖିବା ଉଚିତ୍ ଯେ ଏହି ଫଣ୍ଡଗୁଡ଼ିକ ସବୁବେଳେ ବଜାରର ସମସ୍ତ ସୁଯୋଗକୁ ସମ୍ପୂର୍ଣ୍ଣ ଭାବେ ଧରିପାରନ୍ତି ନାହିଁ । ବଜାରର ସମ୍ପୂର୍ଣ୍ଣ କ୍ଷେତ୍ର ମଧ୍ୟରେ ଭିନ୍ନ ଭିନ୍ନ ବଜାର ପୁଞ୍ଜି୍, ନିବେଶର ଅଲଗା ଅଲଗା ଶୈଳୀ କିମ୍ବା ବଜାରର କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଆସୁଥିବା ଚକ୍ରକାର ପରିବର୍ତନ ରହିଥାଏ । ବଜାରର ଏହି ବିଭିନ୍ନ ପ୍ରକାରର ସ୍ଥିତି ଫଣ୍ଡ ମ୍ୟାନେଜରଙ୍କୁ ସମଗ୍ର ବଜାର ଓ ନିବେଶ ଶୈଳୀ ମଧ୍ୟରୁ ଅନନ୍ୟ ସୁଯୋଗ ଖୋଜିବାର ଏକ ବଡ଼ ସୁଯୋଗ ଦେଇଥାଏ ଏବଂ ଏହା ସହିତ ପୋର୍ଟଫୋଲିଓର ବିପଦକୁ ମଧ୍ୟ କମ୍ କରିଥାଏ ।
ୟୁଟିଆଇ ଭାଲ୍ୟୁ ଫଣ୍ଡ ହେଉଛି ଏପରି ଏକ ଫଣ୍ଡ ଯାହାର ସେୟାରଗୁଡ଼ିକର ଆପେକ୍ଷିକ ଅନ୍ତର୍ନିହିତ ମୂଲ୍ୟ ଅ।।ଧାରରେ ସୁଯୋଗ ଖୋଜିଥାଏ । ଏହାର ଅର୍ଥ ହେଉଛି ବଜାରର ସମସ୍ତ ସ୍ତରରେ \”ଭାଲ୍ୟୁ\’ ନିବେଶ ଶୈଳୀକୁ ଆପଣାଇବା ଯେଉଁଥିରେ ସେୟାରଗୁଡ଼ିକୁ ସେମାନଙ୍କର ପ୍ରକୃତ ମୂଲ୍ୟଠାରୁ କମ୍ ଦାମରେ କିଣାଯାଇଥାଏ । ପ୍ରକୃତ ମୂଲ୍ୟ ହେଉଛି କମ୍ପାନୀ ନିଜର ସେୟାରଧାରକମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସୃଷ୍ଟି କରୁଥିବା ନଗଦ ପ୍ରବାହର ବର୍ତମାନର ମୂଲ୍ୟ ।
ଏପରି କମ୍ ମୂଲ୍ୟାଙ୍କିତ ବ୍ୟବସାୟଗୁଡ଼ିକୁ ଦୁଇଟି ସ୍ତରରେ ଦେଖିବାକୁ ମିଳିଥାଏ । ପ୍ରଥମତଃ ବଜାର ବେଳେବେଳେ କମ୍ପାନିର ପ୍ରତିଯୋଗିତାମୂଳକ ସୁବିଧା ଓ ଦୀର୍ଘକାଳୀନ ବିକାଶର ସମ୍ଭାବନାକୁ ସଠିକ୍ ଭାବେ ଆକଳନ କରିପାରିନଥାଏ । ଏହି କମ୍ପାନୀଗୁଡ଼ିକ ବଜାରର ସାଧାରଣ ହ୍ରାସ-ବୃଦ୍ଧିର ନିୟମକୁ ଏଡ଼ାଇ ନିରନ୍ତର ଆଗକୁ ବଢ଼ିଥାନ୍ତି । ଦ୍ୱିତୀୟତଃ କିଛି କମ୍ପାନି ବଜାରର ଚକ୍ରାକାର ପରିବର୍ତନ, ପରିବେଶର ବଦଳୁଥିବା ସ୍ଥିତି କିମ୍ବା ସେମାନଙ୍କର ଅତୀତର ନିଷ୍ପତିି ଯୋଗୁଁ ଅସ୍ଥାୟୀ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି । କିନ୍ତୁ ଯଦି କମ୍ପାନି ମୂଳ ବ୍ୟବସାୟ ମଜବୁତ୍ ରହିଥାଏ ଏବଂ ଭବିଷ୍ୟତରେ ଏହାର ଆୟ ଓ ଲାଭ ବଢ଼ିବାର ସ୍ପଷ୍ଟ ସମ୍ଭାବନା ଥାଏ ତେବେ ସେଗୁଡ଼ିକର କମ୍ ଦାମ୍ ନିବେଶକମାନଙ୍କ ପାଇଁ ଏକ ଭଲ ସୁଯୋଗ ଆଣିଦେଇଥାଏ । ଏହି ଦୁଇଟିଯାକ କ୍ଷେତ୍ରରେ ଆଶାଠାରୁ କମ୍ ଦାମରେ ଭଲ ବ୍ୟବସାୟ କ୍ରୟ କରିବାର ସୁଯୋଗ ମିଳିଥାଏ ।
ୟୁଟିଆଇ ଭାଲ୍ୟୁ ଫଣ୍ଡ ୨୦୦୫ରେ ଆରମ୍ଭ ହୋଇଥିଲା । ୨୦୨୬ ସେପ୍ଟେମ୍ବର ୩୦ ସୁଦ୍ଧା ଏହି ଫଣ୍ଡର ପରିଚାଳନା ଅଧୀନ ସଂପତି ୯,୦୦୦ କୋଟି ଟଙ୍କାରୁ ଅଧିକ ରହିଛି । ଯଦିଓ ଏହି ପୋର୍ଟଫୋଲିଓରେ ଲାର୍ଜ କ୍ୟାପ୍ ସେୟାରର ପରିମାଣ ଅଧିକ ରହିଛି, ତଥାପି ମୂଲ୍ୟାଙ୍କନର ପାର୍ଥକ୍ୟ ଆଧାରରେ ମିଡ୍କ୍ୟାପ୍ର ଅଂଶବିଶେଷ ବଦଳୁଛି । ୨୦୨୬ ସେପ୍ଟେମ୍ବର ୩୦ ସୁଦ୍ଧା ଏହି ଫଣ୍ଡର ପ୍ରାୟ ୬୬% ଅଂଶ ଲାର୍ଜ କ୍ୟାପ୍ରେ ଏବଂ ଅବଶିଷ୍ଟ ଅଂଶ ମିଡ୍ ଓ ସ୍ମଲ୍ କ୍ୟାପ୍ରେ ନିବେଶ ହୋଇଛି । ଏହି ସ୍କିମ୍ର ପ୍ରମୁଖ ନିବେଶଗୁଡ଼ିକ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ ଲିମିଟେଡ୍, ଆଇସିଆଇସିଆଇ ବ୍ୟାଙ୍କ ଲିମିଟେଡ୍, ଭାରତୀ ଏୟାରଟେଲ୍ ଲିମିଟେଡ୍, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍, ଆକ୍ସିସ୍ ବ୍ୟାଙ୍କ ଲିମିଟେଡ୍, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲିମିଟେଡ୍, ଇନଫୋସିସ୍ ଲିମିଟେଡ୍, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍, ଟେକ୍ ମହିନ୍ଦ୍ରା ଲିମିଟେଡ୍ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ରହିଛି ଯାହା ମୋଟ ପୋର୍ଟଫୋଲିଓର ପ୍ରାୟ ୪୧% ।
ୟୁଟିଆଇ ଭାଲ୍ୟୁ ଫଣ୍ଡ ସେହି ସେୟାର ନିବେଶକମାନଙ୍କ ପାଇଁ ଉପଯୁକ୍ତ ଯେଉଁମାନେ ନିଜର ଇକ୍ୱିଟି ପୋର୍ଟଫୋଲିଓ ତିଆରି କରିବାକୁ ଚାହୁଁଛନ୍ତି ଏବଂ ଦୀର୍ଘକାଳୀନ ପୁଞ୍ଜି ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହା ବଜାରର ସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟମରୁ ଦୀର୍ଘମିଆଦି ସମୟ ମଧ୍ୟରେ ସାଧାରଣ ଲାଭ ସହିତ ମଧ୍ୟମ ଧରଣର ରିସ୍କ ନେବାକୁ ଚାହୁଥିବା ନିବେଶକମାନଙ୍କ ପାଇଁ ମଧ୍ୟ ଉପଯୋଗୀ ।

