ଟିଭିଏସ୍ ମୋଟର ପକ୍ଷରୁ ନୂଆ ପିଢ଼ିର ଚାଳକଙ୍କ ପାଇଁ ନୂଆ ଟିଭିଏସ୍ ରାଡିଅନ୍ ଉନ୍ମୋଚିତ
ଭୁବନେଶ୍ୱର/କଟକ: ଉତ୍ସବ ଋତୁ ଆସିଯାଇଥିବା ବେଳେ ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ନୂଆ ଟିଭିଏସ୍ ରାଡିଅନ୍କୁ ଉନ୍ମୋଚନ କରାଯାଇଛି ଯାହା ଏକ ନୂତନ ଓ ଆକର୍ଷଣୀୟ ଡିଜାଇନ୍ ଆଣିଛି। ୧.୧ ନିୟୁତରୁ ଅଧିକ ଗ୍ରାହକଙ୍କ ସହ ଟିଭିଏସ୍ ରାଡିଅନ୍ର ନୂଆ ମଡେଲ୍ ଏକ ସମସାମୟିକ ଓ ଆକାଂକ୍ଷୀ ନୂଆ ଡିଜାଇନ ପରିଭାଷା ପ୍ରଦାନ କରିଛି।
ବିଗତ ବର୍ଷଗୁଡ଼ିକରେ ପରିବର୍ତ୍ତିତ ଭାରତ ସହିତ ଟିଭିଏସ୍ ରାଡିଅନ୍ ଗ୍ରାହକମାନେ ବଦଳିଛନ୍ତି। ବଢ଼ୁଥିବା ଆକାଂକ୍ଷା, ପରିବର୍ତ୍ତିତ ଜୀବନଶୈଳୀ ଓ ନୂଆ ଅଭିଜ୍ଞତାକୁ ନେଇ ଦୈନନ୍ଦିନ ଗମନାଗମନ ଆଶା ବଦଳିଛି। ସେହି ପରିବର୍ତ୍ତନକୁ ପ୍ରତିଫଳିତ କରିବା ଭଳି ନୂଆ ଟିଭିଏସ୍ ରାଡିଅନ୍କୁ ପ୍ରସ୍ତୁତ କରାଯାଇଛି। ଏହା ଦେଖିବାକୁ ନୂଆ ଭଳି ଓ ସେଥିରେ ଦୃଢ଼ତା ରହିଥିବା ବେଳେ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାକୁ ବିବିଧତା ରହିଛି।
ନୂଆ ଟିଭିଏସ୍ ରାଡିଅନ୍ରେ ଏକ ନୂତନ ଡିଜାଇନ୍ ରହିଛି ଏବଂ ଇନ୍ଧନ ଟାଙ୍କି, ସାଇଡ୍ ପ୍ୟାନେଲ୍ ଓ ପଛ କାଉଲ୍ରେ ଉନ୍ନତିକରଣ କରାଯାଇଛି। ଏହା ମୋଟରସାଇକଲ୍କୁ ସମସାମୟିକ ଓ ରାସ୍ତାରେ ବିଶ୍ୱାସଜନକ ଉପସ୍ଥିତି ପ୍ରଦାନ କରିଥିବା ବେଳେ ନିଜର ମୂଳ ଚରିତ୍ରକୁ ବଜାୟ ରଖିଛି। ଏହାର ସାମ୍ନାରେ ନୂଆ ପିଢ଼ିର ଏଲ୍ଇଡି ହେଡ୍ଲ୍ୟାମ୍ପ ସହିତ ସିଗ୍ନେଚର ଲାଇଟ୍ ରହିଛି ଯାହା ଅବିରତ ଭାବେ ଏଲ୍ଇଡି ଟର୍ଣ୍ଣ ସିଗନାଲ୍ ଲ୍ୟାମ୍ପ୍ ସହିତ ସମନ୍ୱିତ ହୋଇଛି ଯାହା ମୋଟରସାଇକଲ୍କୁ ଆଧୁନିକ ଯାନରେ ପରିଣତ କରିଛି। ଏହାର ପଛ ପାଖରେ ନୂଆ ଏଲ୍ଇଡି ଟେଲ୍ଲ୍ୟାମ୍ପ୍ ଓ ୩ଡି ଟନେଲ୍ ରହିଛି। ଏଲ୍ଇଡି ଟର୍ଣ୍ଣ ସିଗ୍ନାଲ୍ ଲ୍ୟାମ୍ପ୍ ଏକ ସ୍ପଷ୍ଟ ଓ ସମୃଦ୍ଧ ଫିନିସ୍ ପ୍ରଦାନ କରୁଛି।
ଏହାର ନୂଆ ଗ୍ରାଫିକ୍ସ ମୋଟରସାଇକଲ୍ର ଡିଜାଇନ୍କୁ ବଦଳାଇଛି ଯାହା ମୋଟରସାଇକଲ୍ର ଯୁବସୁଲଭତା ଓ ଆକାଂକ୍ଷୀ ଚରିତ୍ରକୁ ଉପସ୍ଥାପନ କରୁଛି। ନିଜ ବର୍ଗରେ ଏଥିରେ ସବୁଠୁ ଲମ୍ବା ସିଟ୍ ରହିଛି ଏବଂ ଏହା ଦୈନନ୍ଦିନ ଗାଡ଼ିଚାଳନାରେ ଆରାମ ପ୍ରଦାନ କରୁଛି ଏବଂ ଏହାର ଆର୍ଟିଏମ୍ଆଇ ସହ ରିଭର୍ସ ଏଲ୍ସିଡି କ୍ଲଷ୍ଟର୍ ଉପୋଯୋଗୀ ସୂଚନା ଓ ସୁବିଧା ପ୍ରଦାନ କରୁଛି।
ଟିଭିଏସ୍ ମୋଟର କମ୍ପାନିର ବରିଷ୍ଠ ଉପସଭାପତି ତଥା କମ୍ୟୁଟର ଓ ଇଭି ବ୍ୟବସାୟ, କୋର୍ପୋରେଟ୍ ବ୍ରାଣ୍ଡ୍ ଓ ମିଡିଆ ମୁଖ୍ୟ ଅନିରୁଦ୍ଧ ହଲଦାର କହିଛନ୍ତି ଯେ, “ବିଗତ ଏକ ଦଶନ୍ଧି ମଧ୍ୟରେ ଟିଭିଏସ୍ ରାଡିଅନ୍ର ଗ୍ରାହକମାନେ ଏକ ପ୍ରଗତିଶୀଳ ଭାରତ ସହିତ ଆଗକୁ ବଢ଼ିଛନ୍ତି। ୧୧ ଲକ୍ଷରୁ ଅଧିକ ଗ୍ରାହକ ଟିଭିଏସ୍ ରାଡିଅନ୍କୁ ସେମାନଙ୍କର ଦୈନନ୍ଦିନ ଯାତ୍ରାର ଏକ ଅଂଶ କରିଛନ୍ତି ଏବଂ ଯେହେତୁ ସେମାନଙ୍କର ଜୀବନଶୈଳୀ, ଆକାଂକ୍ଷା ଓ ଆଶା ବଦଳିଛି ଓ ସେମାନଙ୍କ ମୋଟରସାଇକେଲ ମଧ୍ୟ ସେମାନଙ୍କ ସହିତ ବିକଶିତ ହୋଇଛି। ଟିଭିଏସ୍ ମୋଟରରେ ଆମେ ସର୍ବଦା ଗ୍ରାହକଙ୍କୁ ଅର୍ଥପୂର୍ଣ୍ଣ ଉତ୍ପାଦ ବିକାଶର କେନ୍ଦ୍ରବିନ୍ଦୁରେ ରଖିଆସିଛୁ। ନୂତନ ଟିଭିଏସ୍ ରାଡିଅନ୍ ହେଉଛି ସେହି ବିଶ୍ୱାସର ଏକ ପ୍ରତିଫଳନ ଯାହା ଆଜିର “ନୂତନ ଭାରତ’ର ଗ୍ରାହକମାନଙ୍କ ସହିତ ତାଳଦେଇ ଏକ ଅଧିକ ଯୁବସୁଲଭ, ଗତିଶୀଳ ଓ ଆକାଂକ୍ଷୀ ରୂପ ନେଇ ଆସିଛି। ରାଡିଅନ୍ ତାହାର ଉଚ୍ଚମାନର ନିର୍ମାଣ ଶୈଳୀ ଓ ନିର୍ଭରଯୋଗ୍ୟତା ପାଇଁ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି ଏବଂ ଏହାର ଆକର୍ଷଣୀୟ ନୂତନ ଆଲୋକ ବ୍ୟବସ୍ଥା, ଆଧୁନିକ ଗ୍ରାଫିକ୍ସ ଓ ଆତ୍ମବିଶ୍ୱାସୀ ଡିଜାଇନ୍ ଏହାକୁ ଏକ ପସନ୍ଦଯୋଗ୍ୟ ଗାଡ଼ି ଭାବେ ଗଢ଼ିତୋଳିଛି। ନୂତନ ଟିଭିଏସ୍ ରାଡିଅନ୍ ସେହି ଗ୍ରାହକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନେ ସେମାନଙ୍କ ଦୈନନ୍ଦିନ ମୋଟରସାଇକେଲକୁ ସେମାନେ ଗଢ଼ୁଥିବା ଜୀବନ ଏବଂ ଦେଶ ଭଳି ପ୍ରଗତିଶୀଳ ଓ ପ୍ରକାଶଯୋଗ୍ୟ ଦେଖିବାକୁ ଚାହାଁନ୍ତି। ଆମେ ପ୍ରଗତିଶୀଳ ରାଡିଅନ୍ ଚାଳକଙ୍କର ଦେଶ ଗଠନର ଏହି ଭାବନାକୁ ସଲାମ୍ କରୁଛୁ।’’

