Business

ଗ୍ରିନପ୍ଲାଏ ପକ୍ଷରୁ ଏକ୍ସପ୍ରୋ ହାଇବ୍ରିଡ୍ ଭିନିୟର୍ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଇଂଟେରିୟର ଭିତ୍ତିଭୂମି କମ୍ପାନି ଗ୍ରିନପ୍ଲାଏ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଏହାର ଉଡ୍‌କ୍ରେଷ୍ଟ ବ୍ରାଣ୍ଡ୍ ଅଧୀନରେ ସମସାମୟିକ ଆବାସିକ ଓ କର୍ପୋରେଟ୍ ଇଂଟେରିୟର୍ ପାଇଁ ନୂଆ ହାଇବ୍ରିଡ୍ ଭିନିୟର୍ ବର୍ଗମାଳା ଏକ୍ସପ୍ରୋକୁ ଉନ୍ମୋଚନ କରାଯାଇଛି। ଏକ୍ସପ୍ରୋରେ ପ୍ରାକୃତିକ କାଠର ଗୁଣ ରହିଛି ଯାହା ଯେକୌଣସି ପ୍ରକାର ଆଧାରରେ ନିରନ୍ତର ଭାବେ କାର୍ଯ୍ୟ କରିବ ସହ ଡିଜାଇନର୍ ଓ ଘର ମାଲିକମାନଙ୍କୁ ଉନ୍ନତ ଲୁକ୍ ହାସଲ କରିବାରେ ସହାୟକ ହେବ।
ସମନ୍ୱିତ ଟାଉନ୍‌ସିପ୍ ଓ ପ୍ରିମିୟମ୍ ଆବାସିକ ସମୁଦାୟ ପ୍ରଭାବରେ ଭାରତର ବାସଗୃହ ଇଂଟେରିୟର ବଜାର ବାର୍ଷିକ ୮-୧୩% ହାରରେ ବୃଦ୍ଧି ପାଉଥିବା ବେଳେ ଏକ୍ସପ୍ରୋକୁ ଉନ୍ମୋଚନ କରାଯାଇଛି। ଆଜିର ପରିବାରଗୁଡ଼ିକ ନିଜ ସମ୍ପତି ମୂଲ୍ୟର ୧୦-୨୦ ପ୍ରତିଶତ ରାଶି କେବଳ ଇଂଟେରିୟର ଡିଜାଇନରେ ଖର୍ଚ୍ଚ କରୁଛନ୍ତି। ଫଳରେ ସେହି ଘରଗୁଡ଼ିକର ଯୋଜନା ଓ ଫିନିସ୍ ପାଇଁ ପ୍ରିମିୟମ ଭିନିୟର ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
“ଶାନ୍ତ ବିଳାସଡ଼”ର ଚାହିଦା ବୃଦ୍ଧି ପାଉଥିବାରୁ ପ୍ରାକୃତିକ ଉପକରଣରେ ଇଂଟେରିୟରର ଗୁରୁତ୍ୱ ବୃଦ୍ଧି ପାଇଛି। ଡିଜିଟାଲ୍ ଅନ୍ୱେଷଣ ଦ୍ୱାରା ଆହୁରି ତ୍ୱରାନ୍ୱିତ ହୋଇଛି। ଘର ମାଲିକମାନଙ୍କ ପାଇଁ ଅଧିକ ଡିଜାଇନ ବିକଳ୍ପ ଉପଲବ୍ଧ ହୋଇଥିବା ବେଳେ ସେମାନେ ସ୍ଥାନୀୟ ଓ ଅଣ ବ୍ରାଣ୍ଡେଡ୍ ଉତ୍ପାଦ ବଦଳରେ ବିଶ୍ୱସନୀୟ, ଭରସାଯୋଗ୍ୟ ଓ ଦୀର୍ଘସ୍ଥାୟୀ ସମାଧାନକୁ ପସନ୍ଦ କରୁଛନ୍ତି।
ସେହି ସମୟରେ ବୃହତ ଆକାରର ହାଉସିଂ ପ୍ରକଳ୍ପରେ ୱାର୍ଡରୋବ୍‌ଠାରୁ ଆରମ୍ଭ କରି ଡୋର୍ ପର୍ଯ୍ୟନ୍ତ ଦେଖାଯିବା ଓ ଅନୁଭବ ଏକାଭଳି ରହିବା ପ୍ରତି ଗୁରୁତ୍ୱ ବଢ଼ିଛି। ତାହାକୁ ନଜରରେ ରଖି ନୂଆ ଏକ୍ସପ୍ରୋ ଭିନିୟରକୁ ପ୍ରସ୍ତୁତ କରାଯାଇଛି। ହାଇବ୍ରିଡ୍ ଭିନିୟର ଭାବେ ଏକ୍ସପ୍ରୋ ପ୍ରାକୃତିକ କାଠ ଭଳି ସୁନ୍ଦରତା ଆଣିଛି ଯାହାକୁ ବ୍ୟାପକ ଭାବେ ବିଭିନ୍ନ କାର୍ଯ୍ୟରେ ପ୍ରୟୋଗ କରାଯାଇପାରିବ। ଏହାର ରୂପରେଖ ବିଭିନ୍ନ ପ୍ରକାର ଡିଜାଇନରେ ବ୍ୟବହାର କରାଯାଇପାରିବ। ଘର ମାଲିକମାନଙ୍କ ପାଇଁ ଉଡ ଫିନିସ ପାଇଁ ଯୋଜନା କରିବା ସହଜ ହେବ। ସ୍ଥପତି ଓ ଇଂଟେରିୟର ଡିଜାଇନରମାନଙ୍କୁ ଏହା ଭରସାଯୋଗ୍ୟ ଉପାୟ ପ୍ରଦାନ କରିବ।
ଗ୍ରିନପ୍ଲାଏ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସାନିଧ୍ୟ ମିତଲ କହିଛନ୍ତି ଯେ, “ଭାରତରେ ପ୍ରିମିୟମ୍‌‌ ଘରଗୁଡ଼ିକର ଡିଜାଇନ୍‌‌ ଶୈଳୀରେ ଏକ ସ୍ପଷ୍ଟ ପରିବର୍ତନ ଦେଖିବାକୁ ମିଳୁଛି। ଗୃହ ମାଲିକମାନେ ସେମାନଙ୍କର ସମ୍ପତି ମୂଲ୍ୟର ଏକ ବଡ଼ ଅଂଶ ଭିତର ସାଜସଜ୍ଜା ପାଇଁ ବିନିଯୋଗ କରୁଛନ୍ତି ଏବଂ ଏହି ଖର୍ଚ୍ଚରେ ଭିନିୟର ଏକ ମୁଖ୍ୟ ପସନ୍ଦ ପାଲଟିଛି। ସେହିପରି ସମନ୍ୱିତ ଟାଉନସିପ୍ ଓ ପ୍ରିମିୟମ୍ ଆବାସିକ ପ୍ରକଳ୍ପଗୁଡ଼ିକର ବୃଦ୍ଧି ହେତୁ ଡିଜାଇନରମାନଙ୍କୁ ଏପରି ଏକ ଫିନିସ ଆବଶ୍ୟକ ହେଉଛି ଯାହା ପ୍ରତ୍ୟେକ ୟୁନିଟ୍ ଓ ପୃଷ୍ଠଭୂମିରେ ସମାନତା ବଜାୟ ରଖିବ। ଗ୍ରାହକମାନେ ମଧ୍ୟ ପୂର୍ବାପେକ୍ଷା ଅଧିକ ସଚେତନ ହୋଇଛନ୍ତି ଯେଉଁମାନେ ଅନଲାଇନ୍‌‌ରେ ଡିଜାଇନ୍ ଆବଷ୍କାର କରୁଛନ୍ତି ଏବଂ ଗୁଣବତା ଓ ଦୀର୍ଘସ୍ଥାୟୀତ୍ୱ ପାଇଁ ଭରସାଯୋଗ୍ୟ ବ୍ରାଣ୍ଡଗୁଡ଼ିକୁ ଚୟନ କରୁଛନ୍ତି। ଏହି ଗ୍ରାହକମାନଙ୍କୁ ଦୃଷ୍ଟିରେ ରଖି “ଏକ୍ସପ୍ରୋ’ ବିକଶିତ କରାଯାଇଛି ଯହା ପ୍ରାକୃତିକ କାଠର ସୌନ୍ଦର୍ଯ୍ୟ ସହିତ ଆଜିର ପ୍ରକଳ୍ପଗୁଡ଼ିକର ଆବଶ୍ୟକତା ଅନୁଯାୟୀ ସମାନତା ପ୍ରଦାନ କରୁଛି ଓ ଗ୍ରିନପ୍ଲାଏର ଡିଜାଇନ୍ ଓ ସ୍ଥାୟୀତ୍ୱ ପ୍ରତି ପ୍ରତିଶ୍ରୁତିବଦ୍ଧତା ଦ୍ୱାରା ଏହା ସମର୍ଥିତ।”

Share

Leave a Reply

Your email address will not be published. Required fields are marked *

14 − 2 =