ଜାତୀୟ

ଥରିଲା ପାନାମା

ପାନାମାରେ ପୁଣି ଶକ୍ତିଶାଳୀ ଭୂକମ୍ପ। ଥରିଲା ଦକ୍ଷିଣ ଉପକୂଳ । ଭୂକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ ହୋଇଛି । ଏହାର ପ୍ରଭାବରେ ୯୦୦ରୁ ଅଧିକ ଘର ଭାଙ୍ଗିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ପାନାମାର ଦକ୍ଷିଣ ଉପକୂଳରୁ ପ୍ରାୟ ୩୫ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି । ୨ ଦିନ ତଳେ ପାନାମାରେ ୭.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହା ପରଠାରୁ ପାନାମାରେ ୩୦୦ ରୁ ଅଧିକ ଆଫ୍ଟରଶକ୍ ରେକର୍ଡ କରାଯାଇଥିଲା ଯେଉଁଥିରେ ୬.୧ ଏବଂ ୬.୬ ତୀବ୍ରତାର ଭୂମିକମ୍ପ ମଧ୍ୟ ରହିଛି ।

ଲସ୍ ସାଣ୍ଟୋସ୍, କୋକଲେ, ଭେରାଗୁଆସ୍ ଓ ହେରେରା ଅଞ୍ଚଳ ଭୂକମ୍ପରେ ଅଧିକ ପ୍ରଭାବିତ ହୋଇଛି । ଭୂକମ୍ପ ଯୋଗୁଁ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବାରୁ ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ ଜାରି ରହିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଭୂକମ୍ପ ଝଟକାରେ ୯୦୦ ଘର କ୍ଷତିଗ୍ରସ୍ତ ହୋଇଛି । ସେଥିରେ ସ୍କୁଲ, ହସ୍ପିଟାଲ, ରାସ୍ତା ଏବଂ ପବ୍ଲିକ୍ ବିଲ୍ଡିଂ ରହିଛି । ୨୭ ଜଣ  ଆହତ ହୋଇଛନ୍ତି । ମୃତାହତ ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

କହି ରଖୁଛୁ କି, ୨ ଦିନ ତଳେ ପାନାମାର ଦକ୍ଷିଣ ଉପକୂଳ ହେରେରା ପ୍ରଦେଶରେ ଏକ ଶକ୍ତିଶାଳୀ ଭୂମିକମ୍ପ ଘଟିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ଥିଲା । ଏହାର ଗଭୀରତା ୧୦ କି.ମି ଭୂପୃଷ୍ଠ ତଳେ ରହିଥିବା ବେଳେ ଉତ୍ପତ୍ତିସ୍ଥଳ ଉପାନ୍ତ ପିଟାଜୋଲା ଆରିବା ଠାରୁ ୧୦ କି.ମି. ଦୂରରେ ରହିଥିବା ଜଣାପଡିଥିଲା । ରାଜଧାନୀ ପାନାମା ସିଟିରେ ମଧ୍ୟ ଭୂକମ୍ପର ଝଟ୍‌କା ଲାଗିଥିଲା । ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଥିଲା ।

୧ ମିଟରରୁ ୩ ମିଟର ପର୍ଯ୍ୟନ୍ତ ସୁନାମୀ ଆସିବାର ଆଶଙ୍କା କରାଯାଉଥିଲା । ପାନାମା ସମେତ କଲମ୍ବିଆ, ଇକ୍ୱୋଡର, ନିକାରାଗୁଆ, କୋଷ୍ଟାରିକା, ଏଲ୍ ସାଲଭାଡୋର, ହୋଣ୍ଡୁରାସ, ମେକ୍ସିକୋ, ପେରୁ ଓ ଗୁଏଟମାଲା ଉପକୂଳ ପାଇଁ ଏହି ସୁନାମୀ ସତର୍କତା ଜାରି କରାଯାଇଥିଲା । ଭୂକମ୍ପ ପରେ ପରେ ଆହୁରି କେତେକ ଝଟ୍କା ମଧ୍ୟ ଲାଗିଥିଲା । ଯାହାକୁ ନେଇ ଲାଟିନ ଆମେରିକାରେ ସୁନାମୀ ସତର୍କତା ଜାରି ଲୋକମାନେ ଭୟଭୀତ ହୋଇପଡିଥିଲେ । ଏହାର କିଛି ଘଣ୍ଟା ପରେ ୬ ତୀବ୍ରତାର ଭୂକମ୍ପ ଝଟକା ଲାଗିଥିଲା ।

ରିଲିଫ୍ କାର୍ଯ୍ୟକୁ ସମନ୍ୱୟ କରିବା ଏବଂ ପ୍ରଭାବିତ ସମ୍ପ୍ରଦାୟକୁ ସହାୟତା କରିବା ପାଇଁ ସରକାର ଶନିବାର ଦିନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ପ୍ରେସିଡେନ୍ସି ମନ୍ତ୍ରୀ ଜୁଆନ୍ କାର୍ଲୋସ୍ ଓରିଲାକ୍ କହିଥିଲେ ଯେ ଏହି ଘୋଷଣା ନିଶ୍ଚିତ କରିବ ଯେ ସରକାରୀ ଏଜେନ୍ସିଗୁଡିକ ପ୍ରସ୍ତୁତ ରହିବେ ଏବଂ ସାହାଯ୍ୟ କରିବା ପାଇଁ ଆବଶ୍ୟକ ସମ୍ବଳ ଅଛି ।

Share

Leave a Reply

Your email address will not be published. Required fields are marked *

16 + 6 =