ଏସ୍ବିଆଇ ଜେନେରାଲ୍ର ହେଲ୍ଥ ଆଲ୍ଫାରେ ଗୋଟିଏ ପ୍ଲାନ୍ ଅଧୀନରେ ସମଗ୍ର ସ୍ୱାସ୍ଥ୍ୟ ସୁବିଧା
ଭୁବନେଶ୍ୱର: ଭାରତୀୟମାନଙ୍କ ଜୀବନଶୈଳୀରେ ପରିବର୍ତନ ସହିତ ସ୍ୱାସ୍ଥ୍ୟ ପ୍ରତି ବିପଦ ମଧ୍ୟ ବଦଳିଛି। ଯୁବବର୍ଗଙ୍କ ଚଳଚଂଚଳ ଜୀବନଶୈଳୀ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଦରକାର ହୋଇଥାଏ। କିନ୍ତୁ ପରିବାର ଗଠନ ସମୟରେ ମାତୃତ୍ୱ ଓ ଅନ୍ୟାନ୍ୟ ପରିବାର ଯୋଜନା ସମ୍ପର୍କିତ ଆବଶ୍ୟକତା ପୂରଣ କରୁଥିବା ପ୍ଲାନ୍ ଦରକାର। ବୟନ ସହିତ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟସେବା, ସ୍ୱତନ୍ତ୍ର ଚିକିତ୍ସା ଓ ଗୁରୁତର ଅସୁସ୍ଥତା ବିରୋଧରେ ସୁରକ୍ଷା ଜରୁରୀ। ସ୍ୱାସ୍ଥ୍ୟସେବା ଆବଶ୍ୟକତାର ଏହି ପରିବର୍ତନ ଅନୁସାରେ ସ୍ୱାସ୍ଥ୍ୟ ବୀମା ସମାଧାନ ଜରୁରୀ ହୋଇପଡ଼ିଛି।
ଏହାକୁ ନଜରରେ ରଖି ଏସ୍ବିଆଇ ଜେନେରାଲ୍ ଇନସ୍ୟୁରାନ୍ସ ପକ୍ଷରୁ ହେଲ୍ଥ ଆଲ୍ଫା ଅଣାଯାଇଛି ଯେଉଁଥିରେ ଗୋଟିଏ ଉତ୍ପାଦ ଅଧୀନରେ ବ୍ୟାପକ ସ୍ୱାସ୍ଥ୍ୟ ସୁରକ୍ଷା ରହିଛି ଯାହା ଆଜିର ଗ୍ରାହକମାନଙ୍କ ପରିବର୍ତିତ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଦର୍ଶାଉଛି। ଜୀବନର ବିଭିନ୍ନ ପର୍ଯ୍ୟାୟ ଓ ପ୍ରାଥମିକତାକୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିବା ଏହି ଉତ୍ପାଦରେ ପାରମ୍ପରିକ ହସ୍ପିଟାଲରେ ଭର୍ତି ଜନିତ ଖର୍ଚ୍ଚଠାରୁ ଅଧିକ କିଛି ସୁବିଧା ରହିଛି ଯାହା ଗ୍ରାହକମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଏକ ସାମଗ୍ରିକ ଆଭିମୁଖ୍ୟ ପ୍ରଦାନ କରିବ।
ଏସ୍ବିଆଇ ଜେନେରାଲ୍ ଇନ୍ସ୍ୟୁରାନ୍ସର ହେଲ୍ଥ ଆଲ୍ଫାରେ ରହିଛି ସହାୟକ ପ୍ରଜନନ ଚିକିତ୍ସା ଓ ମାତୃତ୍ୱ ଓ ନବଜାତକ ଯତ୍ନ ସୁବିଧା। ଏହା ୨୬-୩୦ ବର୍ଷ ବୟସର ଓ ୩୦-୪୫ ବର୍ଷ ସମୟର ଅଭିଭାବକମାନଙ୍କ ପାଇଁ ବିଶେଷ ଭାବେ ଜରୁରୀ। ଏଥିରେ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ଯାଂଚ ଓ ଇ-ଓପିନିଅନ୍ ସୁବିଧା ରହିଛି। ସୁସ୍ଥକର ଜୀବନ ବଂଚିବାକୁ ଚାହୁଥିବା ଯୁବବର୍ଗ ଓ ସମ୍ଭାବ୍ୟ ସ୍ୱାସ୍ଥ୍ୟ ବିପଦ ଉପରେ ନଜର ରଖିବାକୁ ଚାହୁଥିବା ବୟସ୍କ ଗ୍ରାହକମାନଙ୍କ ପାଇଁ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟସେବା ଜରୁରୀ ହୋଇପଡ଼ିଛି। ଏହା ଗ୍ରାହକମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି ପ୍ରତ୍ୟକ୍ଷ ଆଭିମୁଖ୍ୟ ବଜାୟ ରଖିବାରେ ସହାୟକ ହେବ।
ଚଳଚଂଚଳ ଜୀବନଯାପନ କରୁଥିବା ୨୫ ବର୍ଷରୁ ଅଧିକ ଗ୍ରାହକଙ୍କୁ ନଜରରେ ରଖି ଏହି ପ୍ଲାନ୍ରେ କ୍ରୀଡ଼ା ଓ ଦୈନନ୍ଦିନ ଫିଟ୍ନେସ୍ କାର୍ଯ୍ୟକଳାପ ସମ୍ପର୍କିତ ସୁରକ୍ଷା ସାମିଲ କରାଯାଇଛି। ରୋମାଂଚକର କ୍ରୀଡ଼ା, ଜିମ୍ ଓ କ୍ରୀଡ଼ା ଆଘାତ ଆଦି କ୍ଷେତ୍ରରେ ଏହା ସ୍ପେସାଲିଷ୍ଟ ପରାମର୍ଶ, ନିଦାନ, ଔଷଧ ଓ ଫିଜିଓଥେରାପି ସୁବିଧା ପ୍ରଦାନ କରୁଛି।
ଏହି ପ୍ଲାନର ଲାଭ ଭାରତ ବାହାରେ ମଧ୍ୟ ମିଳିବ। କାମ ପାଇଁ ଅନ୍ତର୍ଜାତୀୟ ଭ୍ରମଣରେ ଯାଉଥିବା ୩୦-୫୦ ବର୍ଷ ବୟସର ଲୋକମାନଙ୍କ ପାଇଁ ଏଥିରେ ଯୋଗ୍ୟ ସ୍ୱାସ୍ଥ୍ୟ ଓ ସୁରକ୍ଷା ସୁବିଧା ରହିଛି। ଏଥିରେ ସେମାନଙ୍କ ପାଇଁ ଗୁରୁତର ଅସୁସ୍ଥତା ସୁରକ୍ଷା ସାମିଲ କରାଯାଇଛି ଯାହା ୫୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କ ପାଇଁ ଜରୁରୀ।
ଏହି ପ୍ଲାନ୍ ଗ୍ରାହକମାନଙ୍କୁ ଅସୀମିତ ବୀମା ରାଶିକୁ ପୁନଃ ସ୍ଥାପନ କରିବା ଏବଂ ୧୦ ଗୁଣା କ୍ରମବର୍ଦ୍ଧିଷ୍ଟୁ ବୋନସର ମଧ୍ୟ ସୁବିଧା ପ୍ରଦାନ କରୁଛି। ପ୍ରଥମ ଦାବି ଉପସ୍ଥାପନ କରିବା ପରେ ବୀମା ରାଶିକୁ ପୁନଃ ସ୍ଥାପିତ କରିବାର ସୁଯୋଗ ମିଳିବ। ଏଥି ସହିତ ପ୍ରତି ଦାବି ମୁକ୍ତ ବର୍ଷ ପାଇଁ ବୋନସ୍ ରହିବ। ଏଥିରେ “ପ୍ଲାନ୍ ଆହେଡ୍ ବେନିଫିଟ୍’ ମଧ୍ୟ ରହିଛି ଯେଉଁଥିରେ ପଲିସିଧାରକ ସେମାନଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟ ପାଇଁ ବୀମାରାଶିକୁ ବଢ଼ାଇପାରିବେ ଯାହା ଫଳରେ ତାଙ୍କ ସୁରକ୍ଷା ବଢ଼ିବ ଓ ତାଙ୍କ ପରିବର୍ତିତ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ ହୋଇପାରିବ।
ହେଲ୍ଥ ଆଲ୍ଫା ଜରିଆରେ ଏସ୍ବିଆଇ ଜେନେରାଲ୍ ଇନ୍ସ୍ୟୁରାନ୍ସ ଗ୍ରାହକ କୈନ୍ଦ୍ରୀକ ସମାଧାନ ବିକାଶ କରିବାରେ ଲକ୍ଷ୍ୟକୁ ଆଗକୁ ବଢ଼ାଇବ ଯାହା ସ୍ୱାସ୍ଥ୍ୟସେବା କ୍ଷେତ୍ରର ବାସ୍ତବତା ଏବଂ ସ୍ୱାସ୍ଥ୍ୟ ସଚେତନ ଭାରତର ଅଭିଳାଷକୁ ପ୍ରତିଫଳିତ କରିବ।

