Business

ପାର୍ବଣ ଋତୁ ପୂର୍ବରୁ କଟକରେ ଗ୍ରାହକମାନଙ୍କୁ ଏକକାଳୀନ ଟିଭିଏସ୍ ଆଇକ୍ୟୁବ୍ ମିଲିଅନଆର ସ୍ପେସାଲ୍ ଏଡିସନର ୧୦୦ରୁ ଅଧିକ ଗାଡ଼ି ହସ୍ତାନ୍ତର

କଟକ/ପୁରୀ/ବ୍ରହ୍ମପୁର: ଟିଭିଏସ ବେଣୁର ଏକ ଅଂଶ ଓ ଦୁଇ ତଥା ତିନି ଚକିଆ ଯାନ ନିର୍ମାଣ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ କମ୍ପାନି ଟିଭିଏସ ମୋଟର ପକ୍ଷରୁ କଟକଠାରେ ଏକ ମେଗା ଡେଲିଭରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଟିଭିଏସ ଆଇକ୍ୟୁବ ଗ୍ରାହକଙ୍କ ବୃଦ୍ଧି ପାଉଥିବା ଗୋଷ୍ଠୀକୁ ଉତ୍ସବ ଆକାରରେ ପାଳନ କରାଯାଇଥିଲା। ଗୋଟିଏ ଦିନରେ ଗ୍ରାହକଙ୍କୁ ୧୦୦ରୁ ଅଧିକ ଟିଭିଏସ୍ ଆଇକ୍ୟୁବ୍ ମିଲିଅନଆର ସ୍ପେସାଲ୍ ଏଡିସନର ଇଲେକ୍ଟ୍ରିକ୍ ସ୍କୁଟର ହସ୍ତାନ୍ତର କରାଯାଇଛି। ଏହା ଗତ ଅଗଷ୍ଟ ୨୫ରେ ଉନ୍ମୋଚନ ହେବାର ଅଳ୍ପ ଦିନ ମଧ୍ୟରେ ଏହି ନୂତନ ଏଡିସନ୍ ପ୍ରତି ମିଳିଥିବା ଦୃଢ଼ ଗ୍ରାହକ ପ୍ରତିକ୍ରିୟାକୁ ଦର୍ଶାଉଛି। ସଡ଼କରେ ୧୦ ଲକ୍ଷରୁ ଅଧିକ ଟିଭିଏସ ସ୍କୁଟର ଚଳାଚଳ ମାଇଲଖୁଂଟକୁ ସ୍ମରଣୀୟ କରିବା ପାଇଁ ମିଲିଅନଆର ସ୍ପେସାଲ ଏଡିସନ ଅଣାଯାଇଛି।

ଟିଭିଏସ ଆଇକ୍ୟୁବ ସହିତ ଇଲେକ୍ଟ୍ରିକ୍ ଗାଡ଼ିକୁ ଆପଣାଇଥିବା ୧୦ ଲକ୍ଷରୁ ଅଧିକ ଗ୍ରାହକଙ୍କ ବିଶ୍ୱାସ ଓ ଆସ୍ଥାରେ ଅନୁପ୍ରାଣିତ ହୋଇ ମିଲିଅନଆର ଏଡିସନ୍ ଅଣାଯାଇଛି ଯାହା ଭାରତର ପ୍ରିୟ ପାରିବାରିକ ଇଭି ଭାବେ ସ୍କୁଟରର ସ୍ଥାନକୁ ଅଧିକ ଦୃଢ଼ କରୁଛି। ଟିଭିଏସ ମୋଟରର ଇଭିପୋର୍ଟଫୋଲିଓରେ ଫ୍ଲାଗସିପ୍ ଇଲେକ୍ଟ୍ରିକ୍ ସ୍କୁଟର ଭାବେ ଟିଭିଏସ ଆଇକ୍ୟୁବ ଇଲେକ୍ଟ୍ରିକ୍ ଦୁଇଚକିଆ ବର୍ଗରେ କମ୍ପାନିର ନେତୃତ୍ୱକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଚଳିତ ବର୍ଷ ବଜାର ଅଂଶ ଦୃଷ୍ଟିରୁ ଟିଭିଏସ ମୋଟରକୁ ଏକ ନମ୍ବର ନିର୍ମାତା କରିବାରେ ଏହା ସାହାଯ୍ୟ କରିଛି।

ଟିଭିଏସ ଆଇକ୍ୟୁବ ମିଲିଅନଆର ସ୍ପେସାଲ ଅରୋରା ଗ୍ରିନ୍ ଡୁଆଲ୍ ଟୋନ୍ ରଙ୍ଗ, ପ୍ରିମିୟମ୍ ସିଟ୍‌, ସ୍ୱତନ୍ତ୍ର ମିଲିଅନଆର ବ୍ୟାଜିଂ ଓ ଆକର୍ଷଣୀୟ ଗ୍ରାଫିକ୍ସ ରହିଛି। ଏଥିରେ ସାମ୍ନା ୟୁଟିଲିଟି ଷ୍ଟୋରେଜ୍ କମ୍ପାର୍ଟମେଂଟ ରହିଛି ଯାହା ସ୍କୁଟରର ମୋଟ ଷ୍ଟୋରେଜ୍ କ୍ଷମତାକୁ ୩୨ ଲିଟରରୁ ୩୫.୫ ଲିଟରକୁ ବୃଦ୍ଧି କରିଛି। ଏହା ସହିତ ଏକ ସମନ୍ୱିତ ୟୁଏସବି ଟାଇପ-ସି ଚାର୍ଜିଂ ପୋର୍ଟ ମଧ୍ୟ ରହିଛି। ଏହି ସ୍କୁଟରରେ ୩.୫ କେଡବ୍ଲ୍ୟୁଏଚର ବ୍ୟାଟେରି ରହିଛି ଯାହା ୧୪୫ କିଲୋମିଟର ଆଇଡିସି ରେଂଜ ପ୍ରଦାନ କରୁଛି ଓ ଏଥିରେ ୧୧୮ରୁ ଅଧିକ କନେକ୍ଟେଡ୍ ପ୍ରଯୁକ୍ତି ସୁବିଧା ରହିଛି।

କଟକରେ ଅନୁଷ୍ଠିତ ମେଗା ଡେଲିଭରି କାର୍ଯ୍ୟକ୍ରମ ଏହି ମାଇଲଖୁଂଟକୁ ଜୀବନ୍ତ କରିଥିଲା ଯେଉଁଥିରେ ଗ୍ରାହକ ଓ ସେମାନଙ୍କ ପରିବାର ଏକାଠି ହୋଇ ଇଲେକ୍ଟ୍ରିକ୍ ଗାଡ଼ିକୁ ଆପଣାଇବାର ଏହି ଯାତ୍ରାକୁ ଉତ୍ସବ ଭାବେ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାବ ବିନିମୟ ଅନୁଭୂତି, ମନୋରଞ୍ଜନମୂଳକ କାର୍ଯ୍ୟକଳାପ, ଗ୍ରାହକଙ୍କ ପାଇଁ ପୁରସ୍କାର ଜିତିବାର ସୁଯୋଗ ଓ ଏକ ସହଜ ଗାଡ଼ି ହସ୍ତାନ୍ତର ଅନୁଭୂତି ସାମିଲ ଥିଲା।
ଟିଭିଏସ ଆଇକ୍ୟୁବ ମିନିଅନଆର ସ୍ପେସାଲ୍ ଏଡିସନ୍ର ଏକ୍ସ ସୋରୁମ ମୂଲ୍ୟ ୧,୩୧,୧୩୮ ଟଙ୍କା ରଖାଯାଇଛି। ଟିଭିଏସ ଆଇକ୍ୟୁବ ପୋର୍ଟଫୋଲିଓର ପ୍ରାରମ୍ଭିକ ମୂଲ୍ୟ ୧,୦୫,୮୫୧ ଟଙ୍କା ରହିଛି ଯେଉଁଥିରେ ବିଏଏଏସର ମୂଲ୍ୟ ୫୯,୯୯୯ ଟଙ୍କାରୁ ଆରମ୍ଭ ହେଉଛି।

Share

Leave a Reply

Your email address will not be published. Required fields are marked *

four + 19 =