ଆଜି ସୁପ୍ରିମକୋର୍ଟରେ ପ୍ରକାଶ ପାଇପାରେ ଓଡ଼ିିଶା ଡିଜିପି ଚୟନ ପ୍ରକ୍ରିୟା ମାମଲା
ଆଜି ଓଡ଼ିିଶା ଡିଜିପି ଚୟନ ପ୍ରକ୍ରିୟା ମାମଲା ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶିତ ହେବାର ସମ୍ଭାବନା ରହିଛି । ଓଡିଶା ଡିଜିପି ଚୟନ ପ୍ରକ୍ରିୟା ସମ୍ବନ୍ଧିତ ପ୍ରକାଶ ସିଂହ ମାମଲା ସୁପ୍ରିମକୋର୍ଟଙ୍କ ଗୁରୁବାର ତାଲିକାରେ ସମ୍ମିଳିତ କରାଯାଇଛି । ଡିଜିପି ଚୟନ ନେଇ ଝାଡ଼ଖଣ୍ଡର ଏକ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇନାହିଁ । ଓଡିଶାର ମାମଲା ସମ୍ପର୍କିତ ଶୁଣାଣି ସମ୍ପୂର୍ଣ୍ଣ ହୋଇଯାଇଛି । ଏହାର ରାୟ ମଧ୍ୟ ସଂରକ୍ଷିତ ରହିଛି । ତେବେ ଝାଡ଼ଖଣ୍ଡ ମାମଲାର ଶୁଣାଣି ସମ୍ପୂର୍ଣ୍ଣ ହୋଇନଥିବାରୁ ଓଡ଼ିଶା ମାମଲାର ରାୟ ଗୁରୁବାର ଆସିବ କି ନାହିଁ ସେ ନେଇ ଅନିଶ୍ଚିତତା ରହିଛି ।
ପୂର୍ବରୁ କୁହାଯାଇଥିଲା ଯେ, ଝାଡ଼ଖଣ୍ଡ ମାମଲା ନେଇ ଶୁଣାଣି ଶେଷ ହେବା ପରେ ଉଭୟ ରାଜ୍ୟର ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଏକ ଯୁଗ୍ମ ରାୟ ପ୍ରକାଶ ପାଇବ । ତେବେ ଓଡ଼ିଶାର ମାମଲା ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବାରୁ ଏବଂ ଏହି ମାମଲାର ଶୁଣାଣି ସଂରକ୍ଷିତ ରହିଥିବାରୁ ଗୁରୁବାର ଏହି ମାମଲାର ରାୟ ଆସିପାରେ ବୋଲି ସୁପ୍ରିମକୋର୍ଟଙ୍କ ଜଣେ ବରିଷ୍ଠ ଓକିଲଙ୍କ ଠାରୁ ଜଣାପଡିଛି ।

