ରାଜ୍ୟ

ଚାମେଲି ଓଝାଙ୍କୁ ଭେଟିବ NHRC ଟିମ

କେନ୍ଦ୍ରାପଡ଼ାରେ NHRC ଟିମ଼୍ । ଆଜି ବହୁ ଚର୍ଚ୍ଚିତ ସରପଂଚ ଚାମେଲି ଓଝାଙ୍କୁ ଭେଟିବ ଟିମ୍ । କେନ୍ଦ୍ରାପଡା ଜିଲା ତିଖିରି ପଞ୍ଚାୟତର ବହୁ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା ଓ ମହାକାଳପଡା ବ୍ଲକ୍ ଓ ପୋଲିସ ପ୍ରଶାସନ ବିବାଦ ଘଟଣାରେ ତଦନ୍ତ କରିବ ଟିମ୍ ।  ଜାତୀୟ ମାନବାଧିକାର କମିଶନ ର ଏକ ତିନି ଜଣିଆ ପ୍ରତିନିଧିଦଳ ପହଞ୍ଚନ୍ତି ।

ଆଜି ଏହି ଟିମ ମହାକାଳପଡ଼ା ବ୍ଲକ୍ ଓ ମହାକାଳପଡା ଥାନାରେ ପହଁଚି ଘଟଣାର ତଦନ୍ତ କରିବ । ପରେ ଟିମ ର ସଦସ୍ୟ ସରପଞ୍ଚ ଚାମେଲି ଓଝାଙ୍କୁ ଭେଟିବେ । ଗତ ଜୁନ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ ଚାମ୍ବର ଭିତରେ ଚାମେଲିଙ୍କ ସହିତ ମାରପିଟ ଓ ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା । ଏନେଇ ଜାତୀୟ ମାନବାଧିକାର କମିଶନ ଙ୍କ ନିକଟରେ ଅଭିଯୋଗ ହୋଇଥିଲା । ବିବାଦରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଭେଟି କମିଶନ ପଚରା ଉଚରା କରିବେ ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

fifteen + one =