ଜାତୀୟ

ପାଇଲଟ କ୍ୟାପଟେନ ସ୍ମିତ ମାଚ୍ଛରଙ୍କ ସହ କଥାହେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ଲାଇଦୁବାଇ ପାଇଲଟ କ୍ୟାପଟେନ ସ୍ମିତ ମାଚ୍ଛରଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି । କ୍ୟାପଟେନ୍ ସ୍ମିତ ନିଜର ଅନୁଭବ ଏବଂ ଘଟଣା ସମୟରେ କିଭଳି ସାହସ ପାଇଥିଲେ, ସେ ବିଷୟରେ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ବାହାଦୂରୀ ପାଇଁ ପ୍ରଶଂସା କରିବା ସହିତ ଜଲଦି ଠିକ୍ ହେବା ପାଇଁ କାମନା କରିଥିଲେ । ସ୍ମିତ ଏବେ ଆବୁଧାବିର ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।
ପ୍ରଧାନମନ୍ତ୍ରୀ ସ୍ମିତଙ୍କ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ୟୁପିଏସସିର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଦେଶବାସୀଙ୍କୁ ସ୍ମିତଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବାକୁ ଅପିଲ୍ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବୁଧବାର ଘଟଣାରେ ଭାରତୀୟ କ୍ୟାପଟେନ ସ୍ମିତଙ୍କ ଧୈର୍ଯ୍ୟ, ଶାନ୍ତ ଏବଂ ସାହସିକତାର ପରିଚୟ ଦେଇଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ୯/୧୧ ଭଳି ହେବା ଘଟଣାକୁ ରୋକିଦେଇଛି । ତାଙ୍କ ଏଭଳି ପରାକ୍ରମରେ ଆମେ ଗର୍ବିତ । ଆଜି ସମଗ୍ର ଦୁନିଆ ତାଙ୍କ ଉପରେ ଗର୍ବ ଅନୁଭବ କରୁଛି । ଆମେ ସମସ୍ତେ ସ୍ମିତକୁ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରୁଛୁ, ଆମେ କରୁଛୁ ।

ମୋଦି ଏକ୍ସରେ ପୋଷ୍ଟରେ କ୍ୟାପଟେନ ସ୍ମିତ ମାଚ୍ଛର ଜଣେ ହିରୋ । ବହୁତ ବିପଦପୂର୍ଣ୍ଣ ଅବସ୍ଥାରେ ଗୁରୁତର ଆହତ ହୋଇଥିବା ସତ୍ତ୍ବେ ମଧ୍ୟ ଅନ୍ୟମାନଙ୍କ ଜୀବନ ବଞ୍ଚାଇଛନ୍ତି । ତାଙ୍କ ବାହାଦୂରୀ ଏବଂ ଅତୁଟ ସଙ୍କଳ୍ପ ଯୋଗୁଁ ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି । ଭାରତକୁ କ୍ୟାପଟେନ ମାଚ୍ଛରଙ୍କ ଉପରେ ଗର୍ବ ହେଉଛି ।

ସୂଚନାଯୋଗ୍ୟ, ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନର କକପିଟରେ ଏହି ଘଟଣା ଘଟିଥିଲା । କ୍ୟାପଟେନ ସ୍ମିତ ମାଚ୍ଛରଙ୍କୁ ଛୁରାମାଡ଼ କରିଥିଲେ କୋ-ପାଇଲଟ୍ । ଏହାପରେ ବିମାନରେ ଥିବା ଅନ୍ୟ କ୍ରୁ ସଦସ୍ୟ ଓ ଯାତ୍ରୀମାନେ ତାଙ୍କୁ କାବୁ କରିଥିଲେ। ପରେ ଅନ୍ୟ ପାଇଲଟ୍ ମାନେ ବିମାନର ନିୟନ୍ତ୍ରଣ ନେଇଥିଲେ। ବିମାନକୁ ସାଉଦି ଆରବର ତାବୁକ୍ ରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରାଯାଇଥିଲା । ବିମାନରେ ଥିବା ୧୭୦ରୁ ଅଧିକ ଲୋକ ସୁରକ୍ଷିତ ରହିଥିଲେ ।

Share

Leave a Reply

Your email address will not be published. Required fields are marked *

five × 1 =