Business

ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର୍ ୧୦୦ ପିଏସ୍ ଉନ୍ମୋଚିତ, ମୂଲ୍ୟ ୭.୮୪ ଲକ୍ଷ ଟଙ୍କା

ଭୁବନେଶ୍ୱର: ରେନୋ ଗ୍ରୁପ୍‌ର ସମ୍ପୂର୍ଣ୍ଣ ସହାୟକ କମ୍ପାନି ରେନୋ ଇଣ୍ଡିଆ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଟ୍ରଇବର୍ ୧୦୦ପିଏସ୍ ଉନ୍ମୋଚନ କରାଯାଇଛି। ଏଥି ସହିତ ଭାରତରେ କମ୍ପାନିର ରେନୋ ଗ୍ରୁପ୍ ଏଂଟ୍ରି ପ୍ଲାଟଫର୍ମ (ଆର୍‌ଜିଇପି)ର ଶୁଭାରମ୍ଭ ହୋଇଛି। କୌଣସି ପ୍ରକାର ସାଲିସ ବିନା ପ୍ରଦର୍ଶନ ଚାହୁଥିବା ଗ୍ରାହକମାନଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିବା ଟ୍ରାଇବର୍ ୧୦୦ପିଏସ୍‌ରେ ମଡ୍ୟୁଲାର୍ ୭-ସିଟ୍ ଓ ଏକ ୧୦୦ ପିଏସ୍ ଟର୍ବୋଚାର୍ଜଡ୍ ପାୱାରଟ୍ରେନ୍ ରହିଛି। ଏହା ୭.୮୪ ଲକ୍ଷ ଟଙ୍କାର ଏକ୍ସ-ରୁମ୍ ମୂଲ୍ୟରେ ଉପଲବ୍ଧ ହୋଇଛି।
ଏହା ହେଉଛି ଭାରତରେ ରେନୋ ଇଣ୍ଡିଆର ପ୍ରଥମ ଆର୍‌ଜିଇପି ଉତ୍ପାଦ ଯାହାକୁ ଭବିଷ୍ୟତର ଗମନାଗମନ ଆବଶ୍ୟକତା ଓ ବିବିଧ ପାୱାରଟ୍ରେନ୍ ସମାଧାନକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି। ଏଥିରେ କେବଳ ଉନ୍ନତ ପାୱାରଟ୍ରେନ୍ ବ୍ୟବହାର କରାଯାଇନାହିଁ, ବରଂ ଏହାକୁ ପୁନଃ ଇଞ୍ଜିନିୟରିଂ କରାଯାଇଛି। ଏହାର ଇଂଜିନ ପରିଚାଳନା, ଥର୍ମାଲ ସିଷ୍ଟମ, ଚେଚିସ ଟ୍ୟୁନିଂ ଓ ଢ଼ାାଂଚାରେ ବ୍ୟାପକ ଉନ୍ନତି ଅଣାଯାଇଛି।
ଟ୍ରାଇବର୍ ୧୦୦ ପିଏସ୍‌ରେ ବ୍ୟବହାର କରାଯାଇଥିବା ଟିସିଇ ୧୦୦ ଇଞ୍ଜିନ ୧୦୦ ପିଏସ୍ ଓ ୧୮୦ ଏନ୍‌ଏମ୍ ଟର୍କ ଉତ୍ପନ୍ନ କରୁଛି ଯାହା ବିଭିନ୍ନ ସଡ଼କ ସ୍ଥିତିରେ ଭଲ ତ୍ୱରଣ ଓ ଉନ୍ନତ ଗାଡ଼ିଚାଳନା ସୁବିଧା ପ୍ରଦାନ କରୁଛି। ନୂଆ ରେନୋ ଇଂଜିନ ପରିଚାଳନା ସିଷ୍ଟମ୍ (ଆର୍‌ଇଏମ୍‌ଏସ୍‌) ମଧ୍ୟ ଏଥିରେ ରହିଛି। ଉତ୍ତାପ ପରିଚାଳନା ପାଇଁ ଏଥିରେ ରହିଛି ବ୍ରସ୍‌ବିହୀନ ପ୍ରତ୍ୟକ୍ଷ କରେଂଟ୍ (ବିଏଲ୍‌ଡିସି) କୁଲିଂ ଫ୍ୟାନ୍ ଯାହା ଗାଡ଼ିକୁ ଶୀତଳତା ପ୍ରଦାନ କରିବା ସହ ଏହାର ଶକ୍ତି ଦକ୍ଷତା ଓ ଉତ୍ତାପ ପ୍ରଦର୍ଶନରେ ଉନ୍ନତି ଆଣିଥାଏ। ଏହାର ସାର୍ଟିଫାଏଡ୍ ମାଇଲେଜ୍ ଲିଟର୍ ପିଛା ୨୧ କିଲୋମିଟର ରେକର୍ଡ କରାଯାଇଛି।
ଏ ସମ୍ପର୍କରେ ରେନୋ ଇଣ୍ଡିଆର ଉପସଭାପତି-ସେଲ୍‌ସ ଓ ମାର୍କେଟିଂ ଫ୍ରାସିସ୍‌କୋ ହିଡାଲ୍‌ଗୋ କହିଛନ୍ତି ଯେ, “ଟ୍ରାଇବର ୧୦୦ ପିଏସ୍‌‌ ରେନୋ ଇଣ୍ଡିଆର ଉତ୍ପାଦ ରୋଡମ୍ୟାପ୍‌‌ରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଆମ ବ୍ରାଣ୍ଡ୍‌‌ର ମୂଳ ଆଭିମୁଖ୍ୟ—ଭାରତୀୟ ଗ୍ରାହକଙ୍କ ପାଇଁ ବ୍ୟବହାରିକ, ସୁଲଭ ଓ ପ୍ରାସଙ୍ଗିକ ନବସୃଜନ—ର ଏକ ଦୃଢ଼ ପ୍ରତିଫଳନ। ସମ୍ପ୍ରତି କ୍ୱିଡ୍‌‌ ଓ ଡଷ୍ଟର ଆଡଭେଞ୍ଚରର ଉନ୍ମୋଚନ ପରେ, ଏହା ୧୮ ମାସ ମଧ୍ୟରେ ୧୨ଟି ଉତ୍ପାଦ ହସ୍ତକ୍ଷେପର ଆମ କାର୍ଯ୍ୟକ୍ରମର ଆଉ ଏକ ମାଇଲ୍‌‌ଷ୍ଟୋନ୍‌‌। ଏହା ଭାରତରେ ରେନୋର ନବୀକରଣ ହୋଇଥିବା ଗତି ଓ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

୧୦୦ ପିଏସ୍‌‌ ଶକ୍ତି, ୧୮୦ ଏନ୍‌‌ଏମ୍‌‌ ଟର୍କ, ନମନୀୟ ୭-ସିଟ୍‌‌ ମଡ୍ୟୁଲାରିଟି, ପ୍ରମାଣିତ ୨୧ କିମି/ଲିଟର ଇନ୍ଧନ ଦକ୍ଷତା ଏବଂ ୭.୮୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବା ମୂଲ୍ୟ ସହ ଟ୍ରାଇବର ୧୦୦ ପିଏସ୍‌‌ ଭାରତୀୟ ପରିବାରଗୁଡ଼ିକ ଏକ କା‌ର୍ରେ ଯେଉଁ ଗୁଣଗୁଡ଼ିକୁ ଗୁରୁତ୍ୱ ଦିଅନ୍ତି, ସେସବୁକୁ ଏକାଠି କରୁଛି—ଆତ୍ମବିଶ୍ୱାସ ବଢ଼ାଇବା ଭଳି ପ୍ରଦର୍ଶନ, ବ୍ୟବହାରିକତା, ଦକ୍ଷତା ଓ ମୂଲ୍ୟ। ଆମର ବିଶ୍ୱାସ ଯେ, ଏହା ଟ୍ରାଇବରର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ସହ ରେନୋ ବ୍ରାଣ୍ଡ୍‌‌ର ଆକର୍ଷଣକୁ ଆହୁରି ବ୍ୟାପକ କରିବ।”
କାର୍‌ର ଇଞ୍ଜିନିୟରିଂ ସମ୍ପର୍କରେ ରେନୋ ଗ୍ରୁପ୍ ଇଣ୍ଡିଆର ରେନୋ ଇଞ୍ଜିନିୟରିଂ ମୁଖ୍ୟ ଡକ୍ଟର ବିକ୍ରମଣ ଭେଲାଣ୍ଡି କହିଛନ୍ତି ଯେ, “କେବଳ ଏକ ପାୱାରଟ୍ରେନ୍‌କୁ ସମନ୍ୱିତ କରିବାଠାରୁ ଟ୍ରାଇବର୍ ୧୦୦ ପିଏସ୍ ଅଧିକ କିଛି ଥିଲା। ଟ୍ରାଇବର୍‌ର ମଡ୍ୟୁଲାର ଭାବ, ଅରାମକୁ ବଜାୟ ରଖିି ୧୦୦ ପିଏସ୍ ଓ ୧୮୦ ଏନ୍‌ଏମ୍ ଟର୍କ ପ୍ରଦାନ କରିବା ପାଇଁ ଇଂଜିନ, ଉତ୍ତାପ ପରିଚାଳନା, ଢ଼ାାଂଚା, ସସ୍‌ପେନ୍‌ସନ୍‌, ବ୍ରେକ ବ୍ୟବସ୍ଥା ଓ ଗାଡ଼ିର ଚମତ୍କାର ବ୍ୟବସ୍ଥାକୁ ଗୋଟିଏ ପ୍ୟାକେଜ୍ ଭାବେ କାମ କରିବାର ଥିଲା। ତାହାର ଫଳ ହେଉଛି ଏକ ପ୍ରତିକ୍ରିୟାଶୀଳ, ସ୍ଥିର ଓ ନୂଆ ଗାଡ଼ି ଚାଳନା ଅନୁଭୂତି ଯାହା ଗ୍ରାହକମାନେ ଟ୍ରାଇବର୍‌ରେ ପାଇଥିବା କାର୍ଯ୍ୟଦକ୍ଷତା ଓ ସହଜଲବ୍ଧତା ମୂଲ୍ୟକୁ ସଂରକ୍ଷିତ ରଖିଛି।’’
ଟ୍ରାଇବର୍ ପିଏସ୍ ୧୦୦ର ପ୍ରମୁଖ ବିଶେଷତ୍ୱଗୁଡ଼ିକ ହେଉଛି ୧୮୨ ଏମ୍‌ଏମ୍‌ର ଶ୍ରେଷ୍ଠ ଗ୍ରାଉଣ୍ଡ୍ କ୍ଲିୟରାନ୍ସ, ୨୩ ଲିଟରର ଭିତର ଷ୍ଟୋରେଜ୍‌, ରୁଫ୍ ରେଲ୍ ସହ ୫୦ କେଜି ପର୍ଯ୍ୟନ୍ତ ଭାର ବହନ କ୍ଷମତା, ପଛରେ ସ୍ୱତନ୍ତ୍ର ଏସି, ଏଲ୍‌ଇଡି ପ୍ରୋଜେକ୍ସନ ହେଡ୍‌ଲ୍ୟାମ୍ପ୍‌, ଏଲ୍‌ଇଡି ଡିଆର୍‌ଏଲ୍ ଓ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌, ୮ ଇଂଚ ଭାସମାନ ଟଚ୍‌ସ୍କ୍ରିନ୍ ଇନ୍‌ଫୋଟେନ୍‌ମେଂଟ୍ ବ୍ୟବସ୍ଥା, ୱାୟରଲେସ୍ ଆଣ୍ଡ୍ରଏଡ୍ ଅଟୋ ଓ ଆପଲ୍ କାର୍‌ପ୍ଲେ, ଡିଜିଟାଲ୍ ଏଲ୍‌ଇଡି ଇନ୍‌ଷ୍ଟ୍ରୁମେଂଟ୍ କ୍ଲଷ୍ଟର୍‌, ଅଟୋ ହେଡ୍‌ଲ୍ୟାମ୍ପ୍‌, ରେନ୍ ସେନ୍‌ସିଂ ୱାଇପର୍‌, ଛଅ ଏୟାରବ୍ୟାଗ୍‌, ପଛ ପାର୍କିଂ କ୍ୟାମେରା, ଟାୟାର ପ୍ରେସର ନିରୀକ୍ଷଣ ବ୍ୟବସ୍ଥା, ସାମ୍ନା ପାର୍କିଂ ସେନ୍‌ସର୍‌, ୱୟାରଲେସ୍ ଚାର୍ଜର ଓ କ୍ରୁଜ୍ କଂଟ୍ରୋଲ୍‌।
ଏହା ଅଥେନ୍‌ଟିକ୍‌, ଇଭଲ୍ୟୁସନ୍‌, ଟେକ୍ନୋ ଓ ଇମୋସନ ଭଳି ଚାରିଟି ଭାରିଆଂଟ୍‌ରେ ଉପଲବ୍ଧ ହୋଇଛି।

Share

Leave a Reply

Your email address will not be published. Required fields are marked *

eleven − 9 =