ରାଜ୍ୟ

ଭୂସ୍ଖଳନ କାରଣରୁ ଟ୍ରେନ ବାତିଲ

ଭୂସ୍ଖଳନ କାରଣରୁ ପୂର୍ବତଟ ରେଳପଥ ଏକାଧିକ ଟ୍ରେନ୍ ବାତିଲ କରିବା ସହ କିଛି ଟ୍ରେନ୍ ର ରୁଟ୍ ପରିବର୍ତ୍ତନ କରାଯାଇଛି । କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର, କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ, ଏବଂ ଜଗଦଲପୁର-ରାଉରକେଲା ଏକ୍ସପ୍ରେସକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ଏଥି ସହିତ କିଛି ଟ୍ରେନ୍ ର ଗତିପଥ ଆଂଶିକ ପରିବର୍ତ୍ତନ ମଧ୍ୟ କରାଯାଇଛି ।

ଆଜି ଜଗଦଲପୁର-ହାୱଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଏବଂ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଜଗଦଲପୁର ବଦଳରେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ ବୋଲି ରେଳ ବିଭାଗ ସ୍ପଷ୍ଟ କରିଛି । ଆଜି କୋରାପୁଟଠାରୁ ଜଗଦଲପୁର ମଧ୍ୟରେ ରେଳ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ । ଲଗାତାର ବର୍ଷା ଲାଗି ରହିଥିବାରୁ ପାହାଡ଼ିଆ ଅଞ୍ଚଳ ଦେଇ ଯାଇଥିବା ରେଳ ଲାଇନ୍ , ବିଭିନ୍ନ ଟନେଲ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅଧିକ ଭୁସ୍ଖଳନ ଘଟିବା ଆଶଙ୍କା ରହିଛି ବୋଲି ରେଳବାଇ ବିଭାଗ ସୂଚନା ଦେଇଛି ।

Share

Leave a Reply

Your email address will not be published. Required fields are marked *

1 × three =