ଟିମ୍ ଇଣ୍ଡିଆକୁ ଫେରିଲେ ସଞ୍ଜୁ ସାମସନ୍
ଟିମ୍ ଇଣ୍ଡିଆକୁ ଫେରିଲେ ସଞ୍ଜୁ ସାମସନ୍ । ଆଫଗାନିସ୍ତାନ ବିପକ୍ଷ T20 ସିରିଜ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ୧୫ ଜଣିଆ ଟିମର ନେତୃତ୍ବ ନେବେ ଶ୍ରେୟସ ଆୟର । ଦଳକୁ ସଞ୍ଜୁ ସାମସନ୍ ଫେରିଥିବା ବେଳେ ଶ୍ରେୟସ ଆୟରଙ୍କୁ ଅଧିନାୟକ ଏବଂ ତିଳକ ବର୍ମାଙ୍କୁ ଉପଅଧିନାୟକ କରାଯାଇଛି ।
ଆସନ୍ତା ୧୩ରୁ ଭାରତ-ଆଫଗାନିସ୍ତାନ T20 ସିରିଜ୍ ଆରମ୍ଭ ହେବ। ପୂର୍ବରୁ ସଞ୍ଜୁ ସାମସନ୍ ଜିମ୍ବାୱେ ବିପକ୍ଷ T20 ସିରିଜ୍ ରେ ଭାରତୀୟ ଦଳରେ ନଥିଲେ। ଏବେ ଆଫଗାନିସ୍ତାନ ବିପକ୍ଷ ସିରିଜରେ ୱିକେଟକିପର-ବ୍ୟାଟର ଭାବେ ତାଙ୍କୁ ପୁଣି ସୁଯୋଗ ମିଳିଛି। ତାଙ୍କ ସହ ଇଶାନ କିଶନ ମଧ୍ୟ ୱିକେଟକିପର ବିକଳ୍ପ ଭାବେ ଟିମରେ ରହିଛନ୍ତି । ଦଳରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସ୍ଥାନ ମିଳିଛି । ଅଭିଷେକ ଶର୍ମା, ଶିବମ ଦୁବେ ଓ ଅକ୍ଷର ପଟେଲଙ୍କ ଭଳି ଖେଳାଳି ମଧ୍ୟ ଟିମରେ ଅଛନ୍ତି ।
ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ମିଳିନାହିଁ। ପେସ୍ ବୋଲିଂ ବିଭାଗରେ ଜସପ୍ରୀତ ବୁମରା ପ୍ରତ୍ୟାବର୍ତ୍ତନ ଭାରତ ପାଇଁ ବଡ଼ ଖବର । ତେବେ ବୁମରାଙ୍କ ସହ ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର ଓ ହର୍ଷିତ ରାଣାଙ୍କ ଖେଳିବା fitness clearance ଉପରେ ନିର୍ଭର କରିବ। ଅର୍ଶଦୀପ ସିଂଙ୍କୁ ମଧ୍ୟ ଦଳରେ ରଖାଯାଇଛି। ସ୍ପିନ୍ ବିଭାଗରେ ବରୁଣ ଚକ୍ରବର୍ତ୍ତୀ ଓ ରବି ବିଷ୍ଣୋଇ ରହିଛନ୍ତି । ଆଫଗାନିସ୍ତାନ ସହ ତିନୋଟି ଯାକ ମ୍ୟାଚ୍ ନୂଆଦିଲ୍ଲୀରେ ଖେଳାଯିବ। ପ୍ରଥମ T20 ଆସନ୍ତା ୧୩ ତାରିଖରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ୧୫ ଓ ତୃତୀୟ ତଥା ଶେଷ ମ୍ୟାଚ୍ ସେପ୍ଟେମ୍ବର ୧୭ ତାରିଖରେ ଖେଳାଯିବ ।

