Business

ମୋଂଟ୍ରା ଇଲେକ୍ଟ୍ରିକ ପକ୍ଷରୁ ପ୍ରଥମ ସୁପର ଅଟୋ ରପ୍ତାନି ସହ ଅନ୍ତର୍ଜାତୀୟ ବଜାରରେ ପଦାର୍ପଣ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଇଲେକ୍ଟ୍ରିକ ବାଣିଜ୍ୟକ ଯାନ ବ୍ରାଣ୍ଡ ମୋଂଟ୍ରା ଇଲେକ୍ଟ୍ରିକ ପକ୍ଷରୁ ନେପାଳ, ତାଞ୍ଜାନିଆ ଓ ପଶ୍ଚିମ ଆଫ୍ରିକାରେ ସୁପର ଅଟୋର ଶୁଭାରମ୍ଭ ସହ ଅନ୍ତର୍ଜାତୀୟ ସମ୍ପ୍ରସାରଣ ଆରମ୍ଭ କରାଯାଇଛି। କମ୍ପାନି ପକ୍ଷରୁ ନେପାଳ ଓ ତାଞ୍ଜାନିଆକୁ ରପ୍ତାନି ଆରମ୍ଭ କରାଯାଇଛି। ପଶ୍ଚିମ ଆଫ୍ରିକାରୁ ମଧ୍ୟ କମ୍ପାନି ପାଖରେ ବରାଦ ରହିଛି। ଅନ୍ତର୍ଜାତୀୟ ବଜାର ସମ୍ପ୍ରସାରଣ ରଣନୀତିର ଅଂଶ ଭାବେ ମୋଂଟ୍ରା ଇଲେକ୍ଟ୍ରିକ ପକ୍ଷରୁ ଏସିଆ, ଆଫ୍ରିକା ଓ ଅନ୍ୟାନ୍ୟ ଉଦୀୟମାନ ବଜାରରେ ଥିବା ସମ୍ଭାବନାର ଅନୁଶୀଳନ କରାଯାଉଛି।
ଏହି ଅବସରରେ ମୋଂଟ୍ରା ଇଲେକ୍ଟ୍ରିକ (ଟିଆଇ କ୍ଲିନ ମୋବିଲିଟି ପ୍ରାଇଭେଟ ଲିମିଟେଡ)ର ଅଧ୍ୟକ୍ଷ ଶ୍ରୀ ଅରୁଣ ମୁରୁଗପ୍ପାନ କହିଛନ୍ତି ଯେ, ‘ସୁପର ଅଟୋ ସହିତ ନେପାଳରେ ମୋଂଟ୍ରା ଇଲେକ୍ଟ୍ରିକର ପ୍ରବେଶ ଗ୍ରୁପର ସେହି ଦୀର୍ଘକାଳୀନ ବିଶ୍ୱାସକୁ ପ୍ରତିଫଳିତ କରୁଛି ଯେ ଚାଷୀ, ଫ୍ଲିଟ ଅପରେଟର କିମ୍ବା ଏକ ଦେଶର ନିଜସ୍ୱ ଶକ୍ତି ଆକାଂକ୍ଷା ହେଉ ନା କାହିଁକି ଇଞ୍ଜିନିୟରିଂ ଉତ୍କର୍ଷ ନିଶ୍ଚିତ ରୂପେ ବାସ୍ତବ ଓ କ୍ଷେତ୍ର ଆବଶ୍ୟକତା ପୂରଣ କରିବା ଉଚିତ। ପ୍ରଥମ ଦୂରତାରୁ ଶେଷ ଦୂରତା ପର୍ଯ୍ୟନ୍ତ ସେହି ଯାତ୍ରାର ପ୍ରତିଟି ଅଂଶକୁ ସେବା ଯୋଗାଇବା ପାଇଁ ଆମ ରେଂଜ ପ୍ରସ୍ତୁତ ହୋଇଛି। ନେପାଳର ଅକ୍ଷୟ ଶକ୍ତି ଦୃଢ଼ତା ଓ ମୋଂଟ୍ରା ଇଲେକ୍ଟ୍ରିକର ଗମନାଗମନ ନବସୃଜନ ଏହାକୁ ଏକ ସ୍ୱାଭାବିକ ଓ ପାରସ୍ପରିକ ଲାଭଦାୟକ ସହଯୋଗିତାରେ ପରିଣତ କରିଛି ଏବଂ ଭାରତୀୟ ଇଞ୍ଜିନିୟରିଂ କିଭଳି ଆମ ପଡ଼ୋଶୀ ଅର୍ଥନୀତିର ସ୍ଥାୟୀ ଅଭିବୃଦ୍ଧିକୁ ସମର୍ଥନ କରୁଛି ତାହା ଆମେ ଦେଖିପାରୁଛୁ।’
ମୋଂଟ୍ରା ଇଲେକ୍ଟ୍ରିକର ପରିଚାଳାନା ନିର୍ଦ୍ଦେଶକ ଜଲାଜ ଗୁପ୍ତା କହିଛନ୍ତି ଯେ, ‘ସ୍ଥାୟୀ ଗମନାଗମନରେ ଏକ ସ୍ଥାନୀୟ ଲିଡରରୁ ଏକ ବିଶ୍ୱସ୍ତରୀୟ ଶକ୍ତିରେ ରୂପାନ୍ତରୀତ ହେବାରେ ମୋଂଟ୍ରା ଇଲେକ୍ଟ୍ରିକର ଏକ ନିର୍ଣ୍ଣାୟକ ମୁହୂର୍ତ୍ତକୁ ନେପାଳ ଉପସ୍ଥାପନ କରୁଛି। ବାସ୍ତବ ଦୁନିଆର ଆହ୍ୱାନକୁ ସମାଧାନ କରୁଥିବା ସମାଧାନକୁ ଆମେ ସର୍ବଦା ପ୍ରସ୍ତୁତ କରୁଛୁ। ନେପାଳର ବ୍ୟାପକ ଜଳ ବିଦ୍ୟୁତ ଶକ୍ତିକୁ ବ୍ୟବହାର କରି ଭାରତୀୟ ନବସୃଜନ କିଭଳି ପଡ଼ୋଶୀ ଅର୍ଥନୀତିଗୁଡ଼ିକୁ ସ୍ୱଚ୍ଛ, ଅଧିକ ସ୍ୱାବଲମ୍ବୀ ଅଭିବୃଦ୍ଧି ଓ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମ୍ କରିବାରେ ସହାୟକ ହୋଇପାରୁବି ତାହା ଆମେ ଦର୍ଶାଉଛୁ।’
ମୋଂଟ୍ରା ଇଲେକ୍ଟ୍ରିକ ପକ୍ଷରୁ ବିଭିନ୍ନ ଅଂଚଳର ସ୍ୱତନ୍ତ୍ର ଆବଶ୍ୟକତାକୁ ନଜରରେ ରଖି ଗାଡ଼ି ବିକାଶ କରାଯାଉଛି। ଏହା ଅପଟାଇମରେ ଉନ୍ନତି ଆଣିବା ସହିତ ଉନ୍ନତ ଦକ୍ଷତା ଓ ଅପରେଟରମାନଙ୍କୁ ଉତ୍ତମ ଆୟ ସମ୍ଭାବନା ପ୍ରଦାନ କରୁଚି। କମ୍ପାନି ଏହାର ଉତ୍ପାଦ ପୋର୍ଟଫୋଲିଓକୁ ବ୍ୟାପକ କରି ଏବଂ ଉଚ୍ଚ ଅଭିବୃଦ୍ଧିଶୀଳ ଇଭି ବଜାରରେ ଦକ୍ଷତା ବଢ଼ାଇ ଅନ୍ତର୍ଜାତୀୟ ବଜାରରେ ଉପସ୍ଥିତି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି।

Share

Leave a Reply

Your email address will not be published. Required fields are marked *

2 × 3 =