ରାଜ୍ୟ

ପୁଣି ରାଜଧାନୀରେ ଲଭ, ସେକ୍ସ, ଧୋକା ଅଭିଯୋଗ

ପୁଣି ରାଜଧାନୀରେ ଲଭ, ସେକ୍ସ, ଧୋକା ଅଭିଯୋଗ । ଅଭିଯୁକ୍ତକୁ ବାନ୍ଧିଲା ମହିଳା ଥାନା ପୋଲିସ । ଅଭିଯୁକ୍ତର ଘର ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଜିତେନ୍ଦ୍ର କୁମାର ରାଜ । ଦୁଇବର୍ଷ ପୂର୍ବେ ସୋସିଆଲ ମିଡିଆରେ ପୀଡିତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏହାପରେ ବିଭିନ୍ନ ହୋଟେଲକୁ ନେଇ ଏକାଧିକ ଥର ଶରୀରିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ ଜଣଙ୍କ। କିନ୍ତୁ ବିବାହ କଥା ପଡିବା ପରେ କେଉଁଆଡ଼େ ଛୁ’ ମାରିଥିଲେ । ଏପରିକି ବିବାହ ମାନେ ମନା କରିବା ପରେ ପୀଡିତା ଜଣଙ୍କ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ଗତକାଲି ରାତିରେ ଅଭିଯୁକ୍ତ ଜଣଙ୍କୁ ଯାଜପୁରରୁ ଗିରଫ କରାଯାଇଥିବା ସୂଚନା ଦେଇଛି ମହିଳା ଥାନା ପୋଲିସ ।

ସେହିପରି ରାଜଧାନୀରୁ ନାବାଳିକାକୁ ଅପହରଣ ପରେ ଅଭିଯୁକ୍ତ ଯାଜପୁରରେ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଥିଲା । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ଗିରଫ ଅଭିଯୁକ୍ତର ନାଁ ନିରଞ୍ଜନ ମଲ୍ଲିକ । ଘର ଯାଜପୁର ଜିଲ୍ଲା ଅନ୍ତର୍ଗତ ବ୍ରହ୍ମବରଦା । ଇନଫୋସିଟି ଅଞ୍ଚଳରେ ରହୁଥିବା ଜଣେ ୧୭ ବର୍ଷୀୟା ନାବାଳିକାକୁ ନେଇ ସେ ଚମ୍ପଟ ମାରିଥିଲେ । ସୋସିଆଲ ମିଡିଆରେ ଦୁହିଁଙ୍କ ମଧ୍ୟ ପରିଚୟ ହୋଇଥିଲା । ଏହାପରେ ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ପ୍ରଥମେ ଭୁବନେଶ୍ୱର, ପରେ କଟକ ଓ ଯାଜପୁର ନେଇଯାଇଥିଲା ଯାଜପୁରରେ ଦୁଷ୍କର୍ମ କରିଥିବା ନେଇ ନାବାଳିକାଙ୍କ ପରିବାରବର୍ଗ ଅଭିଯୋଗ କରିଥିଲେ

Share

Leave a Reply

Your email address will not be published. Required fields are marked *

13 − 7 =