ଗୋଦରେଜ୍ର ଆପ୍ଲାଏନ୍ସେସ୍ ବ୍ୟବସାୟ ପକ୍ଷରୁ ଉପଭୋକ୍ତା ଅଧ୍ୟୟନ ‘ହାଣ୍ଡଲୁମ୍ ଡିଲେମା’ ଉନ୍ମୋଚିତ
ଭୁବନେଶ୍ୱର: ବିଶ୍ୱ ହସ୍ତତନ୍ତ ଦିବସରେ ଗୋଦରେଜ୍ ଏଂଟରପ୍ରାଇଜେସ୍ ଗ୍ରୁପ୍ର ଆପ୍ଲାଏନ୍ସେସ୍ ବ୍ୟବସାୟ ପକ୍ଷରୁ ଟ୍ୱେଣ୍ଟିଫାଏ ଇଣ୍ଡିଆ ସହଯୋଗରେ କରାଯାଇଥିବା ଉପଭୋକ୍ତା ଅଧ୍ୟୟନ ‘ହାଣ୍ଡଲୁମ ଡିଲେମା’ ଉନ୍ମୋଚନ କରାଯାଇଛି। ଏଥିରେ ହସ୍ତତନ୍ତର ବ୍ୟବହାର ଓ ସଚେତନତା ସମ୍ପର୍କରେ ଗ୍ରାହକଙ୍କୁ ପ୍ରଶ୍ନ କରାଯାଇଥିଲା। ଅଧ୍ୟୟନରୁ ଜଣାପଡ଼ିଛି ଯେ ହସ୍ତତନ୍ତକୁ ଭଲ ପାଇବା ଓ ତାହାକୁ ନେଇ ପ୍ରକୃତ ସଚେତନତା ଓ ବ୍ୟବହାରରେ ବୃହତ ଅନ୍ତର ରହିଛି।
ହସ୍ତତନ୍ତ ହେଉଛି ଭାରତର ବିବିଧ ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଯାହା ଆଂଚଳିକ କାରିଗରୀକୁ ଉପସ୍ଥାପନ କରୁଛି। ହାଣ୍ଡଲୁମ ଡିଲେମା ଅଧ୍ୟୟନରୁ ଜଣାପଡ଼ିଛି ଯେ ୮୦ ପ୍ରତିଶତ ଭାରତୀୟ ହସ୍ତତନ୍ତକୁ ଭଲ ପାଉଛନ୍ତି ଏବଂ ପୂର୍ବୋପେକ୍ଷା ସେଥିପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ହସ୍ତତନ୍ତକୁ ଭଲ ପାଇବାରେ ଜେନ ଏକ୍ସକୁ ଜେନ ଜି ପଛରେ ପକାଇ ଦେଇଛନ୍ତି ଯାହା ହସ୍ତତନ୍ତର ପୁନରୁଦ୍ଧାରକୁ ଦର୍ଶାଉଛି।
ଏଭଳି ଭଲ ପାଇବା ସତ୍ୱେ ସଚେତନତାର ଅଭାବ (୮୧%ଙ୍କ ମତ) ଓ କପଡ଼ାର ଯତ୍ନକୁ ନେଇ ଗ୍ରାହକମାନେ ଚିନ୍ତିତ ଅଛନ୍ତି। ୭୦ ପ୍ରତିଶତ ଗ୍ରାହକ ହସ୍ତତନ୍ତୁ ହାତରେ ସଫା କରନ୍ତି କିମ୍ବା ଡ୍ରାଏ କ୍ଲିନ କରିବାକୁ ଦିଅନ୍ତି ଯାହା ଏକ ସମୟ ସାପେକ୍ଷ ଓ ବ୍ୟୟବହୁଳ କାର୍ଯ୍ୟ। ତେଣୁ ହସ୍ତତନ୍ତର ଯତ୍ନ ନେବା ସବୁଠୁ ବଡ଼ ପ୍ରତିବନ୍ଧକ ହୋଇରହିଛି। ସେଥିପାଇଁ ହସ୍ତତନ୍ତ କେବଳ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅବସରର ପୋଷାକ ହୋଇରହିଯାଇଛି। ଅଧ୍ୟୟନ ଅନୁସାରେ ପାରିବାରିକ କାର୍ଯ୍ୟକ୍ରମ (୭୧%), ଉତ୍ସବ (୬୯%), ମନ୍ଦିର ପରିଦର୍ଶନ (୬୭%), ବିବାହ (୬୪%)ରେ ହସ୍ତତନ୍ତ ବ୍ୟବହାର କରୁଥିବା ବେଳେ ନିୟମିତ ଭାବେ ବ୍ୟବହାର କରୁଥିବା ୩୬% କହିଛନ୍ତି। ଏହା ହେଉଛି ବଡ଼ ଅବସରର ପୋଷାକ ଯାହାର ଯଥେଷ୍ଟ ଗୁରୁତ୍ୱ ରହିଛି। କୋମଳ ବୁଣାବୁଣି ନଷ୍ଟ ହୋଇଯିବାର ଆଶଙ୍କା ଥିବାରୁ ଅଧିକାଂଶ ଲୋକ ନିଜ ହସ୍ତତନ୍ତ ଶାଢ଼ି କିମ୍ବା ସାର୍ଟ କିମ୍ବା କୁର୍ତାକୁ ୱାର୍ଡରୋବ୍ରେ ରଖିଥାନ୍ତି।
ପ୍ରାୟ ୯୭ ପ୍ରତିଶତ କହିଛନ୍ତି ଯେ ଯଦି ହସ୍ତତନ୍ତକୁ ସଫା କରିବା ସହଜ ଓ ସୁରକ୍ଷିତ ହୋଇପାରିବ ତେବେ ସେମାନେ ଅଧିକରୁ ଅଧିକ ପୋଷାକ କିଣିବେ। ଏହି ସମସ୍ୟାର ସମାଧାନ କରିବା ପାଇଁ ଗୋଦରେଜ୍ ପକ୍ଷରୁ ଏହାର ଏଆଇ ଶକ୍ତି ଦ୍ୱାରା ପରିଚାଳିତ ଫ୍ରଣ୍ଟ ଲୋଡିଂ ୱାସିଂ ମେସିନ୍ରେ ହସ୍ତତନ୍ତ ଅନୁକୂଳ କୋମଳ ସଫା କରିବା ସୁବିଧା ବ୍ୟବହାର କରାଯାଇଛି ଯାହା ସାରା ଭାରତର ୨୫ ପ୍ରକାରରୁ ଅଧିକ ହସ୍ତତନ୍ତରେ ସଫଳତାର ସହ ପରୀକ୍ଷଣ କରାଯାଇଛି। କୋମଳ ପୋଷାକୁ ସଫା କରିବା ପାଇଁ ଏହି ୱାସିଂ ମେସିନକୁ ପ୍ରସ୍ତୁତ କରାଯାଇଛି। ପ୍ରତି ପୋଷାକ ୨୫ ସଫା ଚକ୍ର ଦେଇ ଗତି କରିଥାଏ ଏବଂ ସହନଶୀଳ ସ୍ତର ଜାଣିବା ପାଇଁ ୪୦ ଗୁଣା ବିବର୍ଦ୍ଧନ ଜରିଆରେ ଭିଜୁଆଲ ନିରୀକ୍ଷଣ ଓ ମାଇକ୍ରୋସ୍କୋପିକ୍ ବିଶ୍ଳେଷଣ କରାଯାଇଥାଏ।
ଏ ସମ୍ପର୍କରେ ଗୋଦରେଜ୍ ଏଂଟରପ୍ରାଇଜେସ୍ ଗ୍ରୁପ୍ର ଆପ୍ଲାଏନ୍ସେସ୍ ଡିଭିଜନ୍ର ମୁଖ୍ୟ କମଳ ନନ୍ଦୀ କହିଛନ୍ତି ଯେ, “ହାଣ୍ଡଲୁମ ଡିଲେମା ଅଧ୍ୟୟନ ଭାରତର ସମୃଦ୍ଧ ହସ୍ତତନ୍ତ ଐତିହ୍ୟ ଉପରେ ଗ୍ରାହକମାନଙ୍କ ରହିଥିବା ସାଂସ୍କୃତିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିବା ବେଳେ ସେମାନେ ତାହାକୁ ପ୍ରକୃତରେ କେତେ ପିନ୍ଧନ୍ତି ଓ ସେମାନେ ହସ୍ତତନ୍ତକୁ ବାସ୍ତବରେ କେତେ ଜାଣିଛନ୍ତି ତାହା ଜଣାଇଛି। ଗୋଦରେଜରେ ଆମର ବିଶ୍ୱାସ ରହିଛି ଯେ ଚିନ୍ତାପୂର୍ବକ ନବସୃଜନ ଏଭଳି କିଛି ଅନ୍ତରକୁ ଦୂର କରିବାରେ ସହାୟକ ହୋଇପାରିବ। ଆମର ଏଆଇ ଶକ୍ତି ଥିବା ୱାସିଂ ମେସିନରେ ହସ୍ତତନ୍ତ ଯତ୍ନକୁ ସହଜ କରି ଆମେ ସମସ୍ତ ଭାରତୀୟଙ୍କ ମଧ୍ୟରେ ହସ୍ତତନ୍ତର ପୁନରୁଦ୍ଧାର ପାଇଁ ସହାୟତା ଓ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ।’’

