Business

ଦିଲ୍ଲୀପ ବିଲଡକନର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସିକରେ ରାଜସ୍ୱ ୨୩୭୮ କୋଟି ଟଙ୍କା

ଭୁବନେଶ୍ୱର: ବହୁ ସମ୍ପତ୍ତି ଆଧାରିତ ଭିତ୍ତିଭୂମି କମ୍ପାନି ଦିଲ୍ଲୀପ ବିଲଡକନ ଲିମିଟେଡ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୨୩୭୮ କୋଟି ଟଙ୍କାର ରାଜସ୍ୱ ହାସଲ କରିଛି। କମ୍ପାନିର ଏବିଟଡା ୪୨୯ କୋଟି ଟଙ୍କା, ଏବିଟଡା ମାର୍ଜିନ ୧୮.୧ ପ୍ରତିଶତ ଓ ଟିକସ ପରବର୍ତୀ ଲାଭ ୧୨୮ କୋଟି ଟଙ୍କା ରହିଛି। କମ୍ପାନିର ମୋଟ ଅର୍ଡର ବୁକ ୨୭,୬୯୧ କୋଟି ଟଙ୍କା ରହିଛି। ଏହି ତ୍ରୈମାସିକରେ କମ୍ପାନି ୫୧୭.୨ କୋଟି ଟଙ୍କାର ନୂଆ ବରାଦ ହାସଲ କରିଥିଲା ଯେଉଁଥିରେ ୨୬୮ କୋଟି ଟଙ୍କାର ଇପିସି ବରାଦ ରହିଛି। ଡିବିଏଲ-ଆରବିଏଲ ଯୌଥ ଉଦ୍ୟୋଗ ଗୁଜରାଟରେ ଗେଡ ବ୍ୟାରେଜ ଇପିସି ପ୍ରକଳ୍ପ ହାସଲ କରିଛି।
କମ୍ପାନିର ଅର୍ଡର ବୁକରେ ସଡ଼କ ଓ ରାଜପଥ ଭାଗ ୧୭.୧ ପ୍ରତିଶତ, ଜଳସେଚନ ଓ ଜଳ ୧୮.୧ ପ୍ରତିଶତ, ଖଣି ୨୦.୯ ପ୍ରତିଶତ ଏବଂ ଅନ୍ୟାନ୍ୟ କ୍ଷେତ୍ରର ଭାଗ ୪୩.୯ ପ୍ରତିଶତ ରହିଛି। ୨୦୨୬ ଜୁଲାଇରେ କମ୍ପାନି ଛତିଶଗଡ଼ରେ ହାସଲ କରିଥିବା ୨୫୨୪.୩୨ କୋଟି ଟଙ୍କାର ନୂଆ ଜଳସେଚନ ପ୍ରକଳ୍ପକୁ ଏଥିରେ ସାମିଲ କରାଯାଇନାହିଁ। ଇପିସି କମ୍ପାନିର ପ୍ରମୁଖ ରାଜସ୍ୱ କ୍ଷେତ୍ର ହୋଇରହିଛି। ଇପିସିରୁ ରାଜସ୍ୱ ୧୭୫୨ କୋଟି ଟଙ୍କା, ଖଣିରୁ ୩୯୨ କୋଟି ଟଙ୍କା ଏବଂ ଇନଭିଟରୁ ଆୟ ୩୪.୭୭ କୋଟି ଟଙ୍କା ରହିଛି। ୨୦୨୬ ଜୁନ ୩୦ ସୁଦ୍ଧା କମ୍ପାନିର ନିଟ ଋଣ ୨୧୦୬ କୋଟି ଟଙ୍କା ରହିଛି ଯାହା ମାର୍ଚ୍ଚ ୩୧ରେ ୧୮୮୦ କୋଟି ଟଙ୍କା ଏବଂ ୨୦୨୫ ଜୁନ ସୁଦ୍ଧା ୧୬୬୧ କୋଟି ଟଙ୍କା ଥିଲା। ୨୦୨୭-୨୮ ସୁଦ୍ଧା ବାଲାନ୍ସ ସିଟକୁ ଋଣ ମୁକ୍ତ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି।
ଦିଲ୍ଲୀପ ବିଲଡକନ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ‘ସ୍ଥାୟୀ ତଥା ପୁଞ୍ଜି ଅନୁକୂଳ ଅଭିବୃଦ୍ଧି ପ୍ରଦାନ କରିବା ପାଇଁ ଗୋଟିଏ ପ୍ଲାଟଫର୍ମ, ୩ ଇଂଜିନ, ୧୨ ଭର୍ଟିକାଲ ମିଳିତ ଭାବେ କାମ କରିବା ପାଇଁ ଆମ ଡିବିଏଲ ୨.୦ ଦର୍ଶକୁ ୨୦୨୬-୨୭ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକ ପ୍ରତିଫଳିତ କରିବା ଜାରି ରଖିଛି। ଆମର ୯୦ ପ୍ରତିଶତ ପ୍ରକଳ୍ପ ନିର୍ଦ୍ଧାରିତ ସମୟଠାରୁ ଆଗୁଆ ଶେଷ ହେବାକୁ ଯାଉଥିବାରୁ ତାହା ଦୀର୍ଘ ୩୫ରୁ ବର୍ଷରୁ ଅଧିକ ସମୟ ଧରି ଆମେ ଗଠନ କରିଥିବା କାର୍ଯ୍ୟକାରୀତା ଶୃଙ୍ଖଳାକୁ ଦର୍ଶାଉଛି ଯାହା ରାଜନୈତିକ ବିଭ୍ରାଟ, ସାମଗ୍ରୀ ଦରରେ ଅସ୍ଥିରତା ଓ ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ଭଳି ବିବିଧ ଶିଳ୍ପ ଚକ୍ରକୁ ସଫଳତାର ସହ ଅତିକ୍ରମ କରିଛି। ୨୧,୨୧୧ରୁ ଅଧିକ କର୍ମଚାରୀ ଓ ୧୦,୩୯୪ରୁ ଅଧିକ ଉପକରଣକୁ ନେଇ ଆମେ ବ୍ୟାପକ ଭାବେ କାମ କରୁଥିବାରୁ ତାହା ଆମକୁ ଖଣି ଏମଡିଓ ଚୁକ୍ତି ଯାହା ପାରମ୍ପରିକ ଇପିସି କାର୍ଯ୍ୟର ସମୟ ସୀମାଠାରୁ ଅଧିକ ୨୫ରୁ ୫୫ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ ତାହା ସମେତ ସମସ୍ତ ୧୨ ଭର୍ଟିକାଲରେ ସୁଯୋଗ ହାସଲ କରିବାରେ ସହାୟକ ହୋଇଛି। ଭାରତର ଦୀର୍ଘକାଳୀନ ଭିତ୍ତିଭୂମି ଅଭିବୃଦ୍ଧି ଦୃଶ୍ୟପଟ୍ଟ ଉପରେ ଆମର ବିଶ୍ୱାସକୁ ଏହି ତ୍ରୈମାସିକ ସୁଦୃଢ଼ କରିଛି ଏବଂ ଆମେ ଆମ ବାଲାନ୍ସ ସିଟକୁ ସୁଦୃଢ଼ କରିବା ଏବଂ ଆମ ଲାଭ ପ୍ରତି ଦୀର୍ଘକାଳୀନ, ଚୁକ୍ତି ଆଧାରିତ ରାଜସ୍ୱ ଅବଦାନ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରୁଛୁ।’’
ଦିଲ୍ଲୀପ ବିଲଡକନର ସିଇଓ ଦେବେନ୍ଦ୍ର ଜୈନ କହିଛନ୍ତି ଯେ, ‘୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକ ଲାଭରେ ସମ୍ପତ୍ତି ମନେଟାଇଜେସନରୁ ମିଳିଥିବା ଏକକାଳୀନ ଲାଭ ସାମିଲ ଥିଲା ଯାହା ଚଳିତ ବର୍ଷ ମିଳିବ ନାହିଁ। ୨୦୨୬-୨୭ର ପ୍ରଥମ ତ୍ରୈମାସିକରେ ଆମ ମାର୍ଜିନ ପ୍ରକୃତରେ ଉନ୍ନତ ହୋଇଛି। ଆମ ନୂଆ ଗେଡ ବ୍ୟାରେଲ ଓ ଇଆରସିପି ବନ୍ଧ ବରେଥା ପ୍ରକଳ୍ପ ପାଇଁ ଉପକରଣ ସଂଗ୍ରହ ସହିତ ବିଲିଂ ଚକ୍ର ବଢ଼ିବାରୁ ମିଳିଥିବା ଟ୍ରେଡ୍ ରିସିଭେବଲ ପାଇଁ ଆମ ନିଟ ଋଣ ବୃଦ୍ଧି ପାଇଛି। ସଂଗ୍ରହ ଚକ୍ରକୁ ସ୍ୱାଭାବିକ କରିବା ଦିଗରେ ଆମେ କାମ କରୁଛୁ ଏବଂ ୨୦୨୭-୨୮ ଆର୍ôଥକ ବର୍ଷ ସୁଦ୍ଧା ବାଲାନ୍ସ ସିଟକୁ ଋଣ ମୁକ୍ତ କରିବା ପାଇଁ ପ୍ରତିବଦ୍ଧ ରହିଛୁ। ଆମ ଋଣ ପ୍ରୋଫାଇଲ ମୁଖ୍ୟତଃ ସମ୍ପତ୍ତି ଓ ପ୍ରକଳ୍ପ ସହ ଆଧାରିତ ରହିଛି ଏବଂ ଆମେ ପରିଚାଳନା ନଗଦ ପ୍ରବାହ, ଇନଭିଟ ବିତରଣ ଓ ଶୃଙ୍ଖଳିତ ପୁଞ୍ଜି ଆବଂଟନ ଜରିଆରେ ଆମ ବାଲାନ୍ସ ସିଟକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଉଛୁ।’’

Share

Leave a Reply

Your email address will not be published. Required fields are marked *

20 − 19 =