Business

ବେଙ୍ଗାଲୁରୁରେ ଦି ପରଫର୍ମାନ୍ସ ଇନଷ୍ଟିଚ୍ୟୁଟ୍‌ର ଶୁଭାରମ୍ଭ ପାଇଁ ଆକ୍ସିସ୍ ବ୍ୟାଙ୍କ ଓ ଗୋସ୍ପୋର୍ଟସ୍ ଫାଉଣ୍ଡେସନ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଭାରତର କ୍ରୀଡ଼ା ବିଜ୍ଞାନ ଦକ୍ଷତାକୁ ବଢ଼ାଇବା ଓ ଭାରତୀୟ କ୍ରୀଡ଼ାର ଦୀର୍ଘକାଳୀନ ଅଭିବୃଦ୍ଧି ପାଇଁ ଯୋଗଦାନ ଦେଉଥିବା ଉନ୍ନତ ଗବେଷଣା ଓ ନବସୃଜନକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ବେଙ୍ଗାଲୁରୁରେ ଆକ୍ସିସ୍ ବ୍ୟାଙ୍କ-ଗୋସ୍ପୋର୍ଟସ୍ ଫାଉଣ୍ଡେସନ “ଦି ପରଫର୍ମାନ୍ସ ଇନଷ୍ଟିଚ୍ୟୁଟ (ଏଜିଟିପିଆଇ)ର ଶୁଭାରମ୍ଭ ନିମନ୍ତେ ଆକ୍ସିସ୍ ବ୍ୟାଙ୍କ ଓ ଗୋସ୍ପୋର୍ଟସ୍ ଫାଉଣ୍ଡେସନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।
ବେଙ୍ଗାଲୁରୁର ଅତ୍ୟାଧୁନିକ କ୍ରୀଡ଼ା ଉତ୍କର୍ଷ କେନ୍ଦ୍ରରେ ଏଜିଟିପିଆଇ ରହିବ। ଏହା କ୍ରୀଡ଼ାବିତଙ୍କ ପ୍ରଦର୍ଶନ, ପ୍ରତିଭା ଚିହ୍ନଟ, ଭାରତୀୟ କ୍ରୀଡ଼ା ବିଜ୍ଞାନ ଓ ଔଷଧର ଦକ୍ଷତା ଗଠନ ଏବଂ ଭାରତୀୟ କ୍ରୀଡ଼ାବିତଙ୍କ ଉପରେ ଗୁରୁତ୍ୱ ଦେଇ ବିଶ୍ଳେଷଣ ଓ ଗବେଷଣା ଉପରେ ଆଲୋକପାତ କରିବ। ପ୍ରତିଷ୍ଠାତା ସହଯୋଗୀ ଭାବେ ଆକ୍ସିସ ବ୍ୟାଙ୍କର ସିଏସ୍‌ଆର୍ ଅନୁଦାନକୁ ଏହି ଅନୁଷ୍ଠାନର ଗଠନ ଓ ଅଭିବୃଦ୍ଧି ପାଇଁ ପ୍ରଦାନ କରାଯିବ। ଗୋସ୍ପୋର୍ଟସ୍ ଫାଉଣ୍ଡେସନ ଏହାର ପରିଚାଳନା, କାର୍ଯ୍ୟକ୍ରମ କାର୍ଯ୍ୟକାରିତା ଓ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଦାୟିତ୍ୱରେ ରହିବ।
ଏଜିଟିପିଆଇର ପିପୁଲ, ଆନାଲିଟିକ୍ସ ଓ ରିସର୍ଚ୍ଚ ଭଳି ତିନିଟି ସ୍ତମ୍ଭ ରହିବ। ପିପୁଲ ସ୍ତମ୍ଭ ତାଲିମ କାର୍ଯ୍ୟକ୍ରମ, ଫେଲୋସିପ୍‌, ମେଂଟରିସିପ ସୁଯୋଗ ଓ ପେସାଦାର ବିକାଶ ଜରିଆରେ ଭାରତୀୟ କ୍ରୀଡ଼ା ବିଜ୍ଞାନ ଓ ପ୍ରଦର୍ଶନ ଶକ୍ତି ବିକାଶ କରିବ। ଆନାଲିଟିକ୍ସରେ କ୍ରୀଡ଼ାବିତ ପରୀକ୍ଷଣ ଓ ଅନୁଶଈଳନ ବ୍ୟବସ୍ଥା ସ୍ଥାପନ କରାଯିବ ଯେଉଁଠାରେ ପ୍ରଦର୍ଶନର ପରୀକ୍ଷଣ, ବାୟୋମେକାନିକ୍ ଅନୁଶୀଳନ, ସୁଧାର ନିରୀକ୍ଷଣ, ଆଘାତ ବିପଦ ଅନୁଶୀଳନ ଓ ଡାଟା ଆଧାରିତ ପ୍ରଦର୍ଶନ ଯୋଜନା ଉପରେ ଧ୍ୟାନ ଦିଆଯିବ। ରିସର୍ଚ୍ଚ ସ୍ତମ୍ଭରେ ପ୍ରୟୋଗାତ୍ମକ ବିଜ୍ଞାନ, ନବସୃଜନ, ଶିଳ୍ପ ଓ ବିଶ୍ୱବିଦ୍ୟାଳୟ ସହଯୋଗିତା ଓ ଜ୍ଞାନ ଆଦାନପ୍ରଦାନ ଜରିଆରେ ସ୍ୱଦେଶୀ କ୍ରୀଡ଼ା ବିଜ୍ଞାନ ଜ୍ଞାନ ସୃଷ୍ଟି କରିବାକୁ ଉଦ୍ୟମ କରାଯିବ।
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ମୁଖ୍ୟ-ହୋଲ୍‌ସେଲ୍ ବ୍ୟାଙ୍କ କଭରେଜ, କର୍ପୋରେଟ୍ ସାଲାରି, ସଷ୍ଟେନେବିଲିଟି ଓ ସିଏସ୍‌ଆର୍ ବିଜୟ ମୁଲବାଗଲ କହିଛନ୍ତି ଯେ, “ଭାରତୀୟ କ୍ରୀଡ଼ା ଅଭିଳାଷ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଂଚିଛି ଓ ବିଶ୍ୱସ୍ତରରେ ଭାରତୀୟ କ୍ରୀଡ଼ାବିତଙ୍କ ନିରନ୍ତର ସଫଳତାକୁ ସୁନିଶ୍ଚିତ କରିବା ପାଇଁ କେବଳ ପ୍ରତିଭା ଓ ତାଲିମ ନୁହେଁ, ବରଂ ଘରୋଇ କ୍ରୀଡ଼ା ବିଜ୍ଞାନ ଓ ଔଷଧର ଦୃଢ଼ ମୁଳଦୁଆ ଆବଶ୍ୟକ। କ୍ରୀଡ଼ା କ୍ଷେତ୍ରରେ ଭାରତର ସଫଳତା ବୃଦ୍ଧି ପାଉଥିଲେ ମଧ୍ୟ ଏହା ମୁଖ୍ୟତଃ ବିଦେଶୀ ପ୍ରଦର୍ଶନ ତଥ୍ୟ ଓ ମାନଦଣ୍ଡ ଉପରେ ନିର୍ଭରଶୀଳ ରହିଛି ଯାହା ଭାରତୀୟ କ୍ରୀଡ଼ାବିତଙ୍କ ଆବଶ୍ୟକତା ଓ ବାସ୍ତବତା ସହ ସମ୍ପୂର୍ଣ୍ଣ ସମନ୍ୱିତ ହୋଇପାରୁନାହିଁ। ଏକ ଅନୁଷ୍ଠାନ ଗଢ଼ିବା ପାଇଁ ଆକ୍ସିସ୍ ବ୍ୟାଙ୍କରେ ଆମେ ଗୋସ୍ପୋର୍ଟସ୍ ଫାଉଣ୍ଡେସନ ସହିତ ସହଯୋଗିତା ସ୍ଥାପନ କରି ଗର୍ବିତ ମନେ କରୁଛୁ ଯାହା ଏକ ଦୃଢ଼ ଘରୋଇ କ୍ରୀଡ଼ା ବିଜ୍ଞାନ ପରିସଂସ୍ଥା ଗଠନ କରିବାରେ ଡାଟା, ଗବେଷଣା, ଆନାଲିଟିକ୍ସ ଓ ବିଶେଷତାକୁ ଏକାଠି କରିବାରେ ଅଗ୍ରଗାମୀ ଭୂମିକା ନିର୍ବାହ କରିବ।”
ଗୋସ୍ପୋର୍ଟସ୍ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ନନ୍ଦନ କାମତ କହିଛନ୍ତି ଯେ, “ନିରନ୍ତର କ୍ରୀଡ଼ା ସଫଳତା ଦୃଢ଼ ମୁଳଦୁଆ ଉପରେ ଗଠିତକୁ ନେଇ ଥିବା ମିଳିତ ବିଶ୍ୱାସକୁ ଏହି ସହଯୋଗିତା ପ୍ରତିଫଳିତ କରୁଛି। ଶ୍ରେଷ୍ଠ ବ୍ୟବସ୍ଥାରୁ ଶ୍ରେଷ୍ଠ କ୍ରୀଡ଼ାବିତ ସୃଷ୍ଟି ହୋଇଥାନ୍ତି ଓ ସେହି ବ୍ୟବସ୍ଥାଗୁଡ଼ିକ ଲୋକ, ଜ୍ଞାନ ଓ ନିରନ୍ତର ନବସୃଜନ ଉପରେ ନିର୍ଭରଶୀ। ଆମର ଲକ୍ଷ୍ୟ ହେଉଛି ମିଳିତ ଭାବେ ଭାରତୀୟ କ୍ରୀଡ଼ା ପାଇଁ ଏକ ଦ୍ରୁତ, ଉଚ୍ଚ ଓ ଦୃଢ଼ ଭବିଷ୍ୟତ ଗଢ଼ିବା।”
ଗୋସ୍ପୋର୍ଟସ୍ ଫାଉଣ୍ଡେସନର ସିଇଓ ସୌଗତୋ ବାନାର୍ଜୀ କହିଛନ୍ତି ଯେ, “ଭାରତୀୟ କ୍ରୀଡ଼ା ପରିସଂସ୍ଥାକୁ ସଶକ୍ତ କରିବା ପାଇଁ ଗୋସ୍ପୋର୍ଟସ୍ ଫାଉଣ୍ଡେସନର ଟ୍ରାକ୍ ରେକର୍ଡ ଓ ଭବିଷ୍ୟତ ପ୍ରତିବଦ୍ଧତା ଉପରେ ବିଶ୍ୱାସ କରିଥିବାରୁ ଆମେ ଆକ୍ସିସ୍ ବ୍ୟାଙ୍କକୁ କୃତଜ୍ଞତା ଜଣାଉଛି। ଦି ପରଫର୍ମାନ୍ସ ଇନଷ୍ଟିଚ୍ୟୁଟ୍ ଅଧୀନରେ ଆମେ ବିଭିନ୍ନ ଅଭିଯାନ ଘୋଷଣା କରିବାକୁ ଚାହିରହିଛୁ ଯାହା ଅଂଶଗ୍ରହଣରୁ ପୋଡିୟମ ପର୍ଯ୍ୟନ୍‌ତ ଭାରତୀୟ କ୍ରୀଡ଼ା ସମ୍ଭାବନାକୁ ଉଜାଗର କରିବ।”
ସେଂଟର ଅଫ୍ ସ୍ପୋର୍ଟସ୍ ଏକ୍ସଲେନ୍ସର ପ୍ରତିଷ୍ଠାତା ଓ ପ୍ରମୋଟର ବିବେକ କୁମାର କହିଛନ୍ତି ଯେ, “ପ୍ରତିଟି ପରିବାରକୁ ଶ୍ରେଷ୍ଠତା ହାସଲ କରିବାରେ ସହାୟକ ହେବା ପାଇଁ ସିଏସ୍‌ଇକୁ ଗଠନ କରାଯାଇଥିଲା। କ୍ରୀଡ଼ା ବିଜ୍ଞାନରେ ବିଶ୍ୱସ୍ତରୀୟ ଦକ୍ଷତା, ପରୀକ୍ଷଣ ଓ ଗବେଷଣା ଯୋଡ଼ି ଏଜିଟିପିଆଇ ସେହି ପରିବେଶକୁ ସୁଦୃଢ଼ କରିଛି। ଉକ୍ତ ଇନଷ୍ଟିଚ୍ୟୁଟ୍‌କୁ ସିଏସ୍‌ଇରେ ଖୋଲିବା ପାଇଁ ଚୟନ କରିଥିବାରୁ ଆମେ ଆକ୍ସିସ୍ ବ୍ୟାଙ୍କ ଓ ଗୋସ୍ପୋର୍ଟସ୍ ଫାଉଣ୍ଡେସନ ପ୍ରତି କୃତଜ୍ଞତା ଜଣାଉଛୁ।”

Share

Leave a Reply

Your email address will not be published. Required fields are marked *

1 × 5 =