ବନ୍ଧନ ବ୍ୟାଙ୍କ ପକ୍ଷରୁ ବ୍ୟବସାୟ ଗ୍ରାହକମାନଙ୍କ ପାଇଁ ସମନ୍ୱିତ ଭବିଷ୍ୟନିଧି ପାଣ୍ଠି ପେମେଂଟର ଶୁଭାରମ୍ଭ
ଭୁବନେଶ୍ୱର: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ସହ ସମନ୍ୱୟ ଜରିଆରେ ବନ୍ଧନ ବ୍ୟାଙ୍କ ପକ୍ଷରୁ ଭବିଷ୍ୟନିଧି ପାଣ୍ଠି (ପିଏଫ୍) ପଇଠ ସେବାର ଶୁଭାରମ୍ଭ କରାଯାଇଚି ଯାହା ବ୍ୟବସାୟ ଗ୍ରାହକମାନଙ୍କୁ ବ୍ୟାଙ୍କର ଡିଜିଟାଲ ବ୍ୟାଙ୍କିଂ ଚ୍ୟାନେଲ ବ୍ୟବହାର କରି ସୁବିଧାରେ ପିଏଫ୍ ପଇଠ କରିବାକୁ ସକ୍ଷମ କରିବ। ଏହି ଅଭିଯାନର ଲକ୍ଷ୍ୟ ହେଉଚି ଏହି ବୈଧାନିକ ପେମେଂଟ ପ୍ରକ୍ରିୟାର ସରଳୀକରଣ କରିବା ଏବଂ ବ୍ୟବସାୟ ପାଇଁ ପରିଚାଳନା ଦକ୍ଷତା, ସୁବିଧା ଓ ନିୟମ ପାଳନରେ ଉନ୍ନତି ଆଣିବା।
ଏହି ସମନ୍ୱୟ ଜରିଆରେ ଅନୁଷ୍ଠାନଗୁଡ଼ିକ ଇପିଏଫଓ ପୋର୍ଟାଲ ମାଧ୍ୟମରେ ଭବିଷ୍ୟନିଧି ପାଣ୍ଠି ପେମେଂଟର ଆରମ୍ଭ କରିପାରିବେ ଏବଂ ତା ପରେ ବନ୍ଧନ ବ୍ୟାଙ୍କର ଇଂଟରନେଟ ବ୍ୟାଙ୍କିଂ ପ୍ଲାଟଫର୍ମ ଜରିଆରେ କାରବାର ସମ୍ପୂର୍ଣ୍ଣ କରିପାରିବେ। ବାସ୍ତବ ସମୟ କାରବାର ସ୍ପଷ୍ଟା ସୂଚନା ଓ ତତ୍କାଳ ଚାଳାଣ ଡାଉନଲୋଡ ଭଳି ସୁବିଧା ସହିତ ଏହି ସେବା ନିରବଚ୍ଛିନ୍ନ ପେମେଂଟ ଅନୁଭୂତି ପ୍ରଦାନ କରିବ ଯାହା ଦ୍ରୁତ ପ୍ରକ୍ରିୟାକରଣ ଓ ପରିଚାଳନା ଦକ୍ଷତାରେ ଉନ୍ନତିକୁ ସକ୍ଷମ କରିବ।
ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଉଦୀୟମାନ ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ପ୍ରସ୍ତୁତ ଏହି ନୂଆ ସେବା ସଂଗଠନଗୁଡ଼ିକୁ ବୈଧାନିକ ପେମେଂଟକୁ ସଂଗଠିତ କରିବା, ନଗଦ ପ୍ରବାହରେ ଉନ୍ନତି ଆଣିବା ଏବଂ ଇପିଏଫଓ ଆବଶ୍ୟକତା ସହ ସମୟୋପଯୋଗୀ ନିୟମ ପାଳନକୁ ସୁନିଶ୍ଚିତ କରିବାରେ ସହାୟକ ହେବ। ଆବଶ୍ୟକ ବ୍ୟବସାୟ ବ୍ୟାଙ୍କିଂ ସେବା ସହିତ ଡିଜିଟାଳ ଦକ୍ଷତାକୁ ଯୋଡ଼ି ନିୟମିତ ଆର୍ôଥକ ପରିଚାଳନାକୁ ସରଳ, ଦ୍ରୁତ ଓ ଗ୍ରାହକମାନଙ୍କ ପାଇଁ ଅଧିକ ସୁରକ୍ଷିତ କରିବାକୁ ବନ୍ଧନ ବ୍ୟାଙ୍କ ଲକ୍ଷ୍ୟ ରଖିଛି।
ଏହି ଶୁଭାରମ୍ଭ ଅବସରରେ ବନ୍ଧନ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ମୁଖ୍ୟ ବ୍ୟବସାୟ ଅଧିକାରୀ ରାଜିନ୍ଦର କୁମାର ବବର କହିଛନ୍ତି ଯେ, ‘ବନ୍ଧନ ବ୍ୟାଙ୍କରେ ଆମେ ଏଭଳି ସମାଧାନ ଉପରେ ଗୁରୁତ୍ୱାରୋପ କରୁଛୁ ଯାହା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପାଇଁ ବୈଧାନିକ ବ୍ୟାଙ୍କିଂ କାରବାରକୁ ଅଧିକ ପ୍ରଭାବଶାଳୀ କରିବ। ଆମର କାରବାର ବ୍ୟାଙ୍କିଂ ପରିସଂସ୍ଥାକୁ ସୁଦୃଢ଼ କରିବା ଏବଂ ଆମ ଗ୍ରାହକମାନଙ୍କୁ ଶ୍ରେଷ୍ଠ ସୁବିଧା ପ୍ରଦାନ କରିବା ଦିଗରେ ଇପିଏଫଓ ସହିତ ଏହି ସମନ୍ୱୟ ଆଉ ଏକ ପଦକ୍ଷେପ। ଆମର ପୂର୍ବ ପ୍ରତିଶ୍ରୁତି ଅନୁସାରେ ଆମେ ବ୍ୟବସାୟଗୁଡ଼ିକୁ ନିୟମ ସମ୍ପର୍କିତ ପ୍ରକ୍ରିୟାର ସରଳୀକରଣ କରିବା ଏବଂ ସେମାନଙ୍କ ଅଭିବୃଦ୍ଧି ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିବାରେ ସହାୟତା କରୁଛୁ।’’
ଏହି ସେବାର ଶୁଭାରମ୍ଭ ବନ୍ଧନ ବ୍ୟାଙ୍କର ଡିଜିଟାଲ କାରବାର ସମାଧାନ ପରିସରକୁ ସୁଦୃଢ଼ କରୁଛି ଯାହାକୁ ବ୍ୟବସାୟଗୁଡ଼ିକୁ ଏକ ସୁରକ୍ଷିତ, ପ୍ରଭାବୀ ଓ ସୁବିଧାଜନକ ବ୍ୟାଙ୍କିଂ ଅନୁଭୂତି ପ୍ରଦାନ କରିବାକୁ ପ୍ରସ୍ତୁତ କରାଯାଇଛି। ବ୍ୟାଙ୍କ ପ୍ରଯୁକ୍ତି ଆଧାରିତ ଦକ୍ଷତାରେ ନିବେଶ ଜରି ରଖିବ ଯାହା ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବ ଏବଂ ବିଭିନ୍ନ କ୍ଷେତ୍ରରେ ସଂସ୍ଥାଗୁଡ଼ିକର ବର୍ଦ୍ଧିତ ଡିଜିଟାଲ ଆବଶ୍ୟକତାକୁ ସମର୍ଥନ କରିବ।

