ନଥିଂ ପକ୍ଷରୁ ଫୋନ (୪ବି) ଉନ୍ମୋଚିତ
ଭୁବନେଶ୍ୱର: ଲଣ୍ଡନର ଉପଭୋକ୍ତା ପ୍ରଯୁକ୍ତି କମ୍ପାନି ନଥିଂ ପକ୍ଷରୁ ବି ସିରିଜ ଅଧୀନରେ ପ୍ରଥମ ସ୍ମାର୍ଟଫୋନ ଫୋନ (୪ବି) ଉନ୍ମୋଚନ କରାଯାଇଛି। ଫୋନ (୪ମ) ସିରିଜର ସଫଳତା ଅନୁସାରେ ପ୍ରସ୍ତୁତ କରାଯାଇଥିବା ନୂଆ ସିରିଜ ଫୋନ (୪ବି)ରେ ନଥିଂର ସିଗ୍ନେଚର ଡିଜାଇନ ସହିତ ଶକ୍ତିଶାଳୀ ଦୈନନ୍ଦିନ ପ୍ରଦର୍ଶନ, ଇଂଟେଲିଜେଂଟ ସଫ୍ଟୱେର ଓ ଦାଘୀର୍କାଳୀନ ଭରସା ରହିଛି।
ଏଥିରେ ନଥିଂର ଗିଲଫ ଇଂଟରଫେସ, ବର୍ଗର ଅଗ୍ରଣୀ ସ୍ନାପଡ୍ରାଗନ ପ୍ରୋସେସର ପ୍ରଦର୍ଶନ, ବୃହତ୍ତ ବ୍ୟାଟେରି, ୫୦ ଏମପି ଓଆଇଏସ ମୁଖ୍ୟ କ୍ୟାମେରା, ୧୨୦ ହର୍ଜ ସୁପର ଆମୋଏଲଇଡି ଡିସପ୍ଲେ ଓ ନଥିଂ ଅପରେଟିଂ ସିଷ୍ଟମ ଓ ଆବଶ୍ୟକୀୟ ଏଆଇ ଟୁଲ ରହିଛି। ଏହି ଫୋନକୁ ଲୋକପ୍ରିୟ ଇକୋ-ପଲିକାର୍ବୋନେଟ ୟୁନିବଡି ଡିଜାଇନ ପ୍ରଦାନ କରାଯାଇଛି। ୨୦ଟି ଆଭ୍ୟନ୍ତରୀଣ ଡିଜାଇନ ମଧ୍ୟରୁ ଏହାକୁ ଚୟନ କରାଯାଇଛି ଯାହା ଦେଖିବାକୁ ସରଳ, ଆରାମଦାୟକ ଓ ଦୀର୍ଘସ୍ତାୟୀ ଯାହା ନିଜର ସ୍ୱତନ୍ତ୍ର ପରଚୟ ସୃଷ୍ଟି କରିବ। ଏହାର ବଡି ଧୂଳିକଣା ଓ ଜଳ ପ୍ରତିରୋଧୀ। ଏହା କଳା, ଧଳା ଓ ନୀଳ ରଙ୍ଗରେ ଉପଲବ୍ଧ ହେବ।
କମ୍ପାନି ପକ୍ଷରୁ ଏହାର ଟାଇଟଲ ପ୍ରାୟୋଜକ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ନଜରରେ ରଖି ଲିମିଟେଡ ଆରସିବି ଏଡିସନ ଉନ୍ମୋଚନ କରାଯାଇଛି। ଆରସିବି ବ୍ରାଣ୍ଡିଂ ହୋଇଥିବା ଏହି ଫୋନ୍ ବେଙ୍ଗାଲୁରୁରେ ଥିବା ନଥିଂର ଫ୍ଲାଗ୍ସିପ୍ ଷ୍ଟୋରରେ ଉପଲବ୍ଧ ହୋଇଛି।
ନଥିଂ(୪ବି)ରେ ରହିଛି ୪୫ଟି ସ୍ୱତନ୍ତ୍ର ଭାବେ ନିୟନ୍ତ୍ରିତ ମିନି ଏଲ୍ଇଡି ଯାହାର ବ୍ରାଇଟ୍ନେସ୍ ୩୫୦୦ ନିଟ୍ ପର୍ଯ୍ୟନ୍ତ ରହିଛି। ଏହା ନୋଟିଫିକେସନ, ଚାର୍ଜିଂରେ ପ୍ରଗତି, ରେକର୍ଡିଂ ସୂଚନା ଆଦି ପ୍ରଦାନ କରୁଛି। ଏହି ଫୋନରେ ସ୍ନାପଡ୍ରାଗନ ୬ ଜେନ୍ ୪ କ୍ୱାଲକମର ସଦ୍ୟତମ ୪ଏନ୍ଏମ୍ ମୋବାଇଲ୍ ପ୍ରୋସେସର ରହିଛି। ଏହା ଉନ୍ନତ ପ୍ରଦର୍ଶନ, ଶକ୍ତି ମିତବ୍ୟୟିତା ଓ ଉନ୍ନତ ଏଆଇ ଦକ୍ଷତା ପ୍ରଦାନ କରୁଛି। ଏଥିରେ କ୍ୱାଲକମ୍ର ଷଷ୍ଠ ପିଢ଼ିର ଏଆଇ ଇଞ୍ଜିନ ରହିଛି। ନୂଆ ଫୋନରେ ୬୦୦୦ ଏମ୍ଏଏଚ୍ ବ୍ୟାଟେରି ରହିଛି ଯାହା ଫୋନ୍ (୪ଏ) ପ୍ରୋଠାରୁ ୧୧ ପ୍ରତିଶତ ବଡ଼। ଭାରତୀୟ ପାଣିପାଗ ଓ ଫୋନ୍ ବ୍ୟବହାରକୁ ଦୃଷ୍ଟିରେ ରଖି ଏହି ବ୍ୟାଟେରି ପ୍ରସ୍ତୁତ କରାଯାଇଛି ଯାହା ୧୮ ଘଂଟା ପର୍ଯ୍ୟନ୍ତ ଚାଲିବ। ଏଥିରେ ଆଘାତ ପ୍ରତିରୋଧୀ ସୁରକ୍ଷିତ ସେଲ୍ ପ୍ରଯୁକ୍ତି ରହିଛି ଯାହା ୧୨୦୦ ଥର ଚାର୍ଜିଂରେ ମଧ୍ୟ ୯୦ ପ୍ରତିଶତ କ୍ଷମତା ବଜାୟ ରଖୁଛି। ୩୩ ୱାଟର ଫାଷ୍ଟ ଚାର୍ଜିଂ ୱାୟର ମଧ୍ୟ ଏଥିରେ ରହିଛି। ମାତ୍ର ୩୦ ମିନିଟରେ ତାହା ୫୦% ଓ ଏକ ଘଂଟାରେ ପୂରା ଚାର୍ଜ ହୋଇଯିବ।
ଉତ୍ତାପ ପରିଚାଳନା ପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ଯେଉଁଥିପାଇଁ ଏହା ୨ ଡିଗ୍ରି ସେଲସିୟସରେ ମଧ୍ୟ କାମ କରିବ ଏବଂ ଏଥିରେ ଗେମିଂ ଓ ୪କେ ଭିଡିଓ ରେକର୍ଡିଂ ହୋଇପାରିବ। ଏହାର ୫୦ ଏମପି ଓଆଇଏସ ମୁଖ୍ୟ କ୍ୟାମେରା ସହିତ ୩୬୦ ଡିଗ୍ରି ପାରିପାର୍ଶ୍ୱିକ ଆଲୋକ ସେନସର, ୧୧୯ ଡିଗ୍ରି ଅଲଟ୍ରା ୱାଇଡ କ୍ୟାମେରା ରହିଛି। ଏଥିରେ ନଥିଂର ଟ୍ରୁ ଲେନ୍ସ ଇଞ୍ଜିନ ୪ ମଧ୍ୟ ରହିଛି। ଏଥିରେ ୪କେ ଭିଡିଓ, ଓଆଇଏସ୍ ଓ ଡୁଆଲ୍ କ୍ୟାପ୍ଚର ସୁବିଧା ମଧ୍ୟ ରହିଛି। ଫୋନରେ ଫିଲ୍ଟର, ପ୍ରିସେଟ୍ ଓ କ୍ରିଏଟିଭ୍ ଟୁଲ୍ ଭଳି ସୁବିଧା ରହିଛି।
ଫୋନ୍ର ୬.୭୭ ଇଂଚ ସୁପର ଆମୋଏଲଇଡି ଡିସପ୍ଲେ ଚମତ୍କାର ଅନୁଭବ ପ୍ରଦାନ କରୁଛି। ଅଡିଓ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ବେଳେ ଏଥିରେ ନଥିଂ ଓଏସ୍ ୪.୧ ରହିଛି ଯେଉଁଥିରେ ୩ ବର୍ଷ ପାଇଁ ଆଣ୍ଡ୍ରଏଡ ଅପଡେଟ୍ ଓ ୬ ବର୍ଷ ପାଇଁ ସିକ୍ୟୁରିଟି ପ୍ୟାଚ୍ ମିଳିବ। ଏଥିରେ ଚାଟଜିପିଟି, ଗୁଗୁଲ ଜେମିନି, ହେ ଗୁଗୁଲ, ସର୍କଲ ଟୁ ସର୍ଚ ଭଳି ଏଆଇ ସୁବିଧା ରହିଛି।
ଚାରି ବର୍ଷ ପର୍ଯ୍ୟନ୍ତ ଉନ୍ନତ ପ୍ରଦର୍ଶନ ପ୍ରତିଦିନ ଜାରି ରଖିବା ପାଇଁ ଏହି ଫୋନ ୬୮ଟି ଗୁଣାତ୍ମକ ନିୟନ୍ତ୍ରଣ ପ୍ରୋଟୋକଲ ଓ ୯୫,୦୦୦ରୁ ଅଧିକ ପରୀକ୍ଷା ଦେଇ ଗତି କରିଛି। ଏହାକୁ ୯୯ ପ୍ରତିଶତ ପ୍ଲାଷ୍ଟିକ ମୁକ୍ତ ପ୍ୟାକରେ ପ୍ରଦାନ କରାଯାଉଛି।
ଏହା ୮ଜିବି+୧୨୮ ଜିବି ଓ ୮ ଜିବି+ ୨୫୬ ଜିବି ଭାରିଆଂଟରେ ଉପଲବ୍ଧ। ଫୋନ (୪ବି)ର ଆକର୍ଷଣୀୟ ମୂଲ୍ୟ ୨୯,୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ସେଥିରେ ତତ୍କାଳ ବ୍ୟାଙ୍କ ରିହାତି ଓ ଏକ୍ସଚେଞ୍ଜ ବୋନସ ମଧ୍ୟ ମିଳୁଛି। ୨୦୨୬ ଜୁଲାଇ ୧୪ଠାରୁ ଏହି ଫୋନ ଫ୍ଲିପକାର୍ଟ, କ୍ରୋମା, ରିଲାଏନ୍ସ ଡିଜିଟାଲ ଓ ବିଜୟ ସେଲ୍ସରେ ଉପଲବ୍ଧ ହେବ।

