Business

ସୋନି ଇଣ୍ଡିଆ ପକ୍ଷରୁ ନୂଆ ଆଲ୍‌ଫା ୭ଆର୍ ଭିଆଇ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଆଲ୍‌ଫା ୭ଆର୍ ଭିଆଇ ଉନ୍ମୋଚନ କରାଯାଇଛି। ଏଥିରେ ରହିଛି ୬୬.୮ ମେଗାପିକ୍‌ସେଲ୍‌ର ଏକ୍ସମୋର୍ ଆର୍‌ଏସ୍ ସିଏମ୍‌ଓଏସ୍ ସେନ୍‌ସର ସହିତ ସୋନିର ବିଓଞ୍ଜ ଏକ୍ସଆର୍ ୨ ଇମେଜ୍ ପ୍ରୋସେସିଂ ଇଞ୍ଜିନ ଯାହା ଉତ୍କୃଷ୍ଟ ରିଜଲ୍ୟୁସନ, ଏଆଇ ଆଧରିତ ବିଷୟବସ୍ତୁ ଚିହ୍ନଟ ଏବଂ ପେସାଦାର ଫଟୋଗ୍ରାଫର ଓ ସିନେମା ନିର୍ମାତାମାନଙ୍କ ପାଇଁ ଉଚ୍ଚ ପ୍ରଦର୍ଶନ ପ୍ରଦାନ କରିବ।
ସୋନି ପକ୍ଷରୁ ଏକ୍ସଏଲ୍‌ଆର୍‌-ଏ୪ ଏକ୍ସଏଲ୍‌ଆର୍ ଆଡାପ୍‌ଟର୍‌କୁ ଉପସ୍ଥାପନ କରାଯାଇଛି ଯାହା ପ୍ରଫେସନାଲ ପ୍ରଡକ୍ସନ ପାଇଁ ଅନ୍‌-କ୍ୟାମେରା ଅଡିଓ ଦକ୍ଷତା ପ୍ରଦାନ କରିବ।
ସୋନି ଇଣ୍ଡିଆର ଇଜେମିଂ ଓ ପ୍ରଫେସନାଲ୍ ସଲ୍ୟୁସନ ବିଜନେସ୍ ମୁଖ୍ୟ ମୁକେଶ ଶ୍ରୀବାସ୍ତବ କହିଛନ୍ତି ଯେ, “ଆଲ୍‌ଫା ୭ଆର୍ ଭିଆଇ ଇମେଜିଂ ନବସୃଜନ ପ୍ରତି ସୋନିର ପ୍ରତିବଦ୍ଧତାର ପରବର୍ତ୍ତୀ ପର୍ଯ୍ୟାୟକୁ ଉପସ୍ଥାପନ କରୁଛି ଯାହା ଉଲ୍ଲେଖନୀୟ ରିଜଲ୍ୟୁସନ, ଏଆଇ ଆଧାରିତ ବୁଦ୍ଧିମତା ଓ ପ୍ରଫେସନାଲ ମାନର ପ୍ରଦର୍ଶନକୁ ଆମର ସବୁଠୁ ଅତ୍ୟାଧୁନିକ ଆଲ୍‌ଫା ଆର୍ ସିରିଜ୍ କ୍ୟାମେରାରେ ଏକାଠି କରିଛି। ସାଲିସବିହୀନ ଇମେଜ ମାନ ଓ ସ୍ପିଡ୍ ଚାହୁଥିବା କ୍ରିଏଟରମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି କ୍ୟାମେରା ଫଟୋଗ୍ରାଫର ଓ ସିନେମା ନିର୍ମାତାମାନଙ୍କୁ ପ୍ରତିଟି ମୁହୂର୍ତକୁ ଅସାଧାରଣ ସୂକ୍ଷ୍ମତା ଓ ସୃଜନଶୀଳ ସ୍ୱାଧୀନତା ସହ ତୋଳି ଧରିବାକୁ ଶସକ୍ତ କରିବ।”
ଆଲ୍‌ଫା ୭ଆର୍ ଭିଆଇରେ ରହିଛି ୬୬.୮ ମେଗାପିକ୍‌ସେଲ୍ ଫୁଲ୍‌ଫ୍ରେମ୍ ଏକ୍ସମୋର ଆର୍‌ଏସ୍ ସେନ୍‌ସର୍‌, ୫-ଆକ୍ସିସ୍ ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ ଓ ଅଟୋ ହ୍ୱାଇଟ୍ ବାଲାନ୍ସ ଯାହା ହାଇ-ରିଜଲ୍ୟୁସନ ସୁଟିଂ ପାଇଁ ବେଶ୍ ଉପଯୁକ୍ତ। ସ୍ପଷ୍ଟତାର ସହିତ ନିରନ୍ତର ସୁଟିଂ ପାଇଁ ଏହି କ୍ୟାମେରାରେ ବିଓଞ୍ଜ ଏକ୍ସଆର୍‌୨ ଇଞ୍ଜିନ ସହିତ ଏଆଇ ପ୍ରୋସସିଂ ୟୁନିଟ୍ ଓ ବାସ୍ତବ ସମୟ ଚିହ୍ନଟ ପାଇଁ ଏଏଫ୍‌+ ସୁବିଧା ରହିଛି ଯାହା ଦ୍ରୁତ ଗତିଶୀଳ ବିଷୟକୁ ସହଜରେ ଚିହ୍ନଟ କରି ତୋଳିଧରିପାରିବ।
ପ୍ରଫେସନାଲମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କ୍ୟାମେରାରେ ନୂଆ ଏନ୍‌ପି-ଏସ୍‌ଏ ୧୦୦ ଉଚ୍ଚ ଦକ୍ଷତାପୂର୍ଣ୍ଣ ୨୬୭୦ ଏମ୍‌ଏଏଚ୍ ବ୍ୟାଟେରି ରହିଛି ଯାହା ୭୧୦ ସ୍ଥିର ଚିତ୍ରକୁ ସମର୍ଥନ କରିବ। ଉତ୍ତାପ ପରିଚାଳନା ପାଇଁ ମଧ୍ୟ ଏଥିରେ ସୁବିଧା ରହିଛି ଯାହା ଫଳରେ ୧୨୦ ମିନିଟ୍ ପର୍ଯ୍ୟନ୍ତ ୮କେ ମୁଭି ରେକର୍ଡିଂ କରିହେବ। ଏଥିରେ ଡୁଆଲ୍ ୟୁଏସ୍‌ବି ଟାଇପ୍‌-ସି ପୋର୍ଟ ରହିଛି ଯାହା ଫଳରେ ଏକସଙ୍ଗେ କ୍ୟାମେରା ଚାର୍ଜିଂ ହେବା ସହ ଡାଟା ସ୍ଥାନାନ୍ତର ହୋଇପାରିବ। ଏହାକୁ ଯଥେଷ୍ଟ ହାଲୁକା କରିବା ପାଇଁ ଏଥିରେ ମ୍ୟାଗ୍ନେସିୟମ ଆଲୟ ବ୍ୟବହାର କରାଯାଇଛି। ଏହାର ୪-ଆକ୍ସସ୍ ମଲ୍‌ଟି-ଆଙ୍ଗଲ ଏଲ୍‌ସିଡି ମନିଟର ଦ୍ୱାରା ପ୍ରତିଟି କୋଣରୁ ସୁଟିଂ କରିବାର ସୁବିଧା ପ୍ରଦାନ କରିବ।
ପ୍ରଫେସନାଲ ଭିଡିଓ ପ୍ରସ୍ତୁତ କରିବା ପାଇଁ ଏଥିରେ ଡୁଆଲ୍ ଗେନ୍ ସୁଟିଂ, ୩୨ ବିଟ୍ ଫ୍ଲୋଟ୍ ଅଡିଓ ଇଂଟରନାଲ୍ ରେକର୍ଡିଂ ସୁବିଧା ରହିଛି। ଏହାର ଏକ୍ସଏଲ୍‌ଆର୍‌-ଏ୪-ଏକ୍ସଏଲ୍‌ଆର୍ ଆଡାପ୍‌ଟର୍‌ର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ଡୁଆଲ୍ ଏଡି କନଭର୍ଟର, ୟୁଏସ୍‌ବି ଅଡିଓ କ୍ଲାସ୍ ୨ ଆଦି ରହିଛି।
ଏହି କ୍ୟାମେରା ସହିତ ଏନ୍‌ପି-ଏସ୍‌ଏ ୧୦୦ ରିଚାର୍ଜେବଲ୍ ବ୍ୟାଟେରି ପ୍ୟାକ୍‌, ଭର୍ଟିକାଲ୍ ଗ୍ରିପ୍ ଭିଜି-ସି୬, ବ୍ୟାଟେରି ଚାର୍ଜର ବିସି-ଏସ୍‌ଏଡି୧ ଓ ଡିସି କପଲର୍ ଡିସି-ସି୨ ରହିଛି।
୨୦୨୬ ଜୁଲାଇ ୩ ତାରିଖଠାରୁ ଆଲ୍‌ଫା ୭ଆର୍ ଭିଆଇ ସମସ୍ତ ସୋନି ସେଂଟର, ସପ୍‌ଆଟ୍‌ଏସ୍‌ସି ଡଟ୍ କମ୍ ଓ ଆମାଜନରେ ଉପଲବ୍ଧ ହେବ। ଗ୍ରାହକମାନେ ଗୋଟିଏ ଏନ୍‌ପି-ଏସ୍‌ଏ୧୦୦ ବ୍ୟାଟେରି ଯାହାର ମୂଲ୍ୟ ୧୦,୪୯୦ ଟଙ୍କା ତାହାକୁ ମାଗଣାରେ ପାଇପାରିବେ। ଏହାର ମୂଲ୍ୟ ୪,୭୦,୯୯୦ ଟଙ୍କା ରହିଛି।

Share

Leave a Reply

Your email address will not be published. Required fields are marked *

sixteen − fourteen =