Business

ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ଓ ଡଙ୍ଗକୁକ୍ ଇଣ୍ଡିଆ ମଧ୍ୟରେ ଦୀର୍ଘକାଳୀନ ଯୋଗାଣ ସହଯୋଗିତା

ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପ୍‌ର ସଂସ୍ଥା ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଦେଶର ଦ୍ରୁତ ଗତିରେ ବଢ଼ୁଥିବା ହୋମ୍ ଆପ୍ଲାଏନ୍‌ସେସ୍ ଶିଳ୍ପ ପାଇଁ ଉଚ୍ଚମାନର କୋଟେଡ୍ ଇସ୍ପାତ ଉତ୍ପାଦ ଯୋଗାଣ ପାଇଁ ଡଙ୍ଗକୁକ୍ ଇଣ୍ଡିଆ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଶ୍ୟାମ ସୁନ୍ଦର ଜିନ୍ଦଲଙ୍କ ନେତୃତତ୍ୱରେ ପରିଚାଳିତ ବିସି ଜିନ୍ଦଲ ଗ୍ରୁପ୍ ଏହି ସହଯୋଗିତା ଅଧୀନରେ ଡଙ୍ଗକୁକ୍ ଷ୍ଟିଲ୍ ଇଣ୍ଡିଆର ଉତ୍ପାଦନ କାରଖାନା ପାଇଁ ପ୍ରିମିୟମ କୋଟେଡ୍ ଷ୍ଟିଲ୍ ଉତ୍ପାଦ ଯୋଗାଇଦେବ। ଏହି ଦୀର୍ଘକାଳୀନ ସହଯୋଗିତାରେ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପ୍ରି-ପେଂଟେଡ୍ ଗାଲଭାନାଇଜଡ୍ ଷ୍ଟିଲ୍‌, ଗାଲଭାନାଇଜଡ୍ ପ୍ଲେନ ସ୍କିନ୍ ପାସ୍‌ଡ ଓ ଆଲୁ-ଜିଙ୍କ କୋଟେଡ୍ ଇସ୍ପାତ ଯୋଗାଇଦେବ।
ଏହି ଅବସରରେ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍‌ର ପ୍ରବକ୍ତା କହିଛନ୍ତି ଯେ, “ପରିବାର ଆୟରେ ବୃଦ୍ଧି, ସହରୀକରଣ ଓ ସ୍ଥାନୀୟ ଭାବେ ଉତ୍ପାଦିତ ସାମଗ୍ରୀର ଚାହିଦା ବଢ଼ୁଥିବାରୁ ଭାରତର ହୋମ୍ ଆପ୍ଲାଏନ୍‌ସେସ୍ ଓ କଂଜ୍ୟୁମର ଡ୍ୟୁରେବଲ୍ ଶିଳ୍ପରେ ଦ୍ରୁତ ବୃଦ୍ଧି ଘଟିଛି। ଦେଶର ଅଗ୍ରଣୀ ଆନୁଷଙ୍ଗିକ ଇସ୍ପାତ ନିର୍ମାତା ଭାବେ ଏହି ସମ୍ପ୍ରସାରିତ କ୍ଷେତ୍ରରେ ଆମେ ଉଲ୍ଲେଖନୀୟ ସୁଯୋଗ ଦେଖୁଛୁ। ଡଙ୍ଗକୁକ୍ ଇଣ୍ଡିଆ ସହିତ ଏହି ସହଯୋଗିତା ଆମକୁ ଆମର ଉତ୍ପାଦନ ଦକ୍ଷତା ସହିତ ସେମାନଙ୍କ ପ୍ରକ୍ର୍ରିୟାକରଣ ବିଶେଷତାକୁ ଯୋଡ଼ିବାରେ ସକ୍ଷମ କରି ଆପ୍ଲାଏନ୍‌ସେସ୍ ନିର୍ମାତାମାନଙ୍କ ପାଇଁ ଏକ ଭରସାଯୋଗ୍ୟ ଘରୋଇ ଯୋଗାଣ ବ୍ୟବସ୍ଥା ସୃଷ୍ଟି କରିବ। ଏହି ସହଯୋଗିତା ଆମକୁ ଓଇଏମ୍ କ୍ଷେତ୍ରର ଉପସ୍ଥିତିକୁ ସୁଦୃଢ଼ କରିବା ସହିତ ଗୁଣାତ୍ମକ ବିନିର୍ମାଣ ଓ ଯୋଗାଣ ଶୃଙ୍ଖଳ ସ୍ଥାୟିତ୍ୱ ଉପରେ ଭାରତର ବଢ଼ୁଥିବା ଗୁରୁତ୍ୱକୁ ସମର୍ଥନ କରିବ।”
ଡଙ୍ଗକୁକ୍‌ର ଦେଶବ୍ୟାପୀ ଥିବା ଯୋଗାଣ ଚ୍ୟାନେଲ୍ ମାଧ୍ୟମରେ ଅସଲି ଉପକରଣ ନିର୍ମାତା (ଓଇଏମ୍‌)ମାନଙ୍କୁ ଉତ୍ପାଦ ଯୋଗାଇ ଦିଆଯିବ ଯାହା ବିଶ୍ୱସ୍ତରୀୟ ଓ ଘରୋଇ ହୋମ୍ ଆପ୍ଲାଏନ୍‌ସେସ୍ ବ୍ରାଣ୍ଡ୍‌ଗୁଡ଼ିକର ଆବଶ୍ୟକତା ପୂରଣ କରିବ। ଏହି ସହଯୋଗିତା ଆଗାମୀ ବର୍ଷଗୁଡ଼ିକରେ ଜିନ୍ଦଲ (ଇଣ୍ଡିଆ)ର ଅଭିବୃଦ୍ଧି ପ୍ରତି ଅବଦାନ ପ୍ରଦାନ କରିବା ସହ ଭାରତର ବଢ଼ୁଥିବା ହୋମ୍ ଆପ୍ଲାଏନ୍‌ସେସ୍ ବଜାରରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିବ।
ବିସି ଜିନ୍ଦଲ ଗ୍ରୁପ୍‌ର ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍‌ର ଦୁଇଟି କାରଖାନା ପଶ୍ଚିମବଙ୍ଗର ହାୱଡ଼ାରେ ରହିଛି ଏବଂ ଏହାର ଅତ୍ୟାଧୁନିକ କଲର କୋଟିଂ ଓ ମେଟାଲ କୋଟିଂ ପ୍ରଯୁକ୍ତି ରହିଛି। ସିଟ୍‌, ପାଇପ୍ ଓ ଆଲୁମିିନିୟମ ଫଏଲ୍ କ୍ଷେତ୍ରରେ କମ୍ପାନି ଏହାର ଉତ୍ପାଦ ବିକାଶ କରୁଛି। ଜିନ୍ଦଲ ସବରଙ୍ଗ ଓ ଜିନ୍ଦଲ ନିଉକଲର+ ଭଳି ବଆଣ୍ଡ୍ ସହିତ କମ୍ପାନି କଲର କୋଟେଡ୍ ସିଟ୍ ବଜାରରେ ଅଗ୍ରଣଈ ରହିଛି। କମ୍ପାନିର ୭୦ ପ୍ରତିଶତ ଉତ୍ପାଦନ ହେଉଛି କୋଟେଡ୍ ଫ୍ଲାଟ୍ ଇସ୍ପାତ ଉତ୍ପାଦ। ଆନୁଷଙ୍ଗିକ ଇସ୍ପାତ ଉତ୍ପାଦ ଶିଳ୍ପରେ ଏହା ହେଉଛି ଅନ୍ୟତମ ପୁରୁଣା ସଂସ୍ଥା। କମ୍ପାନିର ଉଲ୍ଲେଖନୀୟ ରାଜସ୍ୱ ପୂର୍ବାଚଂଳ ଏବଂ ଦକ୍ଷିଣ ଭାରତୀୟ ବଜାରରୁ ଆସୁଛି।

Share

Leave a Reply

Your email address will not be published. Required fields are marked *

one × 2 =