ଇଣ୍ଡସ୍ଇଣ୍ଡ୍ ଜେନେରାଲ୍ ଇନସ୍ୟୁରାନ୍ସ ପକ୍ଷରୁ ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସରେ ନୂଆ ଡିଜିଟାଲ ସିନେମାର ଶୁଭାରମ୍ଭ
ଭୁବନେଶ୍ୱର: ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ ଅବସରରେ ଇଣ୍ଡସଇଣ୍ଡ୍ ଜେନେରାଲ୍ ଇନସ୍ୟୁରାନ୍ସ ପକ୍ଷରୁ ଏକ ନୂଆ ଡିଜିଟାଲ ସିନେମା ଉନ୍ମୋଚନ କରାଯାଇଛି ଯାହା ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡ଼ିକର ସ୍ଥିରତା, ସଂକଳ୍ପ ଓ ଉଦ୍ୟମିତା ଭାବକୁ ପାଳନ କରୁଛି। ଏହି ଅଭିଯାନ ଜରିଆରେ କମ୍ପାନି ସେହି କୋଟି କୋଟି ଉଦ୍ୟୋଗକୁ ସ୍ୱୀକୃତି ଜଣାଇବାକୁ ଚାହୁଛି ଯେଉଁମାନେ ଜୀବନଜୀବିକା ସୃଷ୍ଟି କରୁଛନ୍ତି, ଅଭିଳାଷକୁ ଇନ୍ଧନ ଯୋଗାଉଛନ୍ତି ଓ ଭାରତର ପ୍ରଗତିରେ ଯୋଗଦାନ ଦେଉଛନ୍ତି।
ଏହି ଅଭିଯାନର ମୂଳକେନ୍ଦ୍ରରେ ରହିଛି ଏକ ସରଳ ତଥା ଶକ୍ତିଶାଳୀ ବିଶ୍ୱାସ, ତାହା ହେଊଛିପ୍ରତି ସଫଳ ଉଦ୍ୟୋଗ ପଛରେ ଏକ ନିଷ୍ଠାର କାହାଣୀ ରହିଛି। ଏକ ଛୋଟ ବିନିର୍ମାଣ କାରଖାନା ହେଉ, ଏକ ପରିବାର ପରିଚାଳନା ବ୍ୟବସାୟ ହେଉ, ଏକ ଲଜିଷ୍ଟିକ ଅପରେଟର ହେଉ, ଜଣେ ହସ୍ତକଳା ଉଦ୍ୟୋଗୀ ହୁଅନ୍ତୁ କିମ୍ବା ସ୍ଥାନୀୟ ସେବା ପ୍ରଦାନକାରୀ; ଏମଏସଏମଇ ସେହି ଅଭିଳାଷ ଓ ଉତ୍ସାହକୁ ଉପସ୍ଥାପନ କରୁଛି ଯାହା ଭାରତର ଅଭିବୃଦ୍ଧି କାହାଣୀକୁ ଆକାର ପ୍ରଦାନ କରୁଛି।
ୱର୍କସପଠାରୁ ମାନୁଫାକଚରିଂ ୟୁନିଟ୍, ଲଜିଷ୍ଟିକ୍ସ ଅପରେଟରଠାରୁ ଦୁଗ୍ଧ ବ୍ୟବସାୟ, ହସ୍ତକଳା ଉଦ୍ୟୋଗୀ ଓ ସେବା ପ୍ରଦାନକାରୀଙ୍କ ପର୍ଯ୍ୟନ୍ତ ଭାରତର ଏମଏସଏମଇ ପରିସଂସ୍ଥାର ଛନ୍ଦକୁ ଏହି ସିନେମା ଅନୁସରଣ କରୁଛି। ଆକର୍ଷଣୀୟ ଦୃଶ୍ୟ ଓ କାହାଣୀ ଜରିଆରେ ଏହା ସେହି ଅଭିଳାଷ, କଠିନ ପରିଶ୍ରମ ଓ ଉଚ୍ଚାକାଂକ୍ଷାକୁ ତୋଳି ଧରିଛି ଯାହା ସାରା ଦେଶର ଲକ୍ଷ ଲକ୍ଷ ସଂସ୍ଥାକୁ ଆଗକୁ ବଢ଼ାଉଛି ଏବଂ ପ୍ରତିଦିନର ଅନୁଭୂତିକୁ ଶକ୍ତି ଦେବା ଓ ଜୀବନଜୀବିକାକୁ ସହଯୋଗ କରିବାରେ ସେମାନଙ୍କ ଭୂମିକାକୁ ଜୀବନ୍ତ କରୁଛି।
ସେମାନଙ୍କ ଅର୍ଥନୈତିକ ସହଯୋଗ ବାହାରେ ଏହି ଅଭିଯାନ ସେମାନଙ୍କ ସେହି ସ୍ଥାୟିତ୍ୱ ଉପରେ ଆଲୋକପା କରୁଛି ଯାହା ଏହି କ୍ଷେତ୍ରକୁ ଗଢ଼ିଛି। ଅର୍ଥନୈତିକ ଅବନତି, ବଜାରରେ ପରିବର୍ତନ, ଭୂରାଜନୈତିକ ସଙ୍କଟ ଓ ବିଶ୍ୱସ୍ତରୀୟ ମହାମାରୀ ମଦ୍ୟରେ ଭାରତର ଏମଏସଏମଇଗୁଡ଼ିକ ଉଲ୍ଲେଖନୀୟ ସଂକଳ୍ପ ସହ ସ୍ଥିତିକୁ ଗ୍ରହଣ କରିବା, ନବସୃଜନ କରିବା ସହ ଆଗକୁ ବଢ଼ୁଛନ୍ତି। ତାହା ହେଉଛି ନିଷ୍ଠା ଓ ପ୍ରଗତିର ଭାବ ଯାହାକୁ ମାନ୍ୟତା ଦେବା ଓ ପାଳନ କରିବାକୁ ଏହି ଅଭିଯାନ ଚାହୁଛି।
ଇଣ୍ଡସଇଣ୍ଡ ଜେନେରାଲ ଇନସ୍ୟୁରାନ୍ସ “ଏକାଠି ଆଗକୁ ବଢ଼ିବା” ଦର୍ଶନ ଅନୁସାରେ ଏହି ଅଭିଯାନ କମ୍ପାନିର ସେହି ବିଶ୍ୱାସକୁ ପ୍ରତିଫଳିତ କରୁଛି ଯେ ସ୍ଥାୟିତ୍ୱ ଦ୍ୱାରା ପ୍ରଗତି ଆଗକୁ ବଢ଼ୁଛି। ଏମଏସଏମଇର ଯାତ୍ରାକୁ ମାନ୍ୟତା ଦେଇ ଏହି ଫିଲ୍ମ ଅନିଶ୍ଚିତତାକୁ ଏଡ଼ାଇବା, ସୁରକ୍ଷା ବଜାୟ ରଖିବା ଏବଂ ବିଶ୍ୱାସର ସହ ଅଭିବୃଦ୍ଧି ପଛରେ ଗୋଡ଼ାଇବା ପାଇଁ ବ୍ୟବସାୟକୁ ସକ୍ଷମ କରିବା ଉପରେ ଗୁରୁତ୍ୱାରୋପ କରୁଛି।
ଏହି ଅଭିଯାନ ଜରିଆରେ ଇଣ୍ଡସଇଣ୍ଡ ଜେନେରାଲ ଇନସ୍ୟୁରାନ୍ସ ଭାରତର ଏମଏସଏମଇଗୁଡ଼ିକ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତା ଦର୍ଶାଇଛି।

