Business

ବନ୍ଧନ ବ୍ୟାଙ୍କ ପକ୍ଷରୁ ଏଫ୍‌ଡି ଉପରେ ସୁଧ ହାର ୭.୯୫% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା ୨ରୁ ୩ ବର୍ଷରୁ କମ୍ ଅବଧିର ମିଆଦୀ ଜମା (ଏଫ୍‌ଡି) ଉପରେ ସୁଧ ହାରକୁ ୦.୨୦ ପ୍ରତିଶତ ବଢ଼ାଇ ୭.୯୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି। ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସର୍ବାଧିକ ୭.୯୫ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି। ସେହି ସମାନ ଅବଧିର ସୁଧ ଉପରେ ଅନ୍ୟାନ୍ୟ ଗ୍ରାହକମାନଙ୍କୁ ୭.୪୫ ପ୍ରତିଶତ ସୁଧ ଦିଆଯାଉଛି।

ବ୍ୟାଙ୍କ ପକ୍ଷରୁ ୫ ବର୍ଷରୁ କମ୍ ଅବଧିର ମିଆଦୀ ଜମା ଉପରେ ବରିଷ୍ଠ ନାଗରିକ ଗ୍ରାହକମାନଙ୍କୁ ଆକର୍ଷଣୀୟ ୭.୭୫ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି। ଅନ୍ୟ ଗ୍ରାହକମାନେ ସେହି ସମାନ ଏଫ୍‌ଡି ଉପରେ ୭.୨୫ ପ୍ରତିଶତ ସୁଧ ପାଇବେ ଯାହା ହେଉଛି ବ୍ୟାଙ୍କ ଶିଳ୍ପରେ ଅନ୍ୟତମ ଶ୍ରେଷ୍ଠ ସୁଧ ହାର।

ବନ୍ଧନ ବ୍ୟାଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ଥିବା ସଂଚୟ ଖାତା ଉପରେ ୬.୫ ପ୍ରତିଶତ ସୁଧ ହାର ପ୍ରଦାନ କରାଯାଉଛି।

ମାଚ୍ୟୁରିଟି ଅବଧିଅଣ ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ହାରବରିଷ୍ଠ ନାଗରିକଙ୍କ ପାଇଁ ସୁଧ ହାର
୭  ଦିନରୁ ୧୪ ଦିନ୨.୯୫%୩.୭୦%
୧୫ ଦିନରୁ  ୩୦ ଦିନ୨.୯୫%୩.୭୦%
୩୧ ଦିନରୁ ୨ ମାସରୁ କମ୍‌୩.୪୫%୪.୨୦%
୨ ମାସରୁ  ୩ ମାସରୁ କମ୍‌୪.୨୦%୪.୯୫%
୩ ମାସରୁ  ୬ ମାସରୁ କମ୍‌୪.୨୦%୪.୯୫%
୨୬ ମାସରୁ  ୧ ବର୍ଷରୁ କମ୍‌୪.୨୦%୪.୯୫%
୧ ବର୍ଷ୭.୦୦%୭.୫୦%
୧ ବର୍ଷ ୧ ଦିନରୁ ୧ ବର୍ଷ ୯ ମାସ୭.୦୦%୭.୫୦%
୧ ବର୍ଷ ୯ ମାସ ୧ ଦିନରୁ ୨ ବର୍ଷରୁ କମ୭.୦୦%୭.୫୦%
୨ ବର୍ଷରୁ  ୩ ବର୍ଷରୁ କମ୍‌୭.୪୫%୭.୯୫%
୩ ବର୍ଷରୁ  ୫ ବର୍ଷରୁ କମ୍‌୭.୨୫%୭.୭୫%
୫ ବର୍ଷରୁ   ୧୦ ବର୍ଷରୁ କମ୍‌୫.୮୫%୬.୬୦%
ଟିକସ ସଂଚୟକାରୀ ମିଆଦୀ ଜମା୬.୨୫%୭.୨୫%

ବନ୍ଧନ ବ୍ୟାଙ୍କର ଗ୍ରାହକମାନେ ଇଂଟରନେଟ୍ ବ୍ୟାଙ୍କିଂ କିମ୍ବା ଏମବନ୍ଧନ ମୋବାଇଲ୍ ଆପ୍ଲିକେସନ ବ୍ୟବହାର କରି ନିଜ ଘରୁ କିମ୍ବା କାର୍ଯ୍ୟାଳୟରୁ ସୁବିଧାରେ ଏଫ୍‌ଡିରେ ବୁକିଂ କିମ୍ବା ନିବେଶର ଲାଭ ଉପଭୋଗ କରିପାରିବେ। ଏହି ଅନଲାଇନ ପ୍ରକ୍ରିୟାରେ ଗ୍ରାହକମାନେ ଅଳ୍ପ କିଛି ମିନିଟ୍‌ରେ ଶୀଘ୍ର ଓ ଚିନ୍ତାମୁକ୍ତ ଭାବେ ଏଫ୍‌ଡି ବୁକିଂ କରିପାରିବେ।

Share

Leave a Reply

Your email address will not be published. Required fields are marked *

three + 16 =