Business

ଆକ୍ସିସ ବ୍ୟାଙ୍କର ବରଗୁଣ୍ଡିି ପ୍ରାଇଭେଟ ଓ ହୁରୁନ ଇଣ୍ଡିଆ ପକ୍ଷରୁ “ଭାରତରେ ୫୦୦ ସବୁଠୁ ମୂଲ୍ୟବାନ ଅଣ ରାଷ୍ଟ୍ରାୟତ କମ୍ପାନି”ର ପଂଚମ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର: ଆକ୍ସିସ ବ୍ୟାଙ୍କର ପ୍ରାଇଭେଟ ବ୍ୟାଙ୍କିଂ ବ୍ୟବସାୟ ବରଗୁଣ୍ଡିି ପ୍ରାଇଭେଟ ଓ ହୁରୁନ ଇଣ୍ଡିଆ ପକ୍ଷରୁ ଭାରତର ୫୦୦ ସବୁଠୁ ମୂଲ୍ୟବାନ କମ୍ପାନି “୨୦୨୫ ବରଗୁଣ୍ଡିି ପ୍ରାଇଭେଟ ହୁରୁନ ଇଣ୍ଡିଆ ୫୦୦” ରିପୋର୍ଟର ପଂଚମ ସଂସ୍କରଣକୁ ଉନ୍ମୋଚନ କରାଯାଇଛି। ମିଳିତ ଭାବେ ଏହି କମ୍ପାନିଗୁଡ଼ିକର ମୂଲ୍ୟ ହେଉଛି ୩.୪ ଟ୍ରିଲିୟନ ଡଲାର। ଏହି ତାଲିକା ପାଇଁ ୧.୧ ବିଲିଅନ ଡଲାର (୧୦,୨୩୦ କୋଟି ଟଙ୍କା) ବଜାର ପୁଞ୍ଜି ଥିବା କମ୍ପାନିଗୁଡ଼ିକୁ ବିଚାରକୁ ନିଆଯାଇଥିଲା। ଗତବର୍ଷ ତୁଳନାରେ ସେମାନଙ୍କ ମୂଲ୍ୟରେ ୭ ପ୍ରତିଶତ ବୃଦ୍ଧି ହୋଇଛି। ଏହି କମ୍ପାନିଗୁଡ଼ିକର ହାରାହାରି ବୟସ ହେଉଛି ୪୪ବର୍ଷ। ଏହି କମ୍ପାନିଗୁଡ଼ିକ ମିଳିତ ଭାବେ ୮.୯ ନିୟୁତ ଲୋକଙ୍କୁ ନିଯୁକ୍ତି ଦେଇଥିବା ବେଳେ ୩.୨୩ ଲକ୍ଷ କୋଟି ଟଙ୍କାର ଟିକସ ଯୋଗଦାନ ଦେଇଥିବା ବେଳେ ସିଏସଆରରେ ୧୩,୪୩୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।
ଆକ୍ସିସ ବ୍ୟାଙ୍କର କାର୍ଡସ, ପେମେଂଟସ ଓ ସମ୍ପତ୍ତି ପରିଚାଳନାର ଗ୍ରୁପ ମୁଖ୍ୟ ଆର୍ନିକା ଦିକ୍ଷୀତ କହିଛନ୍ତି ଯେ, “ଭାରତର ୫୦୦ ସବୁଠୁ ମୂଲ୍ୟବାନ କମ୍ପାନିଙ୍କ ସଫଳତାକୁ ଆମେ ପାଳନ କରୁଥିବା ବେଳେ ହୁରୁନ ଇଣ୍ଡିଆ ସହ ସହଯୋଗିତା ସ୍ଥାପନ କରି ବରଗୁଣ୍ଡିି ପ୍ରାଇଭେଟ ଅତ୍ୟନ୍ତ ଉଲ୍ଲସିତ। ୨୦୨୫ ବରଗୁଣ୍ଡି ପ୍ରାଇଭେଟ ହୁରୁନ ଇଣ୍ଡିଆ ୫୦୦ ରିପୋର୍ଟ ଭାରତର କର୍ପୋରେଟ ଜଗତର ଏକ ବିକାଶର ପର୍ଯ୍ୟାୟ ଉପରେ ଆଲୋକପାତ କରୁଛି ଯେଉଁଠାରେ କମ୍ପାନିଗୁଡ଼ିକ ପରିସ୍ଥିତି ସହ ଖାପ ଖୁଆଇ ବ୍ୟାପକ ହୋଇଥିବା ବେଳେ ବିଭିନ୍ନ ସ୍ଥିତିରେ ନିବେଶ କରିଛନ୍ତି ଓ ପ୍ରାସଙ୍ଗିକ ରହିବାର ବାଟ ବାହାର କରିଛନ୍ତି। ମୂଲ୍ୟ ସୃଷ୍ଟିରେ ବିବିଧତାର ସ୍ପଷ୍ଟ ପ୍ରମାଣ ଏଥିରୁ ଜଣାପଡ଼ୁଛି। ସେମାନେ ପାରମ୍ପରିକ କେନ୍ଦ୍ରରୁ ବିଭିନ୍ନ ବ୍ୟବସାୟ ଓ ବଜାରକୁ ବ୍ୟାପକ ହୋଇଛନ୍ତି।
ପୁଞ୍ଜି କିଭଳି ନିୟୋଜନ କରାଯାଇଥିଲା ଓ ସୁଯୋଗ କିଭଳି ସୃଷ୍ଟି କରାଯାଇଥିଲା ତାହା ଆକ୍ସିସ ବ୍ୟାଙ୍କରେ ଆମେ ଦେଖିଛୁ। ବରଗୁଣ୍ଡି ପ୍ରାଇଭେଟ ଜରିଆରେ ଆମେ ଆମର ସମ୍ପତ୍ତି ପରିଚାଳନା ସମାଧାନ “ୱାନ ଆକ୍ସିସ” ଜରିଆରେ କ୍ଲାଏଂଟମାନଙ୍କୁ ପରିବର୍ତ୍ତନଶୀଳ ନିବେଶ ସୁଯୋଗ ହାସଲ କରିବା ପାଇଁ ସଶକ୍ତ କରୁଛୁ। ୨୦୨୬ ମେ’ ସୁଦ୍ଧା ଆମର ପରିଚାଳନା ଅଧୀନ ସମ୍ପତ୍ତି ୧୫ ପ୍ରତିଶତ ବୃଦ୍ଧି ପାଇ ୨୭ ବିଲିୟନ ଡଲାର ହୋଇଥିବା ବେଳେ ଆମେ ଭାରତୀୟ ପରିବାରଗୁଡ଼ିକର ବିଶ୍ୱସନୀୟ ସହଯୋଗୀ ହୋଇରହିଛୁ। ସେହି ସମୟରେ ଆମେ ବ୍ୟାପକ କ୍ଷେତ୍ରରେ ବଢ଼ୁଥିବା ସଂସ୍ଥା, ଉଦ୍ୟମିତା ବ୍ୟବସ୍ଥା ଓ ବୃହତ ସହର ବଜାରେ ବଜାରରେ ନୂଆ ସମ୍ପତ୍ତି ସୃଷ୍ଟି ହୋଇଥିବା ଦେଖିଛୁୂ ଯାହା ଭାରତ ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟକୁ ଆକାର ପ୍ରଦାନ କରିଥିଲା। ଭାରତର ସଂପତି ସୃଷ୍ଟିକାରୀଙ୍କ ପାଇଁ ତଥ୍ୟ, ଦକ୍ଷତା ଆଦି ଆବଶ୍ୟକ ସହାୟତା ଯୋଗାଇ ଦେଇ ଏହି ଉଦୀମୟାନ କ୍ଷେତ୍ରକୁ ସେବା ପ୍ରଦାନ କରିବାକୁ ଆମେ ପ୍ରସ୍ତୁତ ରହିଛୁ।”
ହୁରୁନ ଇଣ୍ଡିଆର ପ୍ରତିଷ୍ଠାତା ଓ ମୁଖ୍ୟ ଗବେଷକ ଅନାସ ଅହମଦ ଜୁନୈଦ କହିଛନ୍ତି ଯେ, “୨୦୨୫ ବରଗୁଣ୍ଡି ପ୍ରାଇଭେଟ ହୁରୁନ ଇଣ୍ଡିଆ ୫୦୦ରେ ଥିବା କମ୍ପାନିଗୁଡ଼ିକ ହେଉଛନ୍ତି ଭାରତୀୟ ଘରୋଇ କ୍ଷେତ୍ରର ମେରୁଦଣ୍ଡ ଓ ସେମାନଙ୍କ ଉଲ୍ଲେଖନୀୟ ଅର୍ଥନୈତିକ ପ୍ରଭାବ ରହିଛି। ସେଗୁଡ଼ିକର ମିଳିତ ମୂଲ୍ୟ ୩.୪ ଟ୍ରିଲିୟନ ଡଲାର ରହିଛି ଯାହା କାନାଡାର ଜିଡିପି ଏବଂ ଇଣ୍ଡୋନେସିଆ ଓ ସ୍ପେନର ମିଳିତ ଜିଡିପିଠାରୁ ଅଧିକ ଏବଂ ସେମାନେ ୮.୯ ନିୟୁତ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ଭାରତର ଅର୍ଥନୀତି କିଭଳି ଆଗକୁ ବଢ଼ିଛି ଯାହା ଜାଣିବାକୁ ଚାହୁଥିଲେ ଭାରତର ୫୦୦ ମୂଲ୍ୟବାନ କମ୍ପାନି ପଛରେ ରହିଥିବା କାହାଣୀରୁ ଆପଣ ଆରମ୍ଭ କରିପାରିବେ।
ବିଗତ ଚାରି ବର୍ଷରେ ଭାରତୀୟ ଅର୍ଥନୀତିରେ ହୋଇଥିବା ବ୍ୟାପକ ରୂପାନ୍ତରଣକୁ ୨୦୨୫ ବରଗୁଣ୍ଡି ପ୍ରାଇଭେଟ ହୁରୁନ ଇଣ୍ଡିଆ ୫୦୦ ରିପୋର୍ଟ ଦର୍ଶାଉଛି। ଚଳିତ ବର୍ଷ ଏଥିରେ ୯୫ଟି ନୂଆ କମ୍ପାନି ସ୍ଥାପନ ପାଇଛନ୍ତି। ୨୦୨୧ ତାଲିକାରେ ଥିବା ଏକ ତୃତୀୟାଂଶ କମ୍ପାନି ବାହାର ହୋଇଯାଇଛନ୍ତି। ଭାରତୀୟ ଅର୍ଥନୀତିରେ ହୋଇଥିବା ପରିବର୍ତନକୁ ତାହା ଜଣାଉଛି।
ତାଲିକା ପାଇଁ ଗତବର୍ଷର ଯୋଗ୍ୟତା ସ୍ତର ୯୫୮୦ କୋଟି ଟଙ୍କା ଥିଲା ଯାହା ଚଳିତ ବର୍ଷ ୧୦,୨୩୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଲାଗାତର ପଂଚମ ବର୍ଷରେ ତାଲିକାରେ ଥିବା ପ୍ରତିଟି କମ୍ପାନି ବିଲିଅନ ଡଲାର ମାନ୍ୟତା ହାସଲ କରିଛନ୍ତି। ଏହି କମ୍ପାନିଗୁଡ଼ିକର ରାଜସ୍ୱ ୧ ଟ୍ରିଲିଅନ ଡଲାର ହୋଇଛି ଯାହା ଭାରତର ଜିଡିପିର ଏକ ଚତୁର୍ଥାଂଶରୁ ଅଧିକ।”
ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ୧୯୮ଟି କମ୍ପାନି ନିଜର ମୂଲ୍ୟ ବଢ଼ାଇବାରେ ସଫଳ ହୋଇଛନ୍ତି। ନୂତନ ଭାବେ ସ୍ଥାନ ପାଇଥିବା ୯୫ଟି କମ୍ପାନିର ମୂଲ୍ୟ ହେଉଛି ୧୮.୪୫ ଲକ୍ଷ କୋଟି ଟଙ୍କା। ରାଜକୋଟ, ବିକାନେର, କୁମ୍ବକୋନମ ଓ ରଂଜନଗାଓଁ ଭଳି ଛୋଟ ସହରରୁ ମଧ୍ୟ ଉଲ୍ଲେଖନୀୟ ମୂଲ୍ୟ ସୃଷ୍ଟି ହୋଇଛି।
ଗ୍ରୋ, ଆଦାନି ପ୍ରପର୍ଟିଜ, ଏଥର ଏନର୍ଜି, ଆନ୍ଥେମ ବାୟୋସାଇନ୍ସ, ମିଶୋ, ହଲଦୀରାମ ସ୍ନାକ୍ସ, ମଲଟି କମୋଡିଟି ଏକ୍ସଚେଂଜ ଅଫ ଇଣ୍ଡିଆ, ପାହାରପୁର କୁଲିଂ ଟାୱାର, ଆଦାନୀ ପାୱାର, ଆରବିଏଲ ବ୍ୟାଙ୍କ, ନବୀନ ଫ୍ଲୋରିନ ଇଂଟରନ୍ୟାସନାଲର ମୂଲ୍ୟ ଦ୍ୱିଗୁଣିତ ହୋଇଛି। କ୍ରିକେଟରେ କୋଲକାତା ନାଇଟ ରାଇଡର୍ସ, ଚେନ୍ନାଇ ସୁପର କିଙ୍ଗସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ରାଜସ୍ଥାନ ରୟାଲସ ଓ ପଂଜାବ କିଙ୍ଗସ ଉଲ୍ଲେଖନୀୟ ମୂଲ୍ୟ ସୃଷ୍ଟି କରିଛନ୍ତି। ୨୦୨୧ ପରଠାରୁ ଭାରତୀ ଏୟାରଟେଲ ୭.୬ ଲକ୍ଷ କୋଟି ଟଙ୍‌କା ହୋଇଛି। ସର୍ବମ ଏଆଇ ଭାରତର ପ୍ରଥମ ଲାର୍ଜ ଲାଙ୍ଗୁଏଜ ମଡେଲ (ଏଲଏଲଏମ) ବିକାଶ କରିଛି। ଟିସିଏସ, ଇନଫୋସିସ ଓ ୱିପ୍ରୋ ପାଂଚ ବର୍ଷରେ ୮.୫ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

Share

Leave a Reply

Your email address will not be published. Required fields are marked *

seven + twelve =