ଜାତୀୟ

ରାହୁଲଙ୍କ ଜନ୍ମଦିନରେ ମୋଦିଙ୍କ ଶୁଭେଚ୍ଛା

ଲୋକସଭା ବିପକ୍ଷ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କର ଆଜି ୫୬ତମ ଜନ୍ମ ଉତ୍ସବ । ଏହି ଅବସରରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ରାହୁଲଙ୍କ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସାରା ଦେଶରୁ ରାଜନୈତିକ ନେତା, ସମର୍ଥକ ଏବଂ ଦଳୀୟ କର୍ମୀମାନେ ରାହୁଲଙ୍କୁ  ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ସେ ଲେଖିଛନ୍ତି ଯେ, ଲୋକସଭାର ବିପକ୍ଷ ନେତା ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା । ମୁଁ ଆପଣଙ୍କ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ କାମନା କରୁଛି ।

ଏଥିସହ କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ନେତୃତ୍ୱ କ୍ଷମତା ଓ ସାମାମଜିକ ପ୍ରସଙ୍ଗରେ ତାଙ୍କ ସ୍ୱରକୁ ପ୍ରଶଂସା କରିଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି କଂଗ୍ରେସ ମଧ୍ୟ ଲେଖିଛି ଯେ, ବର୍ତ୍ତମାନ ସମୟରେ ଯେତେବେଳେ ଅନେକ ଲୋକ କହିବାକୁ ପଛଘୁଞ୍ଚା ଦିଅନ୍ତି, ରାହୁଲ ଗାନ୍ଧୀ ସବୁବେଳେ ସେହି ପ୍ରସଙ୍ଗ ଉପରେ ଖୋଲାଖୋଲି ଭାବରେ କଥା ହୁଅନ୍ତି । ଆହୁରି ମଧ୍ୟ ଦଳ କହିଛି ଯେ, ଅନ୍ୟାୟ, ଅସମାନତା ଏବଂ କ୍ଷମତାର ଅପବ୍ୟବହାର ବିରୁଦ୍ଧରେ ତାଙ୍କର ନିରନ୍ତର ଲଢ଼େଇ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଛି । ରାହୁଲ ଗାନ୍ଧୀ ଲୋକଙ୍କୁ ଆଶ୍ୱସ୍ତ କରୁଛନ୍ତି ଯେ ରାଜନୀତି କେବଳ କ୍ଷମତା ହାସଲ କରିବାର ଏକ ମାଧ୍ୟମ ନୁହେଁ, ବରଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ।

ଦଳ ଅନୁଯାୟୀ, ରାହୁଲ ଗାନ୍ଧୀ ନୀତି, ସମ୍ବେଦନଶୀଳତା ଏବଂ କରୁଣା ଉପରେ ଆଧାରିତ ରାଜନୀତିକୁ ପ୍ରତିନିଧିତ୍ୱ କରନ୍ତି । ରାହୁଲ ଗାନ୍ଧୀ ଏକ ଏପରି ନେତା ଯିଏ କି ଯୁବପିଢିଙ୍କ କଥା ଶୁଣନ୍ତି, ବୁଝନ୍ତି ଏବଂ ସେମାନଙ୍କ ଆଶାକୁ ସମର୍ଥନ କରନ୍ତି । ପୋଷ୍ଟରେ, କଂଗ୍ରେସ ରାହୁଲ ଗାନ୍ଧୀଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଶକ୍ତି ଏବଂ ଖୁସି କାମନା କରିଛି ଏବଂ ତାଙ୍କୁ ଅଧିକ ନ୍ୟାୟପୂର୍ଣ୍ଣ, କରୁଣାପୂର୍ଣ୍ଣ ଏବଂ ଉନ୍ନତ ଭାରତ ପାଇଁ କାମ ଜାରି ରଖିବାକୁ ଅନୁରୋଧ କରିଛି ।

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ରାହୁଲ ଗାନ୍ଧୀଙ୍କ ସାର୍ବଜନୀନ ଜୀବନ ଏବଂ ନେତୃତ୍ୱରୁ କଂଗ୍ରେସର ଅନ୍ତର୍ଭୁକ୍ତି, ସାମାଜିକ ନ୍ୟାୟ, ସଦ୍ଭାବ ଏବଂ କରୁଣାର ମୂଲ୍ୟ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୁଏ ବୋଲି ଖାର୍ଗେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାହୁଲ ସବୁବେଳେ ସମସ୍ତ ସାଧାରଣ ଲୋକ, ଗରିବ ଏବଂ ସମାଜର ଦୁର୍ବଳ ବର୍ଗର ସ୍ବାର୍ଥକୁ ସମର୍ଥନ କରିଛନ୍ତି । ଏହା ବ୍ୟତୀତ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ତାଙ୍କ ସ୍ବାସ୍ଥ୍ୟ, ଖୁସି ଏବଂ ଦେଶ ସେବା ପାଇଁ ଦୀର୍ଘ ଜୀବନ କାମନା କରିଛନ୍ତି ଖାର୍ଗେ ।

Share

Leave a Reply

Your email address will not be published. Required fields are marked *

1 × five =