ଆଜି KKR-lSG ଟକ୍କର
ଚଳିତ ଆଇପିଏଲ୍ର ୬୦ତମ ଲିଗ୍ ମୁକାବିଲାରେ ଆଜି କୋଲକାତା ଘରୋଇ ଗ୍ରାଉଣ୍ଡ୍ରେ ଗୁଜରାଟକୁ ଭେଟିବ । ଏହି ମ୍ୟାଚ ଜିତି ଗୁଜରାଟ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛି । କୋଲକାତା ପାଇଁ ମଧ୍ୟ ବିଜୟ ଜରୁରି । ଜିତିଲେ ପ୍ଲେ-ଅଫ ଆଶା ଉଜ୍ଜୀବିତ ରହିବ, ପରାଜିତ ହେଲେ ବିଦାୟ ନେବ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
କୋଲକାତା ୧୧ଟି ମ୍ୟାଚ ଖେଳି ୯ ପଏଣ୍ଟ ଅର୍ଜନ କରିଛି । ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ ଘରୋଇ ଦଳକୁ ସମସ୍ତ ୩ଟି ଯାକ ମ୍ୟାଚ ଜିତିବାକୁ ହେବ । କୋଲକାତା ପ୍ରଥମ ୬ଟି ମ୍ୟାଚରୁ ମାତ୍ର ୧ ପଏଣ୍ଟ ଅର୍ଜନ କରିଥିଲା । ଏହାପରେ ଦଳ କ୍ରମାନ୍ୱୟରେ ୪ଟି ମ୍ୟାଚ ଜିତି ପ୍ଲେ-ଅଫ୍ ଦୌଡ଼ରେ ସାମିଲ ହୋଇଥିଲା । ମାତ୍ର ଗତ ବୁଧବାର ଦିନ କୋଲକାତାର ବିଜୟ ଧାରାରେ ବ୍ରେକ ଲଗାଇଥିଲା ବେଙ୍ଗାଲୁରୁ । ଏହି ପରାଜୟକୁ ଭୁଲି କୋଲକାତାକୁ ପୁଣି ଥରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ଗୁଜରାଟ କ୍ରମାନ୍ୱୟରେ ୫ଟି ମ୍ୟାଚ ଜିତି ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଉଭୟ ବିଭାଗରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରୁଛି ।
ଆଜି ମଧ୍ୟ ଗୁଜରାଟ ପଲା ଭାରି ରହିବା ଆଶା କରାଯାଉଛି । ଆଜି ଉଭୟ ଦଳ ଅପରିବର୍ତ୍ତତ ରହିପାରେ । ବରୁଣ ଚକ୍ରବର୍ତ୍ତୀ ଆହତ ଥିବାରୁ ଖେଳିବା ସମ୍ଭାବନା କ୍ଷୀଣ । ତଥାପି ମ୍ୟାଚ ପୂର୍ବରୁ ତାଙ୍କର ଫିଟ୍ନେସ୍ ପରୀକ୍ଷା କରାଯିବ । ନଚେତ ସୁନୀଲ ନାରାଏନ ଓ ଅନୁକୂଳ ରୟ ସ୍ପିନ ବିଭାଗ ସମ୍ଭାଳିବେ । ଗୁଜରାଟ ଦଳ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ପ୍ରୟୋଗ କରିବ । ଦୀର୍ଘ ମାସେ ପରେ ଇଡେନ ଗାର୍ଡେନ୍ସରେ ମ୍ୟାଚ ଖେଳାଯିବ । ଗତ ମାସ ୧୯ ତାରିଖରେ କୋଲକାତା ଓ ରାଜସ୍ଥାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହାପରେ ପଶ୍ଚିମବଙ୍ଗରେ ନିର୍ବାଚନ ଯୋଗୁଁ ଇଡେନ ଗାର୍ଡେନ୍ସରେ ମ୍ୟାଚ ଖେଳାଯାଇ ନଥିଲା । ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ କାକର ଯୋଗୁଁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

