ରାଜ୍ୟ

ଆଜି ସାବିତ୍ରୀବ୍ରତ

ଆଜି ସାବିତ୍ରୀ ବ୍ରତ। ଜ୍ୟେଷ୍ଠ ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା ବୋଲି ବି କୁହାଯାଇଥାଏ । ଏହି ତିଥିରେ ପାଳିତ ହୋଇଥାଏ ସାବିତ୍ରୀ ବ୍ରତ। ଏଥିଲାଗି ସାରା ଓଡ଼ିଶାରେ ସଧବା ହିନ୍ଦୁ ନାରୀମାନେ ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ।  ରାଜ୍ୟର ସବୁଠି ସଧବା ମହିଳାମାନେ ମହାସତୀ ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରିବେ। କେହି କେହି ମନ୍ଦିରରେ ତ ପୁଣି କିଏ ଘରକୁ ପୂଜକଙ୍କୁ ଡକାଇ ପୂଜା କରିବେ।

ମହିଳାମାନେ ପୂଜାର୍ଚ୍ଚନା ପରେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ମଥାରେ ସିନ୍ଦୂର, ହାତରେ ନୂଆ ଚୁଡ଼ି, ରଙ୍ଗ ବେରଙ୍ଗ ଶାଢ଼ିରେ ସଜେଇ ହୋଇ କେହି କେହି ସଧବା ମହିଳା ମନ୍ଦିର ଓ ଘରେ ପୂଜା କରିଥାନ୍ତି। ସେପଟେ ଆଜି ସାବିତ୍ରୀ। ସ୍ୱାମୀଙ୍କ ପାଇଁ ବ୍ରତ ରଖିବେ ମହିଳା। ସେଥିପାଇଁ ଉପବାସ ରହି ଠାକୁରଙ୍କ ମନ୍ଦିର ଯାଇ ପୂଜାକରି ଫଳ ଭୋଗ କରିବେ। ସେଥିପାଇଁ ଫଳ ବଜାରରେ ପ୍ରବଳ ଭିଡ଼।

ବିଭିନ୍ନ ପ୍ରକାର ଫଳରେ ସଜାଇହୋଇଛି ଦୋକାନ। ଫଳ କିଣିବା ପାଇଁ ଜମୁଛି ଦୋକାନ ମାନଙ୍କରେ ଭିଡ଼। ଫଳର ଦର ବି ଆକାଶ ଛୁଆଁ। ଅଙ୍ଗୁର, ନାଶପାତି, ସେଓ, ସପୁରୀ, ଡ୍ରାଗନ ଫ୍ରୁଟ୍, ପଣସ, ଆମ୍ବ, କଦଳୀ ଆଦି କିଣି ନେଉଛନ୍ତି ଗ୍ରାହକ। ବର୍ଷକରେ ଥରେ ଏହି ପୂଜା ହେଉଥିବାରୁ ଯାହାବି ଦର ହେଉ ବାଧ୍ୟ ହୋଇ ନେଉଛନ୍ତି ଲୋକେ।  ସାବିତ୍ରୀ ବ୍ରତ ଅବସରରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ଏହି ସୁନ୍ଦର ବାଲୁକା କଳା ମାଧ୍ୟମରେ ସଧବା ନାରୀଙ୍କ ସ୍ବାମୀଙ୍କ ଦୀର୍ଘାୟୁ କାମନା ଓ ମଙ୍ଗଳମନାସୀର ଶୁଭେଚ୍ଛା ଜଣାଇଥାନ୍ତି। ଏହି କଳାକୃତିରେ ସାବିତ୍ରୀ-ସତ୍ୟବାନଙ୍କ କାହାଣୀ ଓ ପୂଜାବିଧିକୁ ଅତି ନିଖୁଣ ଭାବେ ଫୁଟାଇ ବ୍ରତର ମହତ୍ତ୍ୱକୁ ପରିପ୍ରକାଶ କରିବା ସହିତ ଶାଢ଼ୀ, ସଙ୍ଖା, ସିନ୍ଦୁର, ଫୁଲ ଓ ଫଳ ରହିଛି।

Share

Leave a Reply

Your email address will not be published. Required fields are marked *

four × five =