CBSE ଦ୍ଵାଦଶ ରେଜଲ୍ଟ ପ୍ରକାଶ
ପ୍ରକାଶ ପାଇଲା CBSE ଦ୍ଵାଦଶ ରେଜଲ୍ଟ । ୱେବ୍ସାଇଟ୍ରେ ଉପଲବ୍ଧ ରେଜଲ୍ଟ । cbse.gov. in, results.cbse.nic.in, ୱେବସାଇଟ ସହ umang ଓ digi locker ରେ ପରୀକ୍ଷାର୍ଥୀ ନିଜ ଫଳାଫଳ ସମ୍ପର୍କରେ ଜାଣିପାରିବେ । ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟ ଅପେକ୍ଷାରେ । ଫେବୃୟାରୀ ୧୭ରୁ ଏପ୍ରିଲ ୧୦ ଯାଏଁ ହୋଇଥିଲା ପରୀକ୍ଷା ।
ୱେବ୍ସାଇଟ୍ରେ ଉପଲବ୍ଧ ହୋଇଛି ପରୀକ୍ଷା ଫଳ । ସାରାଦେଶରେ ପାସ୍ ହାର ୮୫.୨୦ ପ୍ରତିଶତ । ଗତବର୍ଷ ଅପେକ୍ଷା କମିଲା ପାସ୍ ହାର । ମୋଟ ପାସ୍ ହାର ୩.୧୯ ପ୍ରତିଶତ ହ୍ରାସ । ପରୀକ୍ଷା ଦେଇଥିଲେ ୧୭ଲକ୍ଷ ୬୮ ହଜାର ୯୬୮ । ପାସକଲେ ୧୫ ଲକ୍ଷ ୭ ହରାର ୧୦୯।

