ଜାତୀୟ

ପୁଣି ତରଭୁଜ ନେଲା ଜୀବନ

ପୁଣି ତରଭୁଜ ନେଲା ଜୀବନ। ତରଭୁଜ ଖାଇ ଜଣେ ୧୫ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ ଜାଞ୍ଜିଗିରରେ । ମିଳିଥିବା ସୂଚନା ଅନୁଯାୟୀ ୪ ଜଣ ପିଲା ମାମୁଁ ଘରକୁ ବୁଲିବାକୁ ଆସିଥିଲେ। ସେଠାରେ ସେମାନେ ତରଭୁଜ ଖାଇଥିଲେ। କିନ୍ତୁ କିଛି ଘଣ୍ଟା ପରେ ସେମାନଙ୍କର ଝାଡାବାନ୍ତି ହୋଇଥିଲା । ସେମାନଙ୍କ ଅବସ୍ଥା ଖରାପ ହେବାରୁ, ପରିବାର ଲୋକେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ପହଞ୍ଚିବା ପରେ ଡାକ୍ତର ଜଣେ ୧୫ ବର୍ଷୀୟ ବାଳକଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟ ୩ ଜଣଙ୍କ ଚିକିତ୍ସା ଜାରି ରହିଛି । ୧୫ ବର୍ଷୀୟ ମୃତ ବାଳକ ହେଲେ ଅଖିଳେଶ ଏବଂ ଆହତମାନେ ହେଲେ ଆୱାରିଦ ଗାଁର ଶ୍ରୀ ଧୀୱାର (୪), ଖଟୋଲାର ପିଣ୍ଟୁ ଧୀୱାର (୧୨) ଏବଂ କୋଟଗଡ଼ର ହିତେଶ ଧୀୱାର (୧୩)ବୋଲି ଚିହ୍ନଟ କରାଯାଇଛି । ଏହି ଘଟଣା ପରେ ତରଭୁଜ ଖାଇବାକୁ ଲୋକମାନେ ଭୟ କରୁଛନ୍ତି। ସେପଟେ ଘରେ ରଖାଯାଇଥିବା ଆଉ ଏକ ତରଭୁଜକୁ ପରୀକ୍ଷା ପାଇଁ ଖାଦ୍ୟ ସୁରକ୍ଷା ବିଭାଗକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁ ଏବଂ ଅସୁସ୍ଥତାର ସଠିକ୍ କାରଣ ଜଣାପଡିବ ।

Share

Leave a Reply

Your email address will not be published. Required fields are marked *

20 − 3 =