ରାଜନୀତି

ଏହିସବୁ ସ୍ଥାନରେ ମଦ ଦୋକାନ ବନ୍ଦ ନେଇ ବିଜୟଙ୍କ ନିଷ୍ପତ୍ତି

ତାଲିମନାଡୁରେ ଶପଥ ଗ୍ରହଣ କରିବା ପରେ ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ଏହି ସମୟରେ ଥାଲାପତି ବିଜୟ ମଦ୍ୟପାନ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ଧାର୍ମିକ ସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବସଷ୍ଟାଣ୍ଡର ୫୦୦ ମିଟର ମଧ୍ୟରେ ଥିବା ସରକାରୀ ମଦ ଦୋକାନ ଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଆଗାମୀ ଦୁଇ ସପ୍ତାହ ପାଇଁ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ, ସେ ମଞ୍ଚ ଉପରେ ତିନୋଟି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟରେ ଦସ୍ତଖତ କରିଛନ୍ତି। ପ୍ରଥମତଃ ୨୦୦ ଯୁନିଟ୍ ମାଗଣା ବିଜୁଳି ମିଳିବ, ଦ୍ଵିତୀୟରେ ଡ୍ରଗ୍ସ ରୋକିବାକୁ ହେବ ଟାସ୍କଫୋର୍ସ ଏବଂ ତୃତୀୟରେ ରହିଛି ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଗଠନ ହେବ ସ୍ପେଶାଲ ଟାସ୍କଫୋର୍ସ। ଚେନ୍ନାଇର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଶପଥ ଗ୍ରହଣ ଉତ୍ସବର କିଛି ସମୟ ପରେ, ବିଜୟ ବରିଷ୍ଠ ଅଧିକାରୀ ଏବଂ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲରେ ସ୍ୱାକ୍ଷର କରିଥିଲେ।

Share

Leave a Reply

Your email address will not be published. Required fields are marked *

fifteen − twelve =