ରାଜ୍ୟ

ଏନକାଉଣ୍ଟରରେ ୨ ଅପରାଧୀ ଆହତ

ଝାରସୁଗୁଡ଼ା ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ୨ ଅପରାଧୀ ଆହତ । ଆହତ ଦୁଇ ଅପରାଧୀ ହେଲେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର । ବେଲପାହାଡ଼ ଫାଟକରେ ମର୍ଡର ଘଟଣାରେ ସମ୍ପୃକ୍ତ ଥିଲେ ଉକ୍ତ ଦୁଇ ଅଭିଯୁକ୍ତ । ଏନକାଉଣ୍ଟରରେ ଆହତ ଦୁଇ ଅପରାଧୀଙ୍କୁ ଝାରସୁଗୁଡ଼ା ଡିଏଚ୍‌ଏସରେ ଭର୍ତ୍ତି କରିଛି ପୋଲିସ । ଉଭୟ ଅପରାଧୀଙ୍କ ନାଁରେ ସମ୍ବଲପୁର ଓ ବୁର୍ଲାରେ ରହିଛି ଏକାଧିକ ମାମଲା ।

ଗତକାଲି ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିଲା। ପୂର୍ବରୁ ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତ ଅଟକ ଥିଲେ । ମାମଲାରେ ସମ୍ପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର ଫେରାର ରହିଥିଲେ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ଆଜି ସକାଳୁ ଖବରପାଇ ପୋଲିସ ଉଭୟଙ୍କୁ ଗିରଫ ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ୪ରାଉଣ୍ଡ ଗୁଳିଚାଳନା କରିଥିଲେ ଅଭିଯୁକ୍ତ । ପୋଲିସର ପାଲଟା ଗୁଳିମାଡ଼ରେ ୨ ଜଣ ଆହତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − 14 =