କ୍ରୀଡା

ଆଜି ଗୁଜୁରାଟ- ରାଜସ୍ଥାନ ଟକ୍କର

ଚଳିତ ଆଇପିଏଲ୍‌ ୫୨ତମ ଲିଗ୍ ମୁକାବିଲାରେ ଆଜି ରାଜସ୍ଥାନ ଘରୋଇ ଗ୍ରାଉଣ୍ଡରେ ଗୁଜରାଟକୁ ଭେଟିବ । ପ୍ଲେ-ଅଫ୍ ପାଇଁ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଉଭୟ ଦଳ ୧୨ ପଏଣ୍ଟ ଲେଖାଏଁ ଅର୍ଜନ କରି ସାରିଛନ୍ତି । ମାତ୍ର ରାଜସ୍ଥାନ ଖେଳିଥିବା କ୍ରମାନ୍ୱୟରେ ପ୍ରଥମ ୪ଟି ମ୍ୟାଚ ଜିତିବା ପରେ ରାଜସ୍ଥାନ ଶେଷ ୬ଟି ମ୍ୟାଚରୁ ୪ଟିରେ ପରାଜିତ ହୋଇଛି । ପ୍ରଦର୍ଶନରେ ବ୍ୟତିକ୍ରମ ରାଜସ୍ଥାନ ପାଇଁ ଚିନ୍ତାର କାରଣ ସାଜିଛି । ଗୁଜରାଟର ପ୍ରଦର୍ଶନ ଉତ୍ଥାନ ପତନ ଦେଇ ଆରମ୍ଭ ହୋଇଥିଲେ ହେଁ ଶେଷ ୩ଟି ମ୍ୟାଚ ଜିତି ଲୟକୁ ଫେରଛି ।

ପୂର୍ବ ରେକର୍ଡ ଗୁଜରାଟ ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୯ଥର ଭେଟିଛନ୍ତି । ଏଥିରୁ ଗୁଜରାଟ ୬ଟି ମ୍ୟାଚ ଜିତିଛି । ଚଳିତ ସିଜନରେ ଉଭୟ ଦଳ ଥରେ ସାମ୍ନା ସାମ୍ନି ହୋଇ ସାରିଛନ୍ତି । ଗତ ମାସ ୪ ତାରିଖରେ ଅନୁଷ୍ଠିତ ଏହି ମ୍ୟାଚରେ ରାଜସ୍ଥାନ ୬ ରନ୍‌ରେ ବିଜୟ ହାସଲ କରିଥିଲା । ଏଥର ଗୁଜରାଟ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଠା କରିବ । ଆଜି ଏକ ଭିନ୍ନ ବ୍ୟାଟିଂ ଶୈଳୀ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ରାଜସ୍ଥାନର ଦୁଇ ଓପନର ଯଶସ୍ୱୀ ଜୈସ୍ୱାଲ ଓ ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ ଗୁଜରାଟ ଓପନର ସାଇ ସୁଦର୍ଶନ ଓ ଶୁଭମନ ଗିଲଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଆଗରେ ବିଶାଳ ଲକ୍ଷ୍ୟ ମଧ୍ୟ ଛୋଟ ମନେ ହେଉଛି ।

ଉଭୟ ଦଳର ପେସ୍ ବୋଲିଂ ବିଭାଗ ଫର୍ମରେ ରହିଛି । ସ୍ପିନ ବୋଲିଂକୁ ନେଇ ଉଭୟ ଦଳ ସାମାନ୍ୟ ଚିନ୍ତାରେ ରହିଛନ୍ତି । ଅବଶ୍ୟ ବିଳମ୍ବରେ ହେଉ ପଛେ ରସିଦ ଖାନ ଫର୍ମକୁ ଫେରିଛନ୍ତି । ରାଜସ୍ଥାନ ରବି ବିଷ୍ଣୋଇକୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଉଛି । ସେ ଗତ ଗୁଜରାଟ ବିପକ୍ଷ ମ୍ୟାଚରେ ୪ଟି ୱିକେଟ୍ ନେଇଥିଲେ

Share

Leave a Reply

Your email address will not be published. Required fields are marked *

twenty + eleven =