ରାଜନୀତି

ଚାଲିଛି ଭୋଟ ଗଣତି : ପଛରେ TMC

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ହାଇ-ଭୋଲଟେଜ୍ ଲଢ଼େଇ ପରେ ଆଜି ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ ରହିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (TMC) ଏବଂ ଭାରତୀୟ ଜନତା ପାର୍ଟି (BJP) ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳୁଛି । ତେବେ ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୬୫ ଆସନରେ ଆଗୁଆ ଥିବାବେଳେ ଟିଏମସି ୧୨୩ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟଦଳ ୩ ଆସନରେ ଆଗୁଆ ରହିଛନ୍ତି।

ଭାରତର ନିର୍ବାଚନ ଆୟୋଗ (ECI) ଅନୁଯାୟୀ, ସ୍ୱାଧୀନତା ପରେ ପଶ୍ଚିମବଙ୍ଗରେ ଏଥର ସର୍ବାଧିକ ମତଦାନ ରେକର୍ଡ କରାଯାଇଛି । ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଏହି ଫଳାଫଳ ଉପରେ, ଯାହା ରାଜ୍ୟର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ମମତା ବାନାର୍ଜୀ ନିଜର 15 ବର୍ଷର ଶାସନକୁ ବଜାୟ ରଖିବାରେ ସଫଳ ହେବେ ନା ବିଜେପି ତାଙ୍କୁ କ୍ଷମତାରୁ ହଟାଇବାରେ ସକ୍ଷମ ହେବ?

ରାଜ୍ୟରେ ମୋଟ 294 ଟି ବିଧାନସଭା ଆସନ ଥିବାବେଳେ ଆଜି କେବଳ 293 ଟି ଆସନର ଭୋଟ୍ ଗଣତି କରାଯିବ । ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଫଲ୍‌ତା (Falta) ବିଧାନସଭା କ୍ଷେତ୍ରରେ ମେ 21 ତାରିଖରେ ସାନି ମତଦାନ କରାଯିବା ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଏହି ଆସନର ଫଳାଫଳ ମେ 24 ରେ ପ୍ରକାଶ ପାଇବ ।

ପଶ୍ଚିମବଙ୍ଗ ସମେତ ଆଜି ଦେଶର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଭୋଟ୍ ଗଣତି ଚାଲିଛି । ଏଥିରେ ତାମିଲନାଡୁ, କେରଳ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ସାମିଲ ରହିଛି ।

Share

Leave a Reply

Your email address will not be published. Required fields are marked *

5 × one =